ETV Bharat / state

ଘଙ୍ଗାପାଟଣା ଜମି ଦୁର୍ନୀତିଠୁ ବଡ଼ କେଳେଙ୍କାରୀ, ଭୁବନେଶ୍ୱରରେ ବେଆଇନ ଜମି ହାତେଇଛନ୍ତି ୪ IPS - illegal land grabbing

author img

By ETV Bharat Odisha Team

Published : Jun 24, 2024, 12:43 PM IST

IPS officers illegally grabbing land: ଭୁବନେଶ୍ୱରରେ କୋଟି କୋଟି ଟଙ୍କାର ସରକାରୀ ଜମିକୁ ହାତେଇଛନ୍ତି ରାଜ୍ୟର ୪ ଆଇପିଏସ (IPS) । ଅଭିଯୋଗ ଆଣିଲା ଓଡିଶା ସୂଚନା ଅଧିକାର ଅଭିଜାନ । ଅଧିକ ପଢନ୍ତୁ

ILLEGAL LAND GRABBING
ILLEGAL LAND GRABBING (ETV BHARAT ODISHA)

ଭୁବନେଶ୍ୱର: ରାଜଧାନୀରେ ଆଉ ଏକ ବଡ଼ ଧରଣର ଜମି ଦୁର୍ନୀତି । ସାମ୍ନାକୁ ଆସିଲା ଘଙ୍ଗାପାଟଣା ଜମି ଦୁର୍ନୀତି ଭଳି ବଡ କେଳେଙ୍କାରୀ । ଭୁବନେଶ୍ବର ପାତ୍ରପଢା ମୌଜାରେ କୋଟି କୋଟି ଟଙ୍କାର ସରକାରୀ ଜମିକୁ ହାତେଇଛନ୍ତି ରାଜ୍ୟର ୪ ଆଇପିଏସ (IPS) । ଜମି କିଣାବିକା ପଛରେ ହାଇ ପ୍ରୋଫାଇଲ୍ କାରବାରର ଖୁଲାସା କରିଛନ୍ତି ଓଡ଼ିଶା ସୂଚନା ଅଧିକାର ଅଭିଜାନ । ଏନେଇ ଗୋଦାବରିଶ ସଦନରେ ପ୍ରେସମିଟ କରି ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ କହିଛନ୍ତି । ୧୨୫କୋଟି ଟଙ୍କାର ଜମିକୁ ୨୭ ଥର କିଣାବିକା କରି ୪ ଆଇପିଏସ ଜମି ହାତେଇଥିବା ସେ କହିଛନ୍ତି । ଯାହାର ଦସ୍ତାବିଜ ଡକ୍ୟୁମେଣ୍ଟ ପ୍ରମାଣ ରହିଛି । ଏହାକୁ ଆରଟିଆଇ ଯୋଗେ ହାସଲ କରି କିଭଳି ରାଜ୍ୟରେ ରାଜଧାନୀରେ ଜମି କେଳେଙ୍କାରୀ କରିଛନ୍ତି ରାଜ୍ୟର ଚର୍ଚ୍ଚିତ ୪ ଆଇପିଏସ ତାହା ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-୨୧ ଦଫା ଦାବି ନେଇ ଆଦିବାସୀଙ୍କ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - Tribal Union Stage Protest

ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର କର୍ମୀ କହିଛନ୍ତି ଯେ, ଭୁବନେଶ୍ବର ପାତ୍ରପଡା ମୌଜାର ଜାତୀୟ ରାଜପଥ କଡରେ ରହିଛି ୭ ଏକର ପରିମିତ ଜାଗା । ଯେଉଁଠି ଏବେବି କିଛି ସୋରୁମ ଓ ଅନ୍ୟାନ୍ୟ କୋଠା କରି ସେଠାରୁ ଭଡ଼ା ସୁତ୍ରରେ ଟଙ୍କା ଆଣୁଛନ୍ତି ଦୁର୍ନୀତି ଖୋର ଅଧିକାରୀ । ସରକାରୀ ପ୍ଲଟ ନମ୍ବର ୩୨୧ ର ୭.୫ ଏକର ସରକାରୀ ଜମିକୁ ଲିଜ ସୁତ୍ରରେ ପ୍ରଭାବଶାଳୀ ଜମି ମାଫିଆ ତଥା NP ସୁନ୍ଦରାୟ ଚଞ୍ଚକତା କରି ଜାଲ କାଗଜ ପତ୍ରରେ ୪ ବରିଷ୍ଠ ଆଇପିଏସ ଅଫିସରଙ୍କ ସମେତ ଅନ୍ୟ କିଛି ପ୍ରଭାବଶାଳୀଙ୍କୁ ୨୭ ଥର କିଣାବିକା କରିଛନ୍ତି । ଏନ୍ ପି ସୁନ୍ଦରାୟ ଯେ କି ଏବେକାର ଜଣେ ଲେଡି କର୍ପୋରେଟଙ୍କ ସମ୍ପର୍କୀୟ ଜରିଆରେ ୪ ଜଣ ନିଜକୁ ଭୂମିହୀନ ଦର୍ଶାଇ ପାତ୍ରପଡା ମୌଜାରେ ୧୯୭୮ରୁ ୧୯୮୦ ମସିହାରେ ଜଣେକା ଲେଖାଏଁ ୧.୫ ଏକର ଅର୍ଥାତ ମୋଟ ୬ ଏକର ସରକାରୀ ଜମିକୁ ଚାଷ କାର୍ଯ୍ୟ କରିବା ଉଦେଶ୍ୟରେ ସରକାରଙ୍କଠୁ ଲିଜରେ ନେଇଥିଲେ ।

ହେଲେ ୨୦୦୨ ମସିହାରେ ସବ-କଲେକ୍ଟର ଭୁବନେଶ୍ବର ଏହି ବେଆଇନ ଲିଜକୁ ରଦ୍ଦ କରି ପୁରା ପ୍ଲଟକୁ ସରକାରୀ ଖାତାକୁ ଫେରାଇ ଆଣିଥିଲେ । କିନ୍ତୁ ଏନ.ପି ସୁନ୍ଦରାୟ ତାଙ୍କର ସମ୍ପର୍କୀୟମାନେ ଏହାକୁ କିଛି ପ୍ରଭାବଶାଳୀଙ୍କ ଜରିଆରେ ଜାଲିଆତି କରି ହାତଲେଖା ପଟ୍ଟା ତିଆରି କରି ଏହା ଜରିଆରେ ବିଡିଏ ପ୍ଲାନ୍ ଆପ୍ରୁଭାଲ ଭଳି ନକଲି ପଟ୍ଟାକୁ ବ୍ୟବ‌ହାର କରି ଜମି କିଣାବିକା କରିଥିଲେ । ଯାହା ପୂର୍ବତନ ଜଣେ ପୋଲିସ ଡିଜିଙ୍କ ପୁଅ ନାମରେ ୨୦୦୯ ମସିହାରେ ରେଜଷ୍ଟ୍ରି ହୋଇଥିଲା ।

ସେହିପରି ୨୦୧୦ ମସିହାରେ ବର୍ତ୍ତମାନର ଜଣେ ପ୍ରଭାବଶାଳୀ ଆଇପିଏସ ଅଫିସର ତାଙ୍କ ପତ୍ନୀ ଓ ପୁଅ ନାମରେ ଓ ଜଣେ ପୂର୍ବତନ ସିବିଆଇର ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ ତାଙ୍କ ସ୍ତ୍ରୀ ନାମରେ ୨୦୧୧ ମସିହାରେ ଉକ୍ତ ସରକାରୀ ଜମିରୁ ପ୍ଲଟ କିଣିଥିବା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଜମିକୁ ଜବରଦଖଲ କରି ହାତେଇ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ପାଇଁ ନୁତନ ସରକାରକୁ ନିବେଦନ କରିଛନ୍ତି‌ ସୂଚନା ଅଧିକାର କର୍ମୀ । ଘଙ୍ଗାପାଟଣା ଜମି ଦୁର୍ନୀତି ଭଳି ଏହା ଏକ ବଡ଼ ଜମି କେଳେଙ଼କାରୀ ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି । ଯେଉଁଥିରେ କିଛି ହାଇ ପ୍ରୋଫାଇଲ୍ ଅଫିସରଙ୍କର ସମପୃକ୍ତ ଥିବା ସେ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.