ETV Bharat / state

RI ଅମିନ ପରୀକ୍ଷା ବିଭ୍ରାଟ, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପରୀକ୍ଷାର୍ଥୀ - RI RECRUITMENT EXAMINATION

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ । ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ସଂଗଠନ । ଚିଠି ଲେଖିଲେ ପରୀକ୍ଷାର୍ଥୀ ।

RI ଅମିନ ପରୀକ୍ଷା ବିଭ୍ରାଟ
RI ଅମିନ ପରୀକ୍ଷା ବିଭ୍ରାଟ (ETV Bharat Odisha)
author img

By ETV Bharat Odisha Team

Published : Oct 19, 2024, 1:47 PM IST

କଟକ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ସଂଗଠନ । ଆର.ଆଇ(RI) ଅମିନ ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିରେ ଅଭିଯୋଗ କରି ଆସୁଥିବା ଛାତ୍ରଛାତ୍ରୀ ଏଭଳି ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଅନୁରୋଧ କରି ଷ୍ଟୁଡେଣ୍ଟ୍ ଏଗେନଷ୍ଟ କରପ୍ସନ ସଂଗଠନ ପକ୍ଷରୁ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ଛାତ୍ରଛାତ୍ରୀ ।

ଚିଠି ଲେଖିଲେ ଶହ ଶହ ଛାତ୍ରଛାତ୍ରୀ:

RI ଅମିନ ପରୀକ୍ଷା ବିଭ୍ରାଟ (ETV Bharat Odisha)

କଟକ ଅରୁଣଦୋୟ ମାର୍କେଟ ପୋଷ୍ଟ ଅଫିସରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଚିଠି ପଠାଇଛନ୍ତି । ଆସନ୍ତା 23ରେ ରାଷ୍ଟ୍ରପତି ଓଡିଶା ଗସ୍ତ କରିବାକୁ ଥିବାବେଳେ ତା ପୂର୍ବରୁ ଏହି ଘଟଣାକୁ ଦୃଷ୍ଟିଦେବା ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ପୂର୍ବରୁ ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଥିଲେ:

RI ଅମିନ ପରୀକ୍ଷା ବିଭ୍ରାଟ
RI ଅମିନ ପରୀକ୍ଷା ବିଭ୍ରାଟ (ETV Bharat Odisha)

ଏହା ପୂର୍ଵରୁ ସଂଗଠନ ପକ୍ଷରୁ କଟକରେ କାଠଯୋଡି ନଦୀରେ ଆଡମିଟ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଥିଲେ ତୁରନ୍ତ ସରକାର ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରିବ ସହ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପୂର୍ବରୁ କଳା ତାଲିକାଭୁକ୍ତ ଥିବାବେଳେ କିପରି ସେ ସଂସ୍ଥା ପରୀକ୍ଷା ପରିଚାଳନା କଲା ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଆସନ୍ତା 23 ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ 24 ତାରିଖ ଦିନ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ପ୍ରତିବାଦକାରୀ ।

ତ୍ରୁଟିପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାକୁ ନେଇ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ:

OSSSC ପକ୍ଷରୁ ରାଜ୍ୟ ବ୍ୟାପି ସାଢ଼େ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଆରଆଇ ଅମିନ ପରୀକ୍ଷା ଦେଇଥିଲେ । ହେଲେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥା ପାଇଁ ବିଗତ ଅନେକ ମାସ ଧରି ଆନ୍ଦୋଳନକୁ ଜାରି ରଖିଛନ୍ତି ପରୀକ୍ଷାର୍ଥୀ । ପରୀକ୍ଷା ବାତିଲ କରନ୍ତୁ ପୁନଃ ପରୀକ୍ଷା କରିବା ପାଇଁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ଏହା ମଧ୍ୟ ପଢନ୍ତୁ:

RI-ଅମିନ ପରୀକ୍ଷା ଅନିୟମିତତା; 24ରେ ଗର୍ଜିବ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ

RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା

ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ, ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - RI Amin examination irregularities

ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES

ଏନେଇ ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ଆବାହକ ବିଭୂତି ଭୂଷଣ ମହାପାତ୍ର କହିଛନ୍ତି,‘ ସରକାରଙ୍କୁ ଏଯାବତ ଅଭିଯୋଗ କରି ଆସୁଥିବା ବେଳେ କାହିଁକି ରାଜ୍ୟ ସରକାର ଏଯାବତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ତେଣୁ ବାଧ୍ୟ ହୋଇ ଶେଷରେ ରାଷ୍ଟ୍ରପତି ଏହି ଦିଗରେ ନିଶ୍ଚୟ ଦୃଷ୍ଟିଦେବେ ବୋଲି ଆଶା ।’

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.