ETV Bharat / state

ସମନ୍ବିତ ଚାଷ କରି ସ୍ବାବଲମ୍ବୀ ଦମ୍ପତି, ମିଳିଛି ସଫଳ ଚାଷୀର ଟ୍ୟାଗ - INTEGRATED FARMING

ଉଚ୍ଚଶିକ୍ଷିତ ଦମ୍ପତିଙ୍କୁ ସଫଳତା ଦେଇଛି ସମନ୍ୱିତ କୃଷି । ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଅନ୍ୟକୁ ଦେଇଛନ୍ତି ରୋଜଗାର ପନ୍ଥା ।

ସମନ୍ବିତ ଚାଷ
ସମନ୍ବିତ ଚାଷ (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 6:23 PM IST

ଖୋର୍ଦ୍ଧା: ଚାଷ କାମ ଯାହାର,କି ଆନନ୍ଦ ତାହାର । ସେହି ସିନା ଦୁନିଆକୁ ଯୋଗାଉଛି ଆହାର । କଠିନ ପରିଶ୍ରମ ଓ ମନରେ ଆତ୍ମବିଶ୍ୱାସ ଥିଲେ ଜଣେ ଶୀର୍ଷ ସ୍ଥାନରେ ପହଞ୍ଚିବ ନିହାତି । ଏହା କେବଳ କଥାରେ ନୁହେଁ ସତରେ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଏକ ଦମ୍ପତି । ଉଭୟେ ଉଚ୍ଚ ଶିକ୍ଷିତ ହୋଇ ସମନ୍ବିତ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟଙ୍କୁ ଯୋଗାଇଛନ୍ତି ଆହାର ।

ଚାକିରି ପଛରେ ନ ଗୋଡାଇ, କରୁଛନ୍ତି ଚାଷ:

ଗ୍ରାମାଞ୍ଚଳର ଏହି ଦମ୍ପତିଙ୍କ ଜୀବନରେ ନୂଆ ଆଶା ସଂଚାର ହୋଇଛି । ସମନ୍ବିତ ପ୍ରଣାଳୀରେ ଚାଷ କରି ନିଜେ ସଶକ୍ତ ହେବା ସହ ସମାଜକୁ ଦେଇଛନ୍ତି ଆତ୍ମନିର୍ଭରଶୀଳତାର ବାର୍ତ୍ତା । ଯିଏକି ଚାକିରି ପଛରେ ନ ଗୋଡାଇ ଯୁବ ଅବସ୍ଥାରେ ଆପଣେଇ ନେଇଛନ୍ତି ଚାଷକୁ । ଏଭଳି ସଫଳ ଦମ୍ପତି ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବଡବେରଣା ପଞ୍ଚାୟତ କୋଲୁହାପାଟଣା ଗ୍ରାମର ସ୍ବାମୀ ବିରଜା ପ୍ରସାଦ ପଣ୍ଡା ଓ ସ୍ତ୍ରୀ ରାଜଶ୍ରୀ ପଣ୍ଡା । ଏ ଦମ୍ପତି ଦୁଇ ଜଣ ହେଉଛନ୍ତି ଉଚ୍ଚ ଶିକ୍ଷିତ । ଉଭୟେ ସଫଳ ଦମ୍ପତି ରୂପରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ସମନ୍ବିତ ଚାଷ କରି ସ୍ବାବଲମ୍ବୀ ଦମ୍ପତି (ETV Bharat Odisha)

ସମନ୍ବିତ ଚାଷ ଦେଇଛି ପରିଚୟ:

ବିରଜା ଓ ରାଜଶ୍ରୀ ଗତ ୨୦୦୬ ମସିହା ବିବାହ କରିଥିଲେ । ଉଭୟଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ । ଆଜିକା ସମୟରେ ଅଧିକାଂଶ ଚାଷ କାର୍ଯ୍ୟରୁ ମୁହଁ ଫେରାଇ ଚାକିରି ପଛରେ ଧାଉଁଥିବା ବେଳେ ଏମାନେ କିନ୍ତୁ ଚାକିରି ପଛରେ ଧାଇଁ ନଥିଲେ । ଶିକ୍ଷାକୁ କୃଷି କ୍ଷେତ୍ରରେ ପ୍ରୟୋଗ କରିଥିଲେ । ସମନ୍ବିତ ପ୍ରଣାଳୀରେ ଆଧୁନିକ ଯନ୍ତ୍ରପାତି ବ୍ଯବହାର କରି ଧାନ ଚାଷ,ଛତୁ, ଆଳୁ,ପିଆଜ,ହଳଦୀ,କଳା କୋଳଥ, ଆମ୍ବ,ମାଛ ଓ ଅଦାକୁ ତାହା କରି ନିଜେ ସଶକ୍ତ ହେବା ସହ ସମାଜକୁ ଦେଇଛନ୍ତି ଆତ୍ମନିର୍ଭରଶୀଳତାର ବାର୍ତ୍ତା । ଏଥିସହ ଚାଷ କାର୍ଯ୍ୟରୁ ବାର୍ଷିକ 7ରୁ 8 ଲକ୍ଷ ପର୍ଯ୍ୟନ୍ତ ରୋଜଗାର ମଧ୍ୟ କରିପାରୁଛନ୍ତି ।

ଚାଷ ପାଇଁ ମିଳିଛି ସମ୍ମାନ:

ଏଥିପାଇଁ ସରକାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ମିଳିଛି ସମ୍ମାନ । ବିଭିନ୍ନ ପ୍ରକାର ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ଯ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଧାନ ଚାଷ କରିବା ସହ ଆଧୁନିକ ଯନ୍ତ୍ରପାତି ସହାୟତାରେ ଅମଳ କରି ଧାନ ସଂଗ୍ରହ କରି ଛଣଗୁଡିକ ମେସିନ ସହାୟତା କାଟି ଛତୁ ଚାଷ କରୁଛନ୍ତି । ସେହି ଚାଷ କାର୍ଯ୍ୟ କିପରି ଶ୍ରମିକସଂଖ୍ୟା ହ୍ରାସ କରିବେ ସେଥିପାଇଁ ସେ ବିଭିନ୍ନ ଯନ୍ତ୍ରପାତିର ସହାୟତା ନେଇଛନ୍ତି । ଏପରିକି ବିରଜାଙ୍କ ହାତ ତିଆରି ନିର୍ମିତ ଦୁଇ ଥାକ ବିଶିଷ୍ଟ ଛତୁ ବେଡ ମୁଖ୍ଯମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ଯୋଜନାରେ ସାମିଲ ପାଇଁ ମନୋନୀତ ହୋଇଛି ।

ପନିପରିବା ଚାଷ, ମାଛ ବି ଚାଷ କରିଛନ୍ତି:

ଏଥିସହ ଛାତ ଉପରେ ମଧ୍ଯ ସବୁଜ ପନିପରିବା ଚାଷ ମଧ୍ଯ କରି ଦମ୍ପତି ଆଜି ସ୍ବତନ୍ତ୍ର ପରିଚୟ ପାଇଛନ୍ତି । ସେପଟେ ଗୋଟିଏ ପୋଖରୀ ଖୋଳି ମାଛ ଚାଷ ମଧ୍ୟ ଆରମ୍ଭ କରିଛନ୍ତି । ପୋଖରୀରେ ରୋହି ଏବଂ ଭାକୁର ମାଛ ଛାଡ଼ିଛନ୍ତି । ପ୍ରତି ଛଅ ମାସକୁ ଥରେ ପୋଖରୀରୁ ମାଛ ଧରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଆଗକୁ ପରିବା ଚାଷରେ ଆଧୁନିକ ପ୍ରଣାଳୀ ପ୍ରୟୋଗ କରି ଅଧିକ ଅମଳ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ଦମ୍ପତି ।

ଏନେଇ ଚାଷୀ ବିରଜା ପ୍ରସାଦ ପଣ୍ଡା କହିଛନ୍ତି, ‘ 15 ବର୍ଷ ହେଲା ଚାଷ ସହ ସଂଶ୍ଲିଷ୍ଟ ଅଛି । ପ୍ରଥମେ ଚାଷ କାର୍ଯ୍ୟ ଆରମ୍ଭ କଲା ବେଳେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲି । ମୁଖ୍ୟ ସମସ୍ୟା ଥିଲା ଶ୍ରମିକ । ଏଥିପାଇଁ ମେସିନ ବ୍ୟବହାର କରି କିପରି ଭଲ ଚାଷ ହୋଇପାରିବ ଅମଳ ହୋଇପାରିବ । ଏଥି ଉପରେ ଧ୍ୟାନ ଦେଲି । ଏହା ପରେ କୃଷି ବିଭାଗ ସହାୟତାରେ ଯାହା ଯନ୍ତ୍ରପାତି ମିଳୁଥିଲା ତାହା ନେଲି । ଅଧିକ ମଧ୍ୟ ଅନଲାଇନରୁ ଅର୍ଡର କଲି । କେବଳ ଧାନ ଚାଷ କଲେ ହେବନି । ବାହାରୁ ଥିବା ଛଣରୁ ମୁଁ ବର୍ଷ ସାରା ଛତୁ ଚାଷ କଲି ସେଥିରୁ ଭଲ ଦୁଇ ପଇସା ରୋଜଗାର କରୁଛି ।’

ଏହା ମଧ୍ୟ ପଢନ୍ତୁ:

ସମନ୍ବିତ ଚାଷ ସାଜିଛି ଉଦାହରଣ, ଜମିହୀନଙ୍କୁ ବିନା ଶୁଳ୍କରେ ଜମି ଦେଲେ ଯୁବଚାଷୀ

ଚର୍ଚ୍ଚାରେ କୋରାପୁଟ ମହିଳା ଚାଷୀ ହୀରା, ସମନ୍ୱିତ ଚାଷ କରି ହେଲେ ସ୍ୱାବଲମ୍ବୀ

ପାହାଡତଳ ଗାଁରେ ସମନ୍ବିତ ଚାଷ,ଚର୍ଚ୍ଚାରେ କୃଷି ଅଧିକାରୀ ତାପସ ରାଏ

ରାଜଶ୍ରୀ ପଣ୍ଡା କହିଛନ୍ତି, ‘15ରୁ 20 ପ୍ରକାର ଚାଷ ଆମେ କରୁଛୁ । 2ରୁ 3 ପରିବାରକୁ ରୋଜଗାର ମଧ୍ୟ ଦେଇଛୁ । ଯୋଉଟା ବହୁତ ଲାଗେ । ଧାନ, ଛତୁ, ପୋଖରୀ କରିକି ମାଛ ଚାଷ ବି କରୁଛୁ । ମୁଗ, ବିରି, କୋଳଥ, ଚାଷ ବି କରୁଛୁ । ହଳଦୀ, ହରଡ, ମାଣ୍ଡିଆ, ପନିପରିବା ଚାଷ କରୁଛୁ । ଚାଷ କଲେ କିଛି କ୍ଷତି ନାହିଁ କେବଳ ଧାନ ଚାଷ ନୁହେଁ ଅନ୍ୟ ଚାଷ ବି କରିବା କଥା ।’

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.