ETV Bharat / state

ଜେଲ ୱାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - JAIL WARDER DEATH CASE

କେନ୍ଦ୍ରାପଡା ଜିଲ୍ଲା କାରାଗାରରେ ଅଘଟଣ । ଜେଲ ୱାର୍ଡର ବିଜୟ ପରିଡାଙ୍କର ସନ୍ଦେହଜନକ ମୃତ୍ୟୁ ।

JAIL WARDER DEATH CASE
JAIL WARDER DEATH CASE (ETV Bharat Odisha)
author img

By ETV Bharat Odisha Team

Published : Nov 2, 2024, 10:43 PM IST

କେନ୍ଦ୍ରାପଡା: ଜେଲ ୱାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ । ବାରିମୂଳ ସ୍ଥିତ ଜିଲ୍ଲା କାରାଗାରର ଜେଲ୍ ୱାଡେନ୍ ବିଜୟ ପରିଡାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଜେଲ ନିକଟରେ ଥିବା ବାରାକରେ ବିଜୟଙ୍କ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଛି । ସେପଟେ ପରିବାର ଲୋକେ ବିଜୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

JAIL WARDER DEATH CASE (ETV Bharat Odisha)

ଜେଲ୍ ୱାଡେନଙ୍କ ମୃତ୍ୟୁ:

ସୂଚନାଯୋଗ୍ୟ, ଗତ (ଶୁକ୍ରବାର) ସନ୍ଧ୍ୟାରେ ତାଙ୍କ ସହକର୍ମୀମାନେ ବିଜୟଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଏନେଇ ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି," ବିଜୟଙ୍କର (ଶୁକ୍ରବାର) ଦିନ ୧୨ଟାରେ କାର୍ଯ୍ୟ ଶେଷ ହୋଇଥିଲା । କାର୍ଯ୍ୟ ସାରି ସେ ବାରାକରେ ରୁହେ ତେଣୁ ନିଜ ବାରାକକୁ ଫେରିଥିଲେ । ସନ୍ଧ୍ୟାରେ ଅନ୍ୟ ଦୁଇ ବନ୍ଧୁ କାର୍ଯ୍ୟ ସାରି ଫେରିବା ପରେ ବିଜୟଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ବିଜୟ ଏଠାରେ ଦେଢ଼ ବର୍ଷ ହେବ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ହେବା ପରେ ହିଁ ଜଣାପଡ଼ିବ । "

JAIL WARDER DEATH CASE
JAIL WARDER DEATH CASE (ETV Bharat Odisha)

ହତ୍ୟା ଅଭିଯୋଗ ଆଣିଲା ପରିବାର:

ସେହିପରି ମୃତ ବିଜୟଙ୍କ ଦାଦା ବଳରାମ ପରିଡା କହିଛନ୍ତି, "ସେ ଦୁଇ ବର୍ଷ ହେବ ଚାକିରି କରିଥିଲା । ସେ ବର୍ଷେ ଟ୍ରେନିଂରେ ରହିଲା ପରେ ଏହି ଜେଲରେ ୱାର୍ଡର ଭାବରେ କାର୍ଯ୍ୟ କରିଥିଲା । କାଲି ୬ଟାବେଳେ ଆମେ ଖବର ପାଇଲୁ ଯେ, ବିଜୟ ପରିଡା ମୃତ୍ୟୁବରଣ କରିଛନ୍ତି । ରମେଶ ସେଠୀ ଓ ତାଙ୍କ ଝିଅ ପୁଅ ଥରେ ଟର୍ଚର କରିଛନ୍ତି । ମାଡ଼ ମାରିଛନ୍ତି । ତାଠାରୁ ମୋବାଇଲ ବି ଛଡାଇ ନେଇଛନ୍ତି । ଯାହା ଜଣାପଡୁଛି ସେ ନିଜେ ଜୀବନ ହାରିନାହିଁ । ତାକୁ ହତ୍ୟା କରାଯାଇଛି । ଆମ ପୁତୁରା ବିବାହିତ ଓ ତାର ଗୋଟିଏ ପୁଅ ଥିବାବେଳେ ଗୁରୁଡ଼ିଝାଟିଆକୁ କପୁରସିଂ ଅଞ୍ଚଳର ଜଣେ ଝିଅ କମ୍ପ୍ୟୁଟର ଶିଖିବାକୁ ଆସୁଥିବା ବେଳେ ମୋ ପୁତୁରା ସହ ସମ୍ପର୍କ ରଖିଥିଲା । ଗତକାଲି ସେମାନେ ହିଁ ପୁତୁରାକୁ ହତ୍ୟା କରିଛନ୍ତି । "

ଏହା ମଧ୍ୟ ପଢନ୍ତୁ...ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ, ୫ ଯାଯାବରଙ୍କ ଗଡ଼ିଲା ମୁଣ୍ଡ

ଏହା ମଧ୍ୟ ପଢନ୍ତୁ...ମହିଳା କିରାଣୀଙ୍କୁ ନିର୍ଯାତନା: ବଦଳିଲେ ଡେରାବିଶ CDPO, ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ...ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ମିଳିଲାନି ଶ୍ମଶାନ, 32 ଘଣ୍ଟା ପଡ଼ି ରହିଲା ମୃତଦେହ

ମୃତ୍ୟୁର କାରଣ ଅସ୍ପଷ୍ଟ:

ତେବେ ବିଜୟଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ । ତାଙ୍କ ଘର ଆଠଗଡ଼ର ଗୁରିଡିଝାଟିଆରେ ବୋଲି ଜଣାପଡିଛି । ଖବର ପାଇ ପରିବାର ଲୋକେ କେନ୍ଦ୍ରାପଡା ଆସିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.