ETV Bharat / state

ସାର୍ବଜନୀନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ, ବିରୋଧିଙ୍କ ଦାବି ଯାହା ବି ଅଛି ବାହାରକୁ ଆଣନ୍ତୁ - Lakshmanananda Investigation report

author img

By ETV Bharat Odisha Team

Published : Aug 26, 2024, 8:32 PM IST

Swami Lakshmanananda Saraswati murder case: ଖୁବ ଶୀଘ୍ର ସାର୍ବଜନୀନ ହେବ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ । ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି ବିଜେଡି ଓ କଂଗ୍ରେସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ
ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ (ETV Bharat Odisha)

ଭୁବନେଶ୍ବର: ଖୁବଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ । ମୋହନ ସରକାର ଏ ନେଇ ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ସୂଚନା ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେଡି । ଉଭୟେ କହିଛନ୍ତି ଯାହା ବି ରିପୋର୍ଟ ଅଛି, ବାହାରକୁ ଆଣନ୍ତୁ । ସେହିପରି ହତ୍ୟାକାଣ୍ଡର ପୁନଃ ଯାଞ୍ଚ ଓ କମିଶନର ରିପୋର୍ଟ ସାର୍ବଜନୀନ ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ରିପୋର୍ଟ ହେବ ସାର୍ବଜନୀନ:

ଆଜି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ । ଏହାକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଖୁବଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର । ମୁଖ୍ୟମନ୍ତ୍ରୀ ଏନେଇ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ । ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ପ୍ରକୃତ ତଥ୍ୟ ସାର୍ବଜନୀନ ହେବା ଦରକାର:

କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, "ଏବେ ବିଜେପିର ସରକାର ଆସିଛି । ସେମାନେ ରିପୋର୍ଟ ସାର୍ବଜନୀନ କରିବା କଥା । ରିପୋର୍ଟ ସାର୍ବଜନୀନ ନକରି କହିବାରେ କଣ ଅଛି । ପ୍ରକୃତ ତଥ୍ୟ ସାର୍ବଜନୀନ ହେବା ଦରକାର । ଲୋକେ ଜାଣିବା ଦରକାର । ରିପୋର୍ଟ ସାର୍ବଜନୀନ ହେଲେ ପ୍ରକୃତ ତଥ୍ୟ କଣ ଜଣାପଡିଯିବ ।"

ଯାହା ବି ରିପୋର୍ଟ ଅଛି, ବାହାରକୁ ଆଣନ୍ତୁ:

ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ କହିଛନ୍ତି, "କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ନୁହେଁ, ଆଉ ଯାହା ତଦନ୍ତ କରିବା କଥା କରନ୍ତୁ । ଯାହା ବି ରିପୋର୍ଟ ଅଛି, ବାହାରକୁ ଆଣନ୍ତୁ । କେଉଁଠି କେଳେଙ୍କାରୀ ହୋଇଛି ବାହାର କରନ୍ତୁ । କଥା ନକହି କାମ କରନ୍ତୁ । ଆମେ ସ୍ବଚ୍ଛ ଓ ନିର୍ମଳ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରସା ଅଛି, ଯାହା ଆମେ କରିଛୁ ଠିକ କାମ କରିଛୁ । ଏବେ ତାଙ୍କର ସରକାର ଅଛି, ଯାହା ଚାହିଁବେ କରିପାରିବେ । କେବଳ କହିକି ଲୋକଙ୍କୁ ଭୁଆଁ ବୁଲେଇଲେ ହେବନାହିଁ । ଯାହା କହୁଛନ୍ତି ତାହା କାମରେ କରୁନାହାନ୍ତି । କେଉଁ ମନ୍ତ୍ରୀଙ୍କର କି ଦାୟିତ୍ବ ଓ କିଏ କେଉଁ ବାବଦରେ ମୁଣ୍ଡ ଖେଳେଇବା ସେ ବାବଦରେ ପ୍ରଥମେ ଠିକ କରନ୍ତୁ । ଯାହା ବି ସେମାନେ କହୁଛନ୍ତି କରିକି ଦେଖାଇବା ଦରକାର ।"

ହତ୍ୟାକାଣ୍ଡର ପୁନଃ ଯାଞ୍ଚ ଓ କମିଶନର ରିପୋର୍ଟ ସାର୍ବଜନୀନ ହେବା ଦରକାର :

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡର ପୁନଃ ଯାଞ୍ଚ ହେବା ଦରକାର । ଏହା ସହ ପୂର୍ବ ସରକାରଙ୍କ ସମୟରେ ଗଠନ ହୋଇଥିବା କମିଶନର ତଦନ୍ତ ରିପୋର୍ଟ ମଧ୍ୟ ସାର୍ବଜନୀନ କରିବାର ଆବଶ୍ୟକତା ରହିଛି । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଅତ୍ୟନ୍ତ ରହସ୍ୟମୟ ହୋଇ ରହିଛି । ରାଜନୈତିକ ଦୃଷ୍ଟି କୋଣରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଓ ଏହା ପରବର୍ତ୍ତୀ ଘଟଣା ପାଇଁ ବିଜେପି-ବିଜେଡି ମେଣ୍ଟ ସରକାର ଭାଙ୍ଗିଥିଲା । ବିଜେପିକୁ ଦୂରେଇ ବିଜେଡି ଏକାକୀ ସରକାର କରିଥିଲା ।"

କଥାରେ ନୁହେଁ, ନିର୍ଦ୍ଦିଷ୍ଟ ସମୟରେ କରିବା ଦରକାର:

ସେ ଆହୁରି ମଧ୍ୟ କହିଛନ୍ତି, "ରହସ୍ୟବୃତ୍ତ ହୋଇଥିବା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ବିଜେପି ସରକାରର ପ୍ରଥମ କର୍ତ୍ତବ୍ୟ । ଅପରାଧୀଙ୍କୁ ଦଣ୍ଡିତ କରିବା । ଘଟଣାର ତଦନ୍ତ ଲାଗି ପୂର୍ବ ସରକାରରେ ଗଠନ ହୋଉଥିବା କମିଶନ ରିପୋର୍ଟକୁ ସାର୍ବଜନୀନ କରିବା । ଏହାକୁ କେବଳ କଥାରେ ନୁହେଁ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାକୁ କରିବା ଦରକାର । ରାଜ୍ୟ ବାସୀ ଏହାକୁ ଅନେଇ ରହିଛନ୍ତି ।

କେବେ ହୋଇଥିଲା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ?

2008 ମସିହା ଅଗଷ୍ଟ 23 ଜନ୍ମାଷ୍ଟମୀରେ ରାତିରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ କିଛି ଦୁର୍ବୃତ୍ତ ଆଶ୍ରମରେ ପଶି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାକୁ ନେଇ ସେ ସମୟରେ ହିଂସା ଦେଖିବାକୁ ମିଳିଥିଲା । ସେହିବର୍ଷଠୁ କନ୍ଧମାଳ ସ୍ଥିତ ଚକାପାଦ ଆଶ୍ରମ ପରିସରରେ ତାଙ୍କ ଅନୁଗାମୀମାନେ ବଳିଦାନ ଦିବସ ଭାବେ ପାଳନ କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.