ETV Bharat / state

ବଡଠାକୁର ପଡିଯିବା ପ୍ରସଙ୍ଗ: ପ୍ରଭୁଙ୍କର ଛୋଟିଆ ଲୀଳା କହି ଅଘଟଣକୁ ସାମାନ୍ୟ କହିଲେ ଆଇନ ମନ୍ତ୍ରୀ - lord bhalabhadra slips in charamala

author img

By ETV Bharat Odisha Team

Published : Jul 10, 2024, 1:54 PM IST

jagannath rath yatra 2024: ପହଣ୍ଡି ବେଳେ ବଡଠାକୁର ଶ୍ରୀ ବଳଭଦ୍ର ଖସି ପଡିବା ଘଟଣାରେ ଆଇନ ମନ୍ତ୍ରୀଙ୍କ ଭିନ୍ନ ପ୍ରତିକ୍ରିୟା । ଅଘଟଣ ସାମାନ୍ୟ ଓ ପ୍ରଭୁଙ୍କର ଲୀଳା ବୋଲି କହିଲେ ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

ବଡଠାକୁର ପଡିଯିବା ପ୍ରସଙ୍ଗ; ପ୍ରଭୁଙ୍କର ଛୋଟିଆ ଲୀଳା, ଶୃଙ୍ଖଳିତ ହେବ ରଥଯାତ୍ରା ପ୍ରକ୍ରିୟା : ଆଇନ ମନ୍ତ୍ରୀ
ବଡଠାକୁର ପଡିଯିବା ପ୍ରସଙ୍ଗ; ପ୍ରଭୁଙ୍କର ଛୋଟିଆ ଲୀଳା, ଶୃଙ୍ଖଳିତ ହେବ ରଥଯାତ୍ରା ପ୍ରକ୍ରିୟା : ଆଇନ ମନ୍ତ୍ରୀ (ETV Bharat Odisha)

ଭୁବନେଶ୍ବର: ଆଡପ ପହଣ୍ଡି ସମୟରେ ବଡ଼ଠାକୁର ଶ୍ରୀ ବଳଭଦ୍ର ପଡିଯିବା ଘଟଣା ସାରା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଏହି ଘଟଣାକୁ ଏକ ସାମାନ୍ୟ ଅଘଟଣ ବୋଲି ଦର୍ଶାଇବା ସହ ଆଗକୁ ଏହାକୁ ଶୃଙ୍ଖଳିତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହା ସହ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ମଧ୍ୟ ପ୍ରଦାନ କରିଛନ୍ତି ।

ବଡଠାକୁର ପଡିଯିବା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା (ETV Bharat Odisha)

ଆଇନ ମନ୍ତ୍ରୀ କହିଛନ୍ତି, ‘‘ସ୍ପଷ୍ଟ ଭାବେ କହିବାକୁ ଗଲେ ଏହା ଏକ ସାମାନ୍ୟ ଦୁର୍ଘଟଣା । ବାସ୍ତବରେ ବଡ଼ଠାକୁର ଆଗକୁ ଟିକେ ଝୁଣ୍ଟି ପଡିଲେ । ଭଗବାନଙ୍କ କୌଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ । ଘଟଣାରେ ସେବାୟତ କିଛି ଆହତ ହୋଇଛନ୍ତି । କେବଳ ଜଣଙ୍କର ସିଟି ସ୍କାନ ହୋଇଛି । କିନ୍ତୁ ତାଙ୍କର କିଛି ସମସ୍ୟା ବାହାରିନାହିଁ । ପରେ ସେମାନେ ନିଜକୁ ସେବାରେ ନିୟୋଜିତ ହୋଇଛନ୍ତି । ମନ୍ଦିରରେ ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କୁ ମଧ୍ୟ ଭେଟି ଆଲୋଚନା କରିଛି । ପ୍ରଭୁଙ୍କର ଛୋଟିଆ ଲୀଳା ବୋଲି ସେମାନେ କହିଛନ୍ତି । ବିରଳ ରଥଯାତ୍ରାକୁ ସୁରୁଖୁରୁରେ ସମାପନ କରିଥିବା ବେଳେ ଶେଷରେ ଯାହା ହୋଇଛି ତାହା ପ୍ରଭୁଙ୍କ ଛୋଟିଆ ଲୀଳା । ଏହାକୁ ନେଇ ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଅଛି । ଏ ବାବଦରେ ଆଉ କୌଣସି ପ୍ରକାର ଆଲୋଚନାର ଆବଶ୍ୟକତା ନାହିଁ ।’’

ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରଥଯାତ୍ରା ପ୍ରକ୍ରିୟାକୁ ଆହୁରି ଶୃଙ୍ଖଳିତ କରିବା ଲାଗି ଆଉ କିଛି ନୂଆ ପଦକ୍ଷେପର ଆବଶ୍ୟକତା ରହିଛି । ଆଜି ମନ୍ଦିର ପରିଚାଳନା କମିଟିର ବୈଠକ ରହିଛି । ସେମାନେ ମଧ୍ୟ କିଛି ପଦକ୍ଷେପ ନେଉଛନ୍ତି । ସରକାରଙ୍କ ପକ୍ଷରୁ ମଧ୍ୟ କିଛି ପଦକ୍ଷେପ ନେବାକୁ ଚିନ୍ତା କରୁଛୁ । ବାହୁଡା ଯାତ୍ରା ଓ ଆଗାମୀ ଦିନରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସେ ସବୁ ନିଷ୍ପତ୍ତି ନିଆଯିବ । ସାଢ଼େ 12 ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ହେଲା । ଏହା ପରେ ମୁଖ୍ୟମନ୍ତ୍ରୀଙ୍କୁ ମୋ ରିପୋର୍ଟ ଦେଇସାରିଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଯାଇଥିଲେ । ହସ୍ପିଟାଲ ସ୍ଥିତି ବାବଦରେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ କଥା ବାବଦରେ ଅବଗତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଆଡ଼ପ ପହଣ୍ଡି ବେଳେ ବଡ଼ ଅଘଟଣ; ଖସିପଡ଼ିଲେ ବଡ଼ ଠାକୁର, ଅନେକ ଆହତ - Lord Balabhadra slipped

ସେହିପରି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରଥ ଉପରେ ଅଣସେବାୟତ ଥିବା ନେଇ କିଛି ଲୋକ କଥିତ ଭାବେ ଅଭିଯୋଗ କରିଥିଲେ । କିନ୍ତୁ ସେ ବାବଦରେ ଠୋସ ଅଭିଯୋଗ ମୋ ନଜରକୁ ଆସିନାହିଁ । ରଥ ଉପରେ ଅଣ ସେବାୟତ କେହି ନରହିବେ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଛି । ପହଣ୍ଡି ବେଳେ ମନ୍ଦିର ଭିତରକୁ କିଛି ଅଣସେବାୟତ ଆସିଥିଲେ ବୋଲି ଜଣାପଡିଛି । ଏହାକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଜିଲ୍ଲାପାଳ ଓ ଏସପି ଏଥିରେ ହସ୍ତକ୍ଷେପ କରି ସମାଧାନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.