ETV Bharat / state

8ରେ ଖୋଲିବନି ରତ୍ନଭଣ୍ଡାର ! ଚର୍ଚ୍ଚାକୁ ଗୁଜବ, ଦିନେ କି ଦୁଇଦିନ ମଧ୍ୟରେ ନିଷ୍ପତ୍ତି କହିଲେ ଆଇନମନ୍ତ୍ରୀ - PURI RATNA BHANDAR ISSUE

RATNA BHANDAR OPENING ON JULY 8 IS RUMOUR: ରତ୍ନଭଣ୍ଡାର ଖୋଲିବା ଚର୍ଚ୍ଚାରେ ବଡ ବୟାନ ଦେଲେ ଆଇନମନ୍ତ୍ରୀ । ନିଶ୍ଚିତ ଖୋଲିବ, କିନ୍ତୁ ନିର୍ଦ୍ଦିଷ୍ଟ ସମୟ ନେଇ ନିଷ୍ପତ୍ତି ହୋଇନି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି । ଏବେ ଯାହା ଚର୍ଚ୍ଚା ଚାଲିଛି, ତାହା ସମ୍ପୂର୍ଣ୍ଣ ଗୁଜବ, ବିଶ୍ବାସ କରନ୍ତୁ ନାହିଁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 3, 2024, 11:18 AM IST

Updated : Jul 3, 2024, 2:29 PM IST

ଏବେ ଖୋଲିବନି ରତ୍ନଭଣ୍ଡାର ! ଜାରି ରହିଥିବା ଚର୍ଚ୍ଚାକୁ ଗୁଜବ କହିଲେ ଆଇନମନ୍ତ୍ରୀ
ଏବେ ଖୋଲିବନି ରତ୍ନଭଣ୍ଡାର ! ଜାରି ରହିଥିବା ଚର୍ଚ୍ଚାକୁ ଗୁଜବ କହିଲେ ଆଇନମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ଚଳିତ ରଥଯାତ୍ରାର ଠିକ୍‌ ପରଦିନ (8 ତାରିଖ) ରତ୍ନଭଣ୍ଡାର ଖୋଲାଯିବା ନେଇ ତାରିଖ ଚୂଡାନ୍ତ ହୋଇସାରିଥିବା ସମ୍ପର୍କରେ ଜାରି ରହିଥିବା ଚର୍ଚ୍ଚା ଏବେ ପୁଣି ଏକ ଭିନ୍ନ ମୋଡ ନେଇଛି । ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ, ସରକାର ଏନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇନି । ମାତ୍ର ଏବେ ସାମାଜିକ ଗଣମାଧ୍ୟମ ଓ କିଛି ଗଣମାଧ୍ୟମରେ ଖୋଲାଯିବା ପାଇଁ ଯେଉଁ ତାରିଖ ନେଇ ଚର୍ଚ୍ଚା ହେଉଛି, ତାହା ଏକ ଗୁଜବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

8ରେ ଖୋଲିବନି ରତ୍ନଭଣ୍ଡାର ! ଚର୍ଚ୍ଚାକୁ ଗୁଜବ, ଦିନେ କି ଦୁଇଦିନ ମଧ୍ୟରେ ନିଷ୍ପତ୍ତି କହିଲେ ଆଇନମନ୍ତ୍ରୀ (ETV Bharat Odisha)

ବର୍ତ୍ତମାନର ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ପୃଥ୍ବୀରାଜ କହିଛନ୍ତି, ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ । ଏନେଇ ନିଷ୍ପତ୍ତି ମଧ୍ୟ ସରିଛି । ସରକାର ଖୁବଶୀଘ୍ର ଏନେଇ ମୋଡ଼ାଲିଟ ପ୍ରସ୍ତୁତ କରିବେ । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ତାରିଖ ଘୋଷଣା କରାଯିବ । କିନ୍ତୁ ଏବେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚର୍ଚ୍ଚା ଚାଲିଛି, ତାହା ସମ୍ପୂର୍ଣ୍ଣ ଗୁଜବ । ଏହାକୁ କେହି ବିଶ୍ବାସ ନକରନ୍ତୁ ବୋଲି ସେ ଅପିଲ ମଧ୍ୟ କରିଛନ୍ତି ।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,‘‘ରତ୍ନଭଣ୍ଡାର ସମ୍ପର୍କରେ ଆଜି କିମ୍ବା ଆସନ୍ତାକାଲି ନିଷ୍ପତ୍ତି ହେବ । କେବେ ଖୋଲିବ ଓ କେମିତି ଖୋଲିବ ସେ ନେଇ ନିଷ୍ପତ୍ତି ହେବ । ସେ ନେଇ ଯାହା ଚର୍ଚ୍ଚା ଓ ଆଲୋଚନା ହେବା କଥା ହେଉଛି । ସରକାରଙ୍କ ସର୍ବୋଚ୍ଚସ୍ତରରେ ଚର୍ଚ୍ଚା ଆଲୋଚନା ସରିଛି । ଖୁବଶୀଘ୍ର ଏ ବାବଦରେ ଯାହା ନିଷ୍ପତ୍ତି ହେବା କଥା ହେବ । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କେବେ ଆରମ୍ଭ ହେବ, କେତେ ଦିନ ଲାଗିବ, ସେ ସମ୍ପର୍କରେ ମୋଡ଼ାଲିଟ ପ୍ରସ୍ତୁତ ହେବ । ଏହାକୁ ଆମେ ଜନସାଧାରଣଙ୍କୁ ଜଣାଇବୁ । ବାହାରେ ଅନେକ ଗୁଡାଏ ଗୁଜବ ଚାଲିଛି । ଗୁଜବକୁ ଲୋକେ ବିଶ୍ୱାସ କରନ୍ତୁ ନାହିଁ ବୋଲି ମୁଁ ଅପିଲ କରୁଛି । ସରକାରଙ୍କ ତରଫରୁ ଅଧିକୃତ ନିଷ୍ପତ୍ତି ଜନସାଧାରଣଙ୍କ ପାଖକୁ ନିଶ୍ଚୟ ଆସିବ । ରତ୍ନଭଣ୍ଡାର ସମ୍ପର୍କିତ ବୈଠକ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲିଛି ତାହା ଗୁଜବ ।’’

ଗତକାଲିଠାରୁ ସୋସିଆଲ ମିଡିଆରେ ଏକ ଚିଠି ଘୁରି ବୁଲିବା ସହ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଚିଠିରେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଓଡ଼ିଶା ଗସ୍ତସୂଚୀ ସମ୍ପର୍କରେ ଉଲ୍ଲେଖ ଥିବା ବେଳେ ଏହା କେଉଁ ବିଭାଗ ପକ୍ଷରୁ ଜାରି କରାଯାଇଛି ସେନେଇ ଜଣାପଡିନଥିଲା । ତେବେ ଭାଇରାଲ ହେଉଥିବା ଚିଠିରେ ଉଲ୍ଲେଖ ତାରିଖ ଅନୁଯାୟୀ, ରତ୍ନଭଣ୍ଡାରରେ ଗଣତି ହେବା ପୂର୍ବରୁ 5 ତାରିଖରେ ରତ୍ନ ଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ ।

ଏହା ମଧ୍ୟ ପଢନ୍ତୁ :- 8ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! 20ଦିନ ଚାଲିବ ଗଣତି ପ୍ରକ୍ରିୟା, ଶୁକ୍ରବାର ଯାଞ୍ଚ କମିଟି ବୈଠକ - SHREE MANDIR RATNA BHANDAR OPENING

ଏହାପରେ ଆସନ୍ତା 8 ତାରିଖରୁ 27 ତାରିଖ ଯାଏ ଏହି ଗଣତି କାର୍ଯ୍ୟ ହେବ । ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏହି ରତ୍ନ ଗଣତି ମଣତି ହେବ । ଦୀର୍ଘ 20ଦିନ ଧରି ଏହି ଗଣତି କାର୍ଯ୍ୟ ହେବ । ହେଲେ ଜଷ୍ଟିସ ପଶାୟତଙ୍କ ଗସ୍ତ ସମ୍ପର୍କିତ ଚିଠି କେଉଁ ବିଭାଗ କେଉଁ ବିଭାଗକୁ ଲେଖିଲା, ସେନେଇ କିଛି ସ୍ପଷ୍ଟ ହୋଇପାରିନଥିଲା । ଏହାର କିଛି ଘଣ୍ଟା ମଧ୍ୟରେ ଆଇନମନ୍ତ୍ରୀ ନିଜେ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିବା ସହ ଭିନ୍ନ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଭୁବନେଶ୍ବର

Last Updated : Jul 3, 2024, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.