ETV Bharat / state

B Ed:ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ ବିଏଡ ଆଡମିସନ, ସେପ୍ଟେମ୍ବର ୨୬ରୁ ପାଠପଢ଼ା - INTEGRATED BEd ADMISION

author img

By ETV Bharat Odisha Team

Published : Aug 27, 2024, 10:54 AM IST

Updated : Aug 27, 2024, 11:05 AM IST

Integrated B.Ed admission: ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟରେ ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ ବି-ଏଡ ନାମଲେଖା ପ୍ରକ୍ରିୟା । ସେପ୍ଟେମ୍ବର ୨୬ ତାରିଖରୁ ପାଠପଢ଼ା । କେମିତି କରିବେ ଆବେଦନ ଓ କେମିତି ଲେଖାଇବେ ନାମ, ସେନେଇ ସମ୍ପୂର୍ଣ୍ଣ ଖବର ଜାଣନ୍ତୁ

ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ ବି-ଏଡ ନାମଲେଖା
ଆରମ୍ଭ ହେଲା ଇଣ୍ଟିଗ୍ରେଟେଡ ବି-ଏଡ ନାମଲେଖା (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଗତକାଲିଠାରୁ ଆରମ୍ଭ ହୋଇଛି ଇଣ୍ଟିଗ୍ରେଟେଡ ବି-ଏଡ୍ ନାମଲେଖା ପକ୍ରିୟା । ରାଜ୍ୟରେ ଥିବା ୪ଟି ବିଶ୍ଵବିଦ୍ୟାଳୟରେ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ବିଏଡ୍ ନାମଲେଖା । ଏଥିପାଇଁ ମୋଟ ୨୦୦ ସିଟ୍‌ ରହିଥିବା ବେଳେ ୨୧୫ ଜଣ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୩୧ଜଣ ଛାତ୍ରୀ ଏବଂ ୮୩ ଛାତ୍ର ଆବେଦନ କରିଥିବା ବେଳେ ଜଣେ ମାତ୍ର ତୃତୀୟ ଲୀଙ୍ଗି ଜଣେ ମାତ୍ର ଆବେଦନ କରିଛନ୍ତି । ତେବେ ଜାଣନ୍ତୁ କିପରି କରିବେ ଆବେଦନ ଏବଂ କେଉଁ ତାରିଖରେ ନାମଲେଖା ।

  • ଇଣ୍ଟିଗ୍ରେଟେଡ ବିଏଡ୍ ନାମଲେଖା ପକ୍ରିୟା

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ,‘‘ଆଜିଠୁ ଆରମ୍ଭ ହୋଇଛି ଇଣ୍ଟିଗ୍ରେଟେଡ ବି-ଏଡ ନାମଲେଖା ଆବେଦନ ପକ୍ରିୟା । ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ସୁଯୋଗ ଦିଆଯାଇଛି । ସେପ୍ଟେମ୍ବର ୬ ତାରିଖରେ କମନ ଆପ୍ଲିକେଶନ ଫର୍ମର ସଂଶୋଧନ ସୁଯୋଗ ଦିଆଯିବ । ୧୨ ତାରିଖରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବ । ୧୨ ତାରିଖରୁ ୧୭ ଯାଏ ଚୟନ ଶିକ୍ଷାର୍ଥୀମାନେ ନାମଲେଖା ଫି’ ଦାଖଲ କରିବା ସହ ସ୍ଲାଇଡ ଅପ ଅପ୍ସନ ଦେଇପାରିବେ । ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଯାଏ ନାମଲେଖା ହେବ ।’’

ଏହି ବିଶ୍ଵବିଦ୍ୟାଳୟରେ ନାମଲେଖା:-

ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟରେ ଏହି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ, ଦ୍ଵିତୀୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ତୃତୀୟରେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଏବଂ ବାଲେଶ୍ବରର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ନାମଲେଖା କରାଯିବ । ଏହି ସମସ୍ତ ବିଶ୍ବବିଦ୍ୟାଳୟରେ ୫୦ ଲେଖାଏଁ ସିଟ୍‌ ରହିଛି । ଏହା ମଧ୍ୟରୁ କେବଳ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ବିଏଡ କୋର୍ସ ନିୟମିତ ଥିବା ବେଳେ ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟରେ ସେଲଫ ଫାଇନାନ୍ସରେ କରାଯାଉଛି । ଗତକାଲି ପ୍ରଥମ ଦିନରେ ପାଖାପାଖି ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ବିଭାଗ।

କେଉଁ ତାରିଖରେ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ମିଳିବ ସୁଯୋଗ:-

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ସେପ୍ଟେମ୍ବର ୨୩ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହି ତାଲିକାରେ ଥିବା ପିଲାମାନେ ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ଅନଲାଇନ ମାଧ୍ୟମରେ ନାମଲେଖା ଫି ଦାଖଲ କରିବେ । ୨୪ ତାରିଖରୁ ୨୬ ତାରିଖ ମଧ୍ୟରେ ନାମଲେଖାଇ ପାରିବେ । ୨୮ ତାରିଖରେ ୱେଟିଂ-ଲିଷ୍ଟ ପ୍ରକାଶ ପାଇବ । ୩୦ ତାରିଖରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନମାନେ ନିଜର ନୋଟିସ ବୋର୍ଡ କିମ୍ବା ୱେବସାଇଟ ମଧ୍ୟରେ ସକାଳ ୧୦ଟାରେ ମେଧା ତାଲିକା ଜାରି କରିବେ । ଅକ୍ଟୋବର ୫ ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶେଷ କରାଯିବ । ସେପ୍ଟେମ୍ବର ୨୬ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି ।

ଉକ୍ତ ପାଠ୍ୟକ୍ରମରେ ଆଡମିଶନ ପାଇଁ ଆବେଦନକାରୀଙ୍କୁ କେବଳ ଅନଲାଇନ୍ ମୋଡ୍ ରେ CAF ଫି’ ଏବଂ ଆଡମିଶନ ଫି’ ଦେବାକୁ ପଡିଥାଏ । ପ୍ରତ୍ୟେକ ରାଉଣ୍ଡ ଚୟନ ପରେ ଆବେଦନକାରୀଙ୍କୁ “ଫ୍ରିଜ୍” କିମ୍ବା “ସ୍ଲାଇଡ୍” ବିକଳ୍ପ ବାଛିବାକୁ ପଡିବ ଏବଂ ଅନଲାଇନ୍ ମୋଡରେ ଆଡମିଶନ ଫି ଦେବାକୁ ପଡିବ । ଆବେଦନକାରୀ ଯେଉଁମାନେ “ଫ୍ରିଜ୍” ବିକଳ୍ପ ବାଛିବେ ସେମାନେ କେବଳ ଇଣ୍ଟିମେସନ ଲେଟର୍ ଡାଉନଲୋଡ୍ କରିପାରିବେ । ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଆଡମିଶନ ଅପଡେଟ୍ ପାଇଁ ମନୋନୀତ ହେଲ୍ସରେ ରିପୋର୍ଟ କରିବାକୁ ପଡିବ । ତଥାପି, ଯେଉଁ ଆବେଦନକାରୀମାନେ ସେମାନଙ୍କର ଅନୁଷ୍ଠାନର ଉପର ପସନ୍ଦ ପାଇଁ “ସ୍ଲାଇଡ୍” ବିକଳ୍ପ ବାଛିବେ, ସେମାନେ ମନୋନୀତ HEl ପରିଦର୍ଶନ କରିବା ଆବଶ୍ୟକ କରନ୍ତି ନାହିଁ, କାରଣ ସେମାନେ ଇଣ୍ଟିମେସନ୍ ଚିଠି ପାଇବେ ନାହିଁ । ଏପରିକି ଉଚ୍ଚଶିକ୍ଷା ବିଭାଗ ଆହୁରି କହିଛି ଯେ, ନାମଲେଖା ସମୟରେ ସମସ୍ତ ତଥ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଯେପରି ଓଟିପି ନମ୍ବର ଦେବା ସହ ନିଜର ବ୍ୟକ୍ତିଗତ ପରିଚୟ ପତ୍ର ଦେବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 27, 2024, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.