ETV Bharat / state

ବାଲେଶ୍ବର କର୍ଫ୍ୟୁ ଗାଇଡଲାଇନ; ଖୋଲିବ ସ୍କୁଲ ଓ କଲେଜ, ମିଳିବ ଇଣ୍ଟରନେଟ ସେବା - Balasore Curfew

author img

By ETV Bharat Odisha Team

Published : Jun 23, 2024, 8:36 PM IST

Internet Services To Normalize In Balasore: ଆସନ୍ତାକାଲିଠାରୁ ବାଲେଶ୍ବରରେ ସ୍ବାଭାବିକ ହେବ ଇଣ୍ଟରନେଟ ସେବା । ଖୋଲିବ ସ୍କୁଲ କଲେଜ । ଅଧିକ ପଢ଼ନ୍ତୁ

BALASORE CURFEW
BALASORE CURFEW (ETV Bharat Odisha)

ବାଲେଶ୍ବର: ସ୍ବାଭାବିକ ଆଡ଼କୁ ଗତି କରୁଛି ବାଲେଶ୍ବର ସହର ସ୍ଥିତି । ଇଦ୍‌ରେ 2 ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ସହରର ବିଭିନ୍ନ ଥାନା ଅଞ୍ଚଳରେ ଜାରି ହୋଇଥିଲା କର୍ଫ୍ୟୁ । ଏବେ ଧିରେ ଧିରେ ସ୍ଥିତି ସୁଧୁରୁଥିବାବେଳେ ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ କର୍ଫ୍ୟୁ କୋହଳ କରାଯିବା ସହ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗାଇଡ୍‌ ଲାଇନରେ ପରିବର୍ତ୍ତନ ଅଣାଯାଇଛି । ଏନେଇ ଜିଲ୍ଲାପାଳ ଏବଂ ଏସ୍‌ପି ମିଳିତଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

BALASORE CURFEW (ETV Bharat Odisha)
ବାଲେଶ୍ବର ପୋୖରାଞ୍ଚଳରେ ଥିବା ତିନୋଟି ଥାନା ଅଞ୍ଚଳ ମଧ୍ୟରୁ ଦୁଇଦିନ ତଳେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିଲା । ଆଜିଠାରୁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ 5ରୁ ରାତି 9 ଯାଏଁ କୋହଳ କରାଯିବା ସହ ଟାଉନ ଥାନା ଅଞ୍ଚଳରେ ସକାଳ 5ରୁ ଅପରାହ୍ନ 2ଟା ଯାଏଁ କୋହଳ କରାଯାଇଛି । ଆସନ୍ତାକାଲି ସୋମବାର କର୍ଫ୍ୟୁ ନିୟମ ବଳବତ୍ତର ରହୁଥିବାବେଳେ ସ୍କୁଲ କଲେଜ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ଆସନ୍ତାକାଲିଠାରୁ ମୋବାଇଲ ଇଣ୍ଟରନେଟ୍‌ ସେବା ମଧ୍ୟ ମିଳିବାର ସୁବିଧା କରାଯିବା ନେଇ ସୂଚନା ମିଳିଛି ।

ଆସନ୍ତାକାଲିଠାରୁ ଇଣ୍ଟରନେଟ ସେବା ମିଳିବାକୁ ଯାଉଥିବାବେଳେ ମିଛ ଗୁଜବ, ମିଛ ଖବର ପ୍ରଚାର ଉପରେ ରୋକ ଲଗାଯିବା ନେଇ ପୋଲିସ ପକ୍ଷରୁ ସାଇବର ଟିମ ଗଠନ କରାଯାଇଛି । ଏହି ଟିମ୍‌ ମିଛ ପ୍ରଚାର ଉପରେ ନଜର ରଖିବ, ଆଇନ ଉଲ୍ଲଙ୍ଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ ଉପରେ ମଧ୍ୟ ପୋଲିସ ତୀକ୍ଷ୍ଣ ନଜର ରଖିବା ସହ ଯେଉଁଠି କିଛି ମିଥ୍ୟ ଖବର କିମ୍ବା ଉସୁକାଇବା ଭଳି ପୋଷ୍ଟ ଦେଖିବାକୁ ମିଳେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସାଗରିକା ନାଥ କହିଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ...କୋହଳ ହେଲା କର୍ଫ୍ୟୁ, ଗୋଟିଏ ଥାନା ଅଞ୍ଚଳରେ ରାତି 9 ପର୍ଯ୍ୟନ୍ତ ହେବ କୋହଳ - Curfew Relaxed In Balasore

ଏହାସହ ଗୋଷ୍ଠୀ ବିବାଦରେ ସମୁଦାୟ 21ଟି ମାମଲା ରୁଜୁ ହୋଇଥିବାବେଳେ 89 ଜଣଙ୍କୁ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟକୁ ନେଇ ତଥ୍ୟ ପ୍ରମାଣ ଆଧାରରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗଣ୍ଡଗୋଳ ହୋଇଥିବା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ କଥାବାର୍ତ୍ତା ଚାଲିଛି । ଏହାସହ ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ ଏବଂ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ଚାଲିଛି । କେମିତି ତୁରନ୍ତ ଶାନ୍ତି ଫେରାଇ ଆଣିହେବ ସେନେଇ ପ୍ରଚେଷ୍ଟା ଚାଲିଛି ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଏବଂ ଏସ୍‌ପି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.