ETV Bharat / state

ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ; 'ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଜାରି ରହିଛି ଉଦ୍ୟମ' - Women Day Celebration

Women Day Celebration In Bhubaneswar: ଭୁବନେଶ୍ବରରେ ଆୟୋଜିତ ହେଲା ରଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ । 'ମିଶନ ଶକ୍ତି' ମାଆଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ । ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ; 'ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଜାରି ରହିଛି ଉଦ୍ୟମ'

author img

By ETV Bharat Odisha Team

Published : Mar 7, 2024, 10:10 PM IST

ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ମାଆମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିଛି । ମାଆମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି । ଦୃଢ ନିଶ୍ଚୟ ହେଲେ ସେମାନେ ବହୁତ କିଛି ହାସଲ କରିପାରିବେ । ମିଶନ ଶକ୍ତି ମାଆଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ସେମାନଙ୍କୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସହିତ ଅଛି । ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ଯେଉଁଠାରେ ମାଆ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି ।"

ମୁଖ୍ୟମନ୍ତ୍ରୀ କହିଛନ୍ତି, "ସେହିପରି ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି । ରାଜ୍ୟର ୩୦ ଜିଲ୍ଲା ପରିଷଦ ମଧ୍ୟରୁ ୨୦ରେ ମହିଳାମାନେ ନେତୃତ୍ୱ ନେଉଛନ୍ତି । ପଞ୍ଚାୟତ ଓ ପୌର ସଂସ୍ଥାରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି । ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତି ଏକ ବଡ଼ ଉଦାହରଣ । ଏହାଦ୍ୱାରା ସେମାନେ ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି । ଏହା ଏକ ବହୁତ ବଡ ପରିବର୍ତ୍ତନ । ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି । ରାଜ୍ୟ ସରକାର ମଧ୍ୟ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି । ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି । ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦିଆଯାଉଛି ।"

ସେ ଆହୁରି ମଧ୍ୟ କହିଥିଲେ ଯେ, ମହିଳାମାନଙ୍କ ସାମାଜିକ ଅଧିକାରର ସୁରକ୍ଷା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଇ ଅଧିକ ସୁବିଧା ଦେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳୁଥିବା ବେଳେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ମିଳୁଛି । ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କୁ ଅଧିକ ୧ ହଜାର ଟଙ୍କା ମିଳୁଛି । ଲକ୍ଷ୍ମୀ ବସରେ ମାଆମାନେ ଅଧା ଦାମରେ ମାତ୍ର ୫ ଟଙ୍କାରେ ଯିବାଆସିବା କରୁଛନ୍ତି । କେବଳ ସେତିକି ନୁହେଁ, ରେସନ କାର୍ଡ, BSKY କାର୍ଡ, ପକ୍କା ଘର ଆଦି ସବୁ ମାଆଙ୍କ ନାଁରେ ରହୁଛି । ମହିଳାଙ୍କ ନାଁରେ ଜମି କିଣା ହେଲେ ରେଜିଷ୍ଟ୍ରେସନରେ ବହୁତ ରିହାତି ଦିଆଯାଉଛି । ଏହି ସବୁ ପଦକ୍ଷେପ ଦ୍ୱାରା ସମାଜରେ ମାଆଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ .....ଜୀବନ ଯାତ୍ରାରେ ଏକା ଲଢୁଛନ୍ତି 70 ବର୍ଷୀୟା ବନିତା, ସ୍ବାମୀଙ୍କ ଅବର୍ତ୍ତମାନରେ ଜଳଖିଆ ଦୋକାନ କରି ପୋଷୁଛନ୍ତି ପରିବାର

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରେରଣାଦାୟୀ ଦିଗଦର୍ଶନରେ ମହିଳା ଶିଶୁ ବିକାଶ ବିଭାଗ ବିଭିନ୍ନ ମହିଳା କୈନ୍ଦ୍ରିକ ଯୋଜନା ମାତୃ କଲ୍ୟାଣ ଯୋଜନା, ମମତା, ଅଦ୍ୱିକା, ଜାଗୃତି, ମହିଳା ହେଲ୍ପ ଲାଇନ, ବିଜୁ କନ୍ୟାରତ୍ନ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଆଦି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ହୋଇଛି । ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣକୁ ସୁଦୃଢ କରୁଛନ୍ତି । ମିଶନ ଶକ୍ତି ଆଜି ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।" କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଛନ୍ତି । ICDS ନିର୍ଦ୍ଦେଶିକା ମନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଝାରସୁଗୁଡାର DSWO ପୁଣ୍ୟବତୀ ହେଲନସ୍କେ, ମୟୂରଭଞ୍ଜର କାର୍ଯ୍ୟକ୍ରମ ଅଧିକାରୀ ଜୋତ୍ସ୍ନା ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଙ୍ଗନବାଡି କର୍ମୀ ନଳିନୀପ୍ରଭା ଦାସ, ସୁନ୍ଦରଗଡ ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁକାନ୍ତି ପାତ୍ର, ଗଜପତି ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁନୀତା ନାୟକ ଏବଂ କିଶୋରୀ ବାଳିକା ବିକାଶ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନବରଙ୍ଗପୁର ଜିଲ୍ଲାର ସରିତା ଗରଡା ଓ କନ୍ଧମାଳ ଜିଲ୍ଲାର ଶରତ ଘିବଲାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଏହାସହ ଆଶୀର୍ବାଦ, ବିଜୁ କନ୍ୟାରତ୍ନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ଅଦ୍ୱିକା ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.