ETV Bharat / state

ଆପାର୍ଟମେଣ୍ଟ ସାଜିଛି ଅପରାଧିଙ୍କ ଆଡ୍ଡା, କମିଶନରେଟ ପୋଲିସକୁ ଘାରିଛି ଚିନ୍ତା - APPARTMENT TENSION

ରାଜଧାନୀରେ ଚିନ୍ତା ବଢ଼ାଇଛି ଆପାର୍ଟମେଣ୍ଟ । କମିଶନରେଟ ପୋଲିସକୁ ସୁରକ୍ଷା ଚିନ୍ତା ।

APPARTMENT TENSION
APPARTMENT TENSION (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଆପାର୍ଟମେଣ୍ଟ ରହିଲେ ସୁରକ୍ଷିତ ରହିବୁ...ସିକ୍ୟୁରିଟି ଗାର୍ଡର ସୁରକ୍ଷା । ତା’ ସାଙ୍ଗଙ୍କୁ ଆଖପାଖ ପଡୋଶୀ । ଚୋରି ଆଶଙ୍କା ଅଧିକ ରହିବନି । ଏମିତି କିଛି ଭାବି ରାଜଧାନୀରେ ଆପାର୍ଟମେଣ୍ଟ ବସବାସ କରୁଛନ୍ତି ଅନେକ ଲୋକେ । କିନ୍ତୁ ଲୋକଙ୍କ ଧାରଣା ଧିରେ ଧିରେ ରାଜଧାନୀରେ ଯେପରି ଭୁଲ ପ୍ରମାଣିତ ହେବାରେ ଲାଗିଛି । କାରଣ ଏବେ ଚିନ୍ତାର କାରଣ ସାଜିଛନ୍ତି ଅପରାଧୀ । ଅପରାଧ ପାଇଁ ଯେମିତି ସେଫ ଜୋନ ପାଲଟିଛି ଆପାର୍ଟମେଣ୍ଟ । ଏକଥା ଆମେ କହୁନୁ... ଗତ କିଛି ଦିନ ଆପାର୍ଟମେଣ୍ଟ ଚୋରି, ଅପରାଧ ଘଟଣା ସାମ୍ନାକୁ ଆସିବା ପରେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ କହୁଛନ୍ତି । ଏପଟେ ନୂଆ ନୂଆ ଅପରାଧ ସାଙ୍ଗକୁ ଆପାର୍ଟମେଣ୍ଟରେ ଅପରାଧର ସିଣ୍ଡିକେଟ ପୋଲିସ ପାଇଁ ଅଡୁଆ ସୃଷ୍ଟି କରିଛି । ଯାହାକୁ ନେଇ ଭୁବନେଶ୍ୱର ଆପାର୍ଟମେଣ୍ଟର ସୁରକ୍ଷା ନେଇ ଚିନ୍ତା ବଢିଛି । ଏନେଇ ଅନେକ ଆପାର୍ଟମେଣ୍ଟର ତେଜିଲାଣି ପୋଲିସ ବିରୋଧି ସ୍ବର ।

ଚିନ୍ତା ବଢାଇଛି ଆପାର୍ଟମେଣ୍ଟ ଲୁଟ:

APPARTMENT TENSION (ETV Bharat Odisha)

ବିଗତ କିଛି ଦିନ ଧରି ଆପାର୍ଟମେଣ୍ଟରେ ଲୁଟେରାଙ୍କ ଦୋରାତ୍ମ୍ୟ ସହରବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ଦଳ ବଦଳ ଧରି ଆପାର୍ଟମେଣ୍ଟ ଭିତରେ ପଶୁଛନ୍ତି ମୁଖାପିନ୍ଧା ଲୁଟେରା । କେଉଁଠି ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଆପାର୍ଟମେଣ୍ଟରେ ପଶି ଆତଙ୍କ ରଚୁଛନ୍ତି । ମୁଖା ପିନ୍ଧି ମାରଣାସ୍ତ୍ର ଧରି ଫ୍ଲାଟରୁ ଲୁଟପାଟ କରୁଛନ୍ତି । ତ ଆଉ କେଉଁଠି ଆପାର୍ଟମେଣ୍ଟ ଭିତରେ ଫ୍ଲାଟଧାରୀଙ୍କୁ ଡରାଇ ଧମକାଇ ସଶସ୍ତ୍ର ଡକାୟତି କରୁଛନ୍ତି ଅପରାଧି । ବିଶେଷ କରି ସହର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରେ ଏପରି ଅପରାଧ ଦେଖିବାକୁ ମିଳୁଛି । ଏନେଇ ଅପରାଧି ଆପାର୍ଟମେଣ୍ଟରେ ପଶି ସୁନା ଗହଣା ଓ ଟଙ୍କା ନେଇ ଛୁ ମାରୁଛନ୍ତି ।

ଏସବୁ ଅଞ୍ଚଳରେ ଆପାର୍ଟମେଣ୍ଟ ଚୋରଙ୍କ ଦୌରାତ୍ମ୍ୟ:

ଚିନ୍ତା ବଢାଉଛି ଆପାର୍ଟମେଣ୍ଟ
ଚିନ୍ତା ବଢାଉଛି ଆପାର୍ଟମେଣ୍ଟ (ETV Bharat Odisha)

ଧୂଳି ଥାନା,ଇନଫୋଭ୍ୟାଲି,ପାହାଳ,ଇନଫୋସିଟି,ମଞ୍ଚେଶ୍ବର,ପାହାଳ ,ବାଲିଅନ୍ତା ଓ ବାଲିପାଟଣା ଭଳି ଥାନା ଅଞ୍ଚଳରେ ଏନେଇ ଅନେକ ଅପରାଧି ଘଟାଇଛନ୍ତି ଅପରାଧ । ଗତ ଡିସେମ୍ବର ୫ରେ ପାହାଳ ଥାନା ସନରାଇଜ ସରୋବର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟରୁ ଚୋରି ସହ ଇନଫୋଭ୍ୟାଲି ଥାନା ଅଞ୍ଚଳର ଶ୍ରୀଜଗନ୍ନାଥ ଓ୍ବାରିୟର୍ସ ରେସିଡେଣ୍ଟ ଆପାର୍ଟମେଣ୍ଟର ମଧ୍ୟ ଲୁଟ କରି ଭୟ ଖେଳାଇ ଥିଲେ ଆପାର୍ଟମେଣ୍ଟ ଲୁଟେରା । ଯାହାକୁ ନେଇ କେତେକ ସ୍ଥାନରେ ଆପାର୍ଟମେଣ୍ଟର ଲୋକ ମଧ୍ୟ ଏନେଇ ପ୍ରତିବାଦ କରି ପୋଲିସ ଏକ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ଅନେକ ସ୍ଥାନରେ ବିରୋଧ ଦେଖିବାକୁ ମିଳୁଛି ।

ଏହା ମଧ୍ୟ ପଢନ୍ତୁ:

ପୋଲିସକୁ ଆପାର୍ଟମେଣ୍ଟ ଚୋରି ଚିନ୍ତା, IP ଏନାବଲ କ୍ୟାମେରା ଲଗାଇବାକୁ ନିବେଦନ

ମୈତ୍ରୀବିହାର ଲଜ୍ଜା: ପଡୋଶୀ ସାଜିଥିଲେ ସଇତାନ, 3 ଗିରଫ - Maitribihar Apartment Rape Case

ଗେମିଂ ଆପ କରି ଠକୁଥିଲେ ସାଇବର ଠକ, ଭୁବନେଶ୍ୱରରୁ ଠକେଇ ସିଣ୍ଡିକେଟ ଠାବ

ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ

ଭୟଭୀତ ଆପାର୍ଟମେଣ୍ଟରେ ରହୁଥିବା ଲୋକେ:
ଏନେଇ ପାହାଳ ଅଞ୍ଚଳର କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ୍ ମାଲିକ ରବିଦ୍ର ନାଥ ସାହୁ କହିଛନ୍ତି, ‘୧୦୦ପ୍ରତିଶତ ଅସୁରକ୍ଷିତ,ଆମେ ଭାବୁଥିଲୁ ସୁରଷିତ ବୋଲି । ଯେଉଁଭଳି ଚୋରି ହେଉଛି । ଘରେ ନଥିଲା ବେଳେ ସର୍ବସ୍ବ ନେଇଯାଇଛନ୍ତି । ଯଦି ଚୋର ଚୋରି କଲା ବେଳେ ବି ସାମ୍ନାକୁ ଆସୁ ଜୀବନ ତ ଅସୁରକ୍ଷିତ ରହିବ । ଚୋର ଦେଖିଦେଲେ ଆମକୁ କଣ ଛାଡ଼ିଦେବ। ଚୋରି କଲା ବେଳେ ଯଦି ଆମେ ଶବ୍ଦ ଶୁଣି ସେଠିକୁ ଯିବୁ ଆମେ କଣ ଆଉ ସୁରକ୍ଷିତ ରହିବୁ ଆମକୁ କଣ ଛାଡ଼ିବେ । ସହରରେ ଆପାର୍ଟମେଣ୍ଟ ଭଳି ସ୍ଥାନରେ ଆମେ ଅସୁରକ୍ଷିତ । ଏଠି ୨୧୦ ପରିବାର ରହିଲେ ବି ତଥାପି ଯେଭଳି ମାରଣାସ୍ତ୍ର ଧରି ବୁଲୁଛନ୍ତି ଦେଖିଲେ ଭୟ ଲାଗୁଛି ।’

ଆପାର୍ଟମେଣ୍ଟରେ ରହି ରଚୁଛନ୍ତି ଅପରାଧର ବ୍ଲୁପ୍ରିଣ୍ଟ:

ସେହିପରି କେବଳ ଆପାର୍ଟମେଣ୍ଟର ଲୁଟ ନୁହେଁ । ବିଗତ କିଛି ଦିନ ହେବ ଆପାର୍ଟମେଣ୍ଟରରେ ରହି ସହରରେ ଅପରାଧ ମଧ୍ୟ ଘଟାଉଛନ୍ତି ଅପରାଧି । ରାଜ୍ୟ ବାହାର ଅପରାଧି ବା ଦାଗି କ୍ରିମିନାଲ ଆସି ଆପାର୍ଟମେଣ୍ଟରେ ଆଡ୍ଡା ଜମାଉଛନ୍ତି । ଘର ଭଡ଼ା ନେଇ ସହର ଭିତରେ ରହି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏପରିକି ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି । ସେହିପରି ସାଇବର ଠକାମୀ ପାଇ ମଧ୍ୟ ସାଇବର ଅପରାଧି ନିଜର ସିଣ୍ଡିକେଟ ମଧ୍ୟ ଆପାର୍ଟମେଣ୍ଟରରେ ରହି ଅପରେଟ କରୁଛନ୍ତି ।

ସୁନା ଚେନ ଝାମ୍ପିବା ଘଟଣାରେ ଯାଇଥିଲା ମହିଳାଙ୍କ ଜୀବନ:

ବିଗତ କିଛି ଦିନ ହେବ କେତୋଟି ଅପରାଧରେ ଏଭଳି ଅପରାଧିଙ୍କ ଆପାର୍ଟମେଣ୍ଟର ରହି ଅପରାଧ କରିବାର ଘଟଣା ମଧ୍ୟ ନଜିର ରହିଛି । ସୁନା ଚେନ ଝାମ୍ପିବା ବେଳେ ମହିଳାଙ୍କ ଜୀବନ ନେବା ଘଟଣା ଗତ ନଭେମ୍ବର ୨୭ ସାମ୍ନାକୁ ଆସିଥିଲା । ରାଜଧାନୀରେ ସୁନା ଚେନ ଝାମ୍ପି ମହିଳାଙ୍କ ଜୀବନ ନେବା ଘଟଣାରେ ଧରାପଡ଼ିଥିଲା ଅଭିଯୁକ୍ତ । ଝାଡଖଣ୍ଡର ବିଧାତା ତନ୍ତୁବାଇ ଯେ କି ସାମନ୍ତରାପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟର ରହି ନିଜର ସହଯୋଗୀ ସହ ମିଶି ଏୟାରଫିଲ୍ଡ ଥାନା ସୋମନାଥ ମନ୍ଦିର ରାସ୍ତାରେ ଜଣେ ମହିଳାଙ୍କ ସୁନା ଚେନ ଝାମ୍ପିବା ବେଳେ ମହିଳାଙ୍କ ଜୀବନ ନେଇଥିଲେ ।

ଭୁବନେଶ୍ବରରେ ଚଳାଇଥିଲେ ସାଇବର ଫ୍ରଡ କଲ୍‌ ସେଣ୍ଟର:

ସେହିପରି ଗତ ଅକ୍ଟୋବର ୧୭ରେ ମଧ୍ୟ ଏୟାରଫିଲଡ ଥାନା ସୁନ୍ଦରପଦାର କାଞ୍ଚନ ଟାଓ୍ବାର ବ୍ଲକ୍ ଏ ୨୦୫ ନମ୍ବର ଫ୍ଲାଟରେ ରେଡ ବେଳେ ରାଜ୍ୟ ବାହାରର ୭ଜଣ ଅପରାଧି ଆସି ନିଜର ସାଇବର ଫ୍ରଡ କଲ ସେଣ୍ଟର ଠାବ କରିଥିଲା ପୋଲିସ ।ଯେଉଁଠି ସାଇବର ଠକାମି ପାଇ କଲ ସେଣ୍ଟର କରି ବିଭିନ୍ନ ଲୋକଙ୍କୁ ଚୁନା ଲଗାଉଥିଲେ ଅପରାଧି ।

ଆପାର୍ଟମେଣ୍ଟରେ ଚାଲିଥିଲା ଗେମିଂ ଆପର ଠକେଇ ସିଣ୍ଡିକେଟ:

ସେହିପରି ଗତ ୧୨ରେ ମଧ୍ୟ ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳର ପ୍ରେଷ୍ଟିଜ ଆପାର୍ଟମେଣ୍ଟରେ ମଧ୍ୟ ବ୍ଲକ ବିରୁ ଏକ ଫ୍ଲାଟରୁ କିଛି କମ୍ପୁଟର ସହ ମୋବାଇଲ୍ ଓ ପାସପୋର୍ଟ ସହ ରାଜ୍ୟ ବାହାରର ଚାରି ଜଣ ସାଇବର ଠକଙ୍କୁ ଧରିଛି । ଯେଉଁଠି ସେମାନେ ନିଜର ସାଇବର ଠକାମୀ ପାଇ ଏଠି ଗେମିଂ ଅପର ଠକେଇ ସିଣ୍ଡିକେଟ ଅପରେଟ କରୁଥିଲେ । ଭୁବନେଶ୍ୱରରେ ସୁରକ୍ଷିତ ଭାବେ ଭଡ଼ା ଘରେ ଇଣ୍ଟରନେଟ ନେଇ ଏପରି ନେଟୱର୍କ ଚଳାଇଥିଲେ । କେବଳ ସେତିକି ନୁହେଁ ପୂର୍ବରୁ ସିମ ବକ୍ସ ଭଳି ଘଟଣା ମଧ୍ୟ ନିଜର ରହିଛି । ସହର ଉପକଣ୍ଠରେ ପୋଲିସକୁ ଚକମା ଦେଇ ଏପରି ଅପରାଧିକ କାର୍ଯ୍ୟକଳାପ ଚଲାଇଛନ୍ତି ଅପରାଧି ।

ଠକାମୀ ନେଟୱର୍କକୁ ଠାବ କରିବୁ କହିଲେ ଡିସିପି:

ସେପଟେ ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘ଆମର ଗୋଟେ ସିଷ୍ଟମ୍ ଥାଏ । ଭୁବନେଶ୍ୱର ପରିସୀମା ଏବେ ବ୍ୟାପ୍ତ ହେଲାଣି । ବିଭିନ୍ନ ଜାଗାରେ ଏକାନ୍ତ ସ୍ଥାନରେ ଓ ଉପକଣ୍ଠରେ ଆପାର୍ଟମେଣ୍ଟରରେ ଘର ଭଡ଼ାରେ ମିଳୁଛି । ତାକୁ କିପରି ପରିଚାଳନା କରାଯିବ ନଜର ରଖାଯିବା ସେନେଇ ଚିନ୍ତା କରୁଛୁ । ଏବେବି ଭଡ଼ା ଟିଆ ତଥ୍ୟ ଦେଉଛନ୍ତି । କିଛି କିଛି ଜାଗାରେ ଟ୍ରାକ ରଖିବା ହୁଏତ ମୁସ୍କିଲ ଥାଇପାରେ । ତଥାପି ଯେଉଁ ସବୁ ଫ୍ଲାଟ୍ ଗୁଡ଼ାକ ଉପକଣ୍ଠରେ ବଢିଯାଉଛି ।ତାକୁ ଲିଷ୍ଟ କରାଯାଉଛି ସର୍ଭେ କରାଯାଉଛି । ସେଥିରେ କିଏ ରହୁଛି କିଏ ଭଡ଼ାଟିଆ ସେ ଦିଗରେ ତଥ୍ୟ ମଧ୍ୟ ସଂଗ୍ରହ ହେଉଛି । ଆଗାମି ଦିନରେ ସେ ସବୁକୁ ତଥ୍ୟ ସଂଗ୍ରହ ପାଇଁ ଆମେ ଆମର ସିଷ୍ଟମ ଆହୁରି ବ୍ୟାପକ କରୁଛୁ । ଆମ ସ୍ପେଶାଲ ସ୍କ୍ୱାର୍ଡ ,ଆମର ପୋଲିସ ଷ୍ଟେସନ ଆମର ସାଇବର ନେଟୱର୍କ ଟିମ୍ ଓ ଇଣ୍ଟେଲିଜେନସ ଟିମ୍ ମଧ୍ୟ ଏନେଇ ତଥ୍ୟ ସଂଗ୍ରହ କରୁଛୁ । ଯେଉଁ ସବୁ ଠକାମି ନେଟୱର୍କ ସବୁ ଚାଲୁଛି ସେସବୁକୁ ଆମେ ଠାବ କରିବୁ ।

ସହଯୋଗ ଲୋଡିଥିଲେ କମିଶନର:

ଏନେଇ ପୂର୍ବରୁ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ପୋଲିସ କମିସନର ଭାବେ ଯୋଗଦେବା ପରେ ଆପାର୍ଟମେଣ୍ଟର ସୁରକ୍ଷା ନେଇ ସହରବାସୀଙ୍କ ସହଯୋଗ ଲୋଡିଥିଲେ । ସେ କହିଥିଲେ ଆପାର୍ଟମେଣ୍ଟର ଚୋରି ରୋକିବା ପାଇଁ IP ଏନାବଲ କ୍ୟାମେରା ଲଗାନ୍ତୁ । ଆପାର୍ଟମେଣ୍ଟରେ ଓ୍ବେଲଫେୟାର ଆସୋସିଏସନ୍ ବା ସୋସାଇଟକୁ ଏନେଇ IP ଆଡ୍ରେସ ପୋଲିସକୁ ଦେବାକୁ ସେ ନିବେଦନ କରିଥିଲେ । ଯାହା ଦ୍ବାରା ଦୁଇ ପ୍ରକାର ଯୋଗାଯୋଗ ହୋଇପାରିବ । ଲୋକଙ୍କ ଭଲ ସହଯୋଗ ରହିଲେ ଏନେଇ ପୋଲିସ ଏ ଦିଗରେ ନଜର ରଖିପାରିବ ।

IP ଠିକଣା ଦେବାକୁ ପୋଲିସର ଅପିଲ୍‌:

ସେ ଆହୁରି କହିଥିଲେ, ଲୋକଙ୍କ ଧନ ଜୀବନ ସୁରକ୍ଷା ଦିଗରେ ପୋଲିସ ପଦକ୍ଷେପ ନେଇପାରିବେ । ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନର ଲାଗିଥିବା ସିସିଟିଭିର ଫୁଟେଜ ପୋଲିସ ଦେଖିପାରିବ । ଯଦି IP ଆଡ୍ରେସ ତଥ୍ୟ ପୋଲିସକୁ ଦେଲେ । ପୋଲିସ ସେମାନଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିପାରିବ । ଏପରିକି ଆପାର୍ଟମେଣ୍ଟର ହେଉଥିବା ଚୋରି ବା ଚୋରଙ୍କ ଉପରେ ନଜର ରଖିପାରିବ‌।ଏନେଇ ଜଣେ ଡିଏସପି କେକେ ହରିପ୍ରସାଦଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ତାଙ୍କର ମୋବାଇଲ ନମ୍ବର ମଧ୍ୟ ଜାରି କରିଥିଲେ । ଏଥି ସହ ମଧ୍ୟ ପୋଲିସ ପକ୍ଷରୁ ଏକ ହେଲ୍ପଲାଇନ 7077798111 ନମ୍ବର ଜାରି‌ କରାଯାଇଥିଲା । ଯେଉଁଠି ହ୍ବାଟଆପରେ କିଛି ସୂଚନା ଓ ଅଭିଯୋଗ ପୋଲିସ ସିଧାସଳଖ ଜଣାଇପାରିବେ ।

ବିକ୍ଷୋଭ କରିଥିଲେ ଆପାର୍ଟମେଣ୍ଟବାସୀ

ଗତ ସେପ୍ଟେମ୍ବର ୨୪ରେ ଏନେଇ ଆପାର୍ଟମେଣ୍ଟ ଚୋରି ନେଇ କ୍ଷୋଭ ଦେଖାଦେଇଥିଲା । ଯାହାକୁ ନେଇ ଚନ୍ଦକା ଥାନା ଅଞ୍ଚଳର ରିଭରଫ୍ରଣ୍ଟ ଆପାର୍ଟମେଣ୍ଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆପାର୍ଟମେଣ୍ଟର ଫ୍ଲାଟ୍ ଧାରୀ । ସେହିପରି ଗତ ୧୧ ତାରିଖରେ ଇନଫୋଭ୍ୟାଲି ଥାନା ଅଞ୍ଚଳର ଶ୍ରୀଜଗନାଥ ଓ୍ବାରିୟର୍ସ ରେସିଡେଣ୍ଟର ଫ୍ଲାଟ୍ ମାଲିକ ମାନେ ମଧ୍ୟ ଆପାର୍ଟମେଣ୍ଟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ଆପାର୍ଟମେଣ୍ଟରେ ଘଟୁଥିବା ଲୁଟପାଟ ନେଇ ପୋଲିସ ବିରୋଧି ସ୍ବର ଉତ୍ତୋଳନ କରି କ୍ଷୋଭ ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:

ରାଜଧାନୀରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା, ପୁଣି ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ - Theft From Apartment

ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ, ଆସିପାରେ ଆଡ଼ଭାଇଜାରି

ଆପାର୍ଟମେଣ୍ଟରେ ହେବ ସିକ୍ବୁରିଟି ଅଡ଼ିଟ୍, ଚୋର ପାଚେରୀ ଡେଇଁଲେ ପହଞ୍ଚିବ ପୋଲିସ

ଭୁବନେଶ୍ବର ୪୭୫ଟି ଆପାର୍ଟମେଣ୍ଟ

କମିଶନରେଟ ପୋଲିସର ସୂଚନା ଅନୁସାରେ ଭୁବନେଶ୍ୱରରେ ମୋଟ 475ଟି ଆପାର୍ଟମେଣ୍ଟ ରହିଛି । ସବୁଠୁ ଅଧିକ ଇନଫୋସିଟି ଥାନା ଅଞ୍ଚଳର 65ଟି ଆପାର୍ଟମେଣ୍ଟ ରହିଛି । ପୂର୍ବରୁ କମିସନରେଟ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ 400 ଆପାର୍ଟମେଣ୍ଟ ମାଲିକ ଓ ଆସୋସିଏସନ୍ କର୍ମକର୍ତ୍ତା ପୂର୍ବରୁ ଆଲୋଚନା କରିଥିଲେ । ତେବେ ଗତ ଡିସେମ୍ବର ମାସ ସୁଦ୍ଧା ପାଖାପାଖି ୫୦ଟି ଆପାର୍ଟମେଣ୍ଟରେ ୮୦ଟି ଫ୍ଲାଟରୁ କଳାକନା ବୁଲାଇ ଚୋରି‌ କରିଥିଲେ ଅପରାଧି । ହେଲେ ହାତ ଗଣତି କେତୋଟି କେସରେ ଆପାର୍ଟମେଣ୍ଟର କିଛି ଲୁଟେରାଙ୍କୁ ଧରିଥିଲେ ବି ଅଧିକାଂଶ ଲୁଟ ଘଟଣାରେ ରାଜ୍ୟ ବାହାର ଅପରାଧି ସାମିଲ ଥିବା ଜଣାପଡ଼ିଥିଲା ।

ଆପାର୍ଟମେଣ୍ଟ ଚୋରଙ୍କ ଫଟୋ ଜାରି କରିଥିଲା:

ବିଗତ କିଛି ଦିନ ଧରି ଭୁବନେଶ୍ୱର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଘଟଣା ସାମ୍ନାକୁ ଆସିବା ପରେ । କିଛି ଅପରାଧିଙ୍କ କିଛି ତାଲିକା ଏବ ଆପାର୍ଟମେଣ୍ଟ ଚୋରଙ୍କ ଫଟୋ ପୋଲିସ ତିଆରି କରି ସେମାନଙ୍କ ହୁଲିଆ ଓ ଫଟୋ ଚିତ୍ର ସହ ସହରରେ କାନ୍ଥ ବାଡ଼ରେ ଲଗାଇଥିଲା ପୋଲିସ । କିପରି ଚୋରି ଓ ଡ଼କାୟତି କରୁଛନ୍ତି ସେ ନେଇ ଲୋକଙ୍କୁ ପୋଷ୍ଟର ଜରିଆରେ ଅବଗତ କରାଇଥିଲେ । ବିଶେଷ କରି ପୋଲିସ ଦର୍ଶାଇଥିଲା ଆପାର୍ଟମେଣ୍ଟ ଓ ଫ୍ଲାଟ୍ ଓ ଘରେ ପଶି ଏପରି ଅପରାଧି କିପରି ଚୋରି କରୁଛନ୍ତି । ତେଣୁ ସେମାନଙ୍କୁ ଚିହ୍ନିବା ସହ ଯଦି କେହି ସେମାନଙ୍କର ସୂଚନା ବା ଖବର ପାଆନ୍ତି ସେନେଇ ପୋଲିସକୁ ଖବର ଦେବାକୁ ନିର୍ଦ୍ଦିଷ୍ଟ ଦୁଇଟି ଫୋନ ନମ୍ବର ଜାରି କରିଥିଲା କମିଶନରେଟ୍ ପୋଲିସର ଭୁବନେଶ୍ୱର ଟିମ୍ ।

ପୂର୍ବରୁ ସରିଛି ଫ୍ଲାଟ୍ ମାଲିକଙ୍କ ସହ ବୈଠକ:

ଆପାର୍ଟମେଣ୍ଟ ମାଲିକ ଓ ସୋସାଇଟର ଅନେକ କର୍ମକର୍ତ୍ତାଙ୍କୁ ନେଇ ଅନେକ ଥର ପୋଲିସ ବୈଠକ କରିସାରିଛି। ଆପାର୍ଟମେଣ୍ଟର ଚୋରିରୁ ବର୍ତ୍ତିବାକୁ ପୋଲିସ ସେମାନଙ୍କୁ ସଚେତନ କରିଛି । ଯେଉଁଠି ସ୍ମାର୍ଟ ଆଲାର୍ମ ସିଷ୍ଟମ୍ ,ଆଇପି ଆଡ୍ରେସ ସେୟାର, ସିକ୍ୟୁରିଟି ଗାର୍ଡ ମାନଙ୍କ ପାଇଁ ସ୍ବତନ୍ତ୍ର ନୀତି, ଆପାର୍ଟମେଣ୍ଟର ଭିତ୍ତିଭୂମିରେ ପରିବର୍ତ୍ତନ ସହ ପାଚେରି ଉଚ୍ଚ କରିବା।ପଡୋଶୀଙ୍କ ସହ ସମ୍ପର୍କ ଭଲ ରଖିବା । ସଠିକ ଭାବେ ବାହାରପଟୁ ଲକ୍ କରିବା ସହ ଆପାର୍ଟମେଣ୍ଟର ଫ୍ଲାଟ୍ ମାଲିକ ମାନଙ୍କ ସହ ଏକ ହ୍ବାଟ୍ସଆପ ଗ୍ରୁପ କରି ସମୟ ସମୟ ଧରି ଆଲର୍ଟ ଓ ସଚେତନା ମୂଳକ ମେସେଜ କରିବା । ଏଥି ସହ ସୁରକ୍ଷାକର୍ମୀଙ୍କୁ ଆପାର୍ଟମେଣ୍ଟର ତାଲା ପଡିଥିବା ଘରକୁ ରୀତିମତ ଯାଇ ଚେକ୍ କରିବା ସହ ପୋଲିସର ପାଟ୍ରୋଲିଂ ଟିମ୍ ମଧ୍ୟ ରାତି ଅଧିଆ ଓ ରୀତିମତ ଯାଇ ସିକୁରିଟି ଗାର୍ଡ ଓ ଆପାର୍ଟମେଣ୍ଟର ସୁରକ୍ଷା ନେଇ ମଧ୍ୟ ତର୍ଜମା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.