ETV Bharat / state

ଗୋପାଳପୁରରେ ଯୁଦ୍ଧ ଜାହାଜ ‘INS-କୁଠାର’, ନୌସେନା ଦିବସରେ ନେବ ଭାଗ - INS KUTHAR DOCKED AT GOPALPUR

ଗଞ୍ଜାମ ଗୋପାଳପୁର ବନ୍ଦରରେ ଲଙ୍ଗର ପକାଇଲା ଯୁଦ୍ଧ ଜାହାଜ ‘INS-କୁଠାର’। ବୁଲି ଦେଖିଲେ ଛାତ୍ରଛାତ୍ରୀ ଏବଂ ଏନସିସି କ୍ୟାଡେଟ ।

ଗୋପାଳପୁରରେ ନୌସେନା ଜାହାଜ ‘ଆଇଏନଏସ-କୁଠାର’, ବୁଲି ଦେଖିଲେ ଛାତ୍ରଛାତ୍ରୀ
ଗୋପାଳପୁରରେ ନୌସେନା ଜାହାଜ ‘ଆଇଏନଏସ-କୁଠାର’, ବୁଲି ଦେଖିଲେ ଛାତ୍ରଛାତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 10:10 AM IST

ବ୍ରହ୍ମପୁର: ଆସନ୍ତାମାସ ଡିସେମ୍ବର ୪ ତାରିଖରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ -2024 । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ପୁରୀରେ ମୁଖ୍ୟ କାର୍ଯ୍ୟକ୍ରମର ପ୍ରସ୍ତୁତି ଜାରି ରହିଥିବା ବେଳେ ଓଡିଶା ଉପକୂଳରେ ପହଞ୍ଚିବାରେ ଲାଗିଛି ନୌସେନାର ଗୋଟିଏ ପରେ ଗୋଟିଏ ଯୁଦ୍ଧ ଜାହାଜ । ସେହିକ୍ରମରେ ନୌସେନା ଯୁଦ୍ଧ ଜାହାଜ ‘ଆଇଏନଏସ-କୁଠାର’ ଗୋପାଳପୁର ବନ୍ଦରରେ ଲାଗିଛି । ଗତ ଦୁଇଦିନ ଧରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶିକ୍ଷଣୀୟ ପରିଭ୍ରମଣରେ ଆସି ଏହି ଜାହାଜ ପରିଦର୍ଶନ କରି ନୌସେନା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଛନ୍ତି ।

ଗୋପାଳପୁରରେ ନୌସେନା ଜାହାଜ ‘ଆଇଏନଏସ-କୁଠାର’, ବୁଲି ଦେଖିଲେ ଛାତ୍ରଛାତ୍ରୀ (ETV Bharat Odisha)
  • ପରିଦର୍ଶନ କରୁଛନ୍ତି ବିଦ୍ୟାର୍ଥୀ ଓ ଜନ ସାଧାରଣ

ଗତ ଦୁଇ ଦିନ ଧରି ଗୋପାଳପୁର ବନ୍ଦରର ଏକ ନମ୍ବର ବର୍ଥରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘ଆଇଏମଏସ-କୁଠାର’ ଲଙ୍ଗର ପକାଇଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସମେତ ‘ସମର ଶୀକ୍ଷାର୍ଥୀ ବାହିନୀ’ (ଏନସିସି), ସ୍କାଉଟ-ଗାଇଡଠାରୁ ଆରମ୍ଭ କରି ସ୍ଥାନୀୟ ଜନସାଧାରଣ ଏହି ଜାହାଜ ପରିଦର୍ଶନ କରିଛନ୍ତି । ଯୁଦ୍ଧ ଜାହାଜ ‘ଆଇଏନ୍ଏସ-କୁଠାର’ରେ ନୌସେନାର ଯବାନମାନେ କିପରି କାର୍ଯ୍ୟ କରିଥାନ୍ତି । ଶତ୍ରୁପକ୍ଷର ଜାହାଜ ଭାରତୀୟ ଜଳସୀମା ଉଲ୍ଲଂଘନ କରିବା ପରେ ତାହାକୁ ଯୁଦ୍ଧ ଜାହାଜରେ ରହିଥିବା ଶକ୍ତିଶାଳୀ ଉପକରଣଗୁଡିକ କିଭଳି ଚିହ୍ନଟ କରେ ଏବଂ ତାହାର ମୁକାବିଲା କରି ଦେଶକୁ ସୁରକ୍ଷା ଦେଇଥାଏ । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଗତ ଦୁଇଦିନ ଧରି ଗୋପାଳପୁର ବନ୍ଦରରେ ବିଦ୍ୟାର୍ଥୀଙ୍କଠାରୁ ଆରମ୍ଭ କରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ ଏବଂ ‘ଆଇଏନଏସ-ଚିଲିକା’ ଏବଂ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଥିଲା ।

ଗୋପାଳପୁରରେ ନୌସେନା ଜାହାଜ ‘ଆଇଏନଏସ-କୁଠାର’, ବୁଲି ଦେଖିଲେ ଛାତ୍ରଛାତ୍ରୀ
ଗୋପାଳପୁରରେ ନୌସେନା ଜାହାଜ ‘ଆଇଏନଏସ-କୁଠାର’, ବୁଲି ଦେଖିଲେ ଛାତ୍ରଛାତ୍ରୀ (ETV Bharat Odisha)
  • ଯୁଦ୍ଧ ଜାହାଜ INS-କୁଠାର ସମ୍ପର୍କରେ :-

୧୯୯୦ ମସିହା ଜୁନ ୭ ତାରିଖରେ ଯୁଦ୍ଧ ଜାହାଜ ‘ଆଇଏନଏସ-କୁଠାର’ ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ଦୀର୍ଘ ୩୪ ବର୍ଷ ଧରି ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରିଥିବା ଏହି ଜାହାଜ ମୁମ୍ୱାଇରେ ମଜଗାଓଁ ଡକ୍ ଲିମିଟେଡ ଦ୍ବାରା ନିର୍ମାଣ ହୋଇଥିଲା । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ (ଗାଇଡେଡ୍‌ ମିସାଇଲ୍‌ କନଭେଣ୍ଟର) ଥିବା ବେଳେ ଏଥିରେ ଅତ୍ୟାଧୁନିକ ଏମଆର ଗନଠାରୁ ଆରମ୍ଭ କରି ବିଭନ୍ନ ପ୍ରକାର ରାଡାର ଉପଲ୍ଲବ୍ଧ ରହିଛି । ଯାହା ନୌସେନା ବାହିନୀକୁ ସମୁଦ୍ର ଗର୍ଭରେ ଶତ୍ରୁପକ୍ଷକୁ ବହୁଦୂରରୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ । ଦୀର୍ଘ 30 ବର୍ଷରୁ ଅଧିକ ସମୟ ଧରି ଭାରତୀୟ ନୌସେନା ବାହିନୀରେ ଏହି ଜାହାଜକୁ ବ୍ୟବହାର କରାଯାଇଆସୁଛି ।

  • ଡିସେମ୍ବର ୪ରେ ନୌସେନା ଦିବସ:-

ପ୍ରତେକ ବର୍ଷ ଡିସେମ୍ୱର ୪ ତାରିଖକୁ ନୌସେନା ଦିବସ ଭାବରେ ପାଳନ କରାଯାଉଥିବାରୁ ତାହା ପୂର୍ବରୁ ନୈସେନା ସପ୍ତାହ ପାଳନ ଅବସରରେ ଗୋପାଳପୁର ବନ୍ଦରରେ ଦୁଇ ଦିନ ପାଇଁ ନୌସେନାର ଏହି ଜାହାଜ ଲଙ୍ଗର ପକାଇଛି । ଯାହା କେବଳ ଜନସାଧାରଣ ଓ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟତଃ ଖୋଲାଯାଇଥିବା ଏବଂ ଜାହାଜ ସମ୍ପର୍କରେ ସୂଚନା ଦେବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ନୌସେନାରେ ଲେଫ୍ଟନାଣ୍ଟ କମାଣ୍ଡର ଦେବିକ୍ ଶାହା ।

ଏହା ମଧ୍ୟ ପଢନ୍ତୁ:-ପାରାଦ୍ୱୀପରେ ନୌସେନା ଜାହାଜ INS ସତପୁରା

ଏହା ମଧ୍ୟ ପଢନ୍ତୁ:- ପୁରୀ ସମୁଦ୍ରରେ ଯୁଦ୍ଧଜାହାଜ: ଏଥର ଜଗନ୍ନାଥ ଧାମରେ ଶକ୍ତି ପ୍ରଦର୍ଶନ କରିବ ନୌସେନା - Navy Day preparation 2024

ନାଭାଲ ବ୍ୟାଣ୍ଡରେ ଝୁମିଲେ ଦର୍ଶକ; INS ଚିଲିକା ପକ୍ଷରୁ ଚିତ୍ତାକର୍ଷକ ବ୍ୟାଣ୍ଡ ପ୍ରଦର୍ଶନ

  • ନୌସେନା ସମ୍ପର୍କରେ ଜାଣି ଖୁସି ବିଦ୍ୟାର୍ଥୀ:-

ଆଇ.ଏନ୍.ଏସ୍ କୁଠାରର କାର୍ଯ୍ୟକାରିତା ଦେଖି ବେଶ ଖୁସି ବିଦ୍ୟାର୍ଥୀ । ଜାହାଜରୁ କିପରି ଯୁଦ୍ଧ ସମୟରେ ଫାୟର ଫାଇଟିଂ କରାଯାଇଥାଏ, ଯୁଦ୍ଧ ସମୟରେ ଜାହାଜରୁ କିପରି ଛୋଟ ଛୋଟ କ୍ଷେପଣାସ୍ତ୍ର ଏବଂ ବନ୍ଧୁକର ବ୍ୟବହାର ହୋଇଥାଏ । ଶତ୍ରୁ ପକ୍ଷକୁ କିପରି ମୁକାବିଲା କରାଯାଏ । ଏଭଳି ବିଷୟକୁ ପୂର୍ବରୁ ଶୁଣି ଆସୁଥିବା ବିଦ୍ୟାର୍ଥୀମାନେ ଗୋପାଳପୁର ବନ୍ଦରରେ ଲଙ୍ଗର ପକାଇଥିବା ଯୁଦ୍ଧ ଜାହାଜକୁ ଦେଖି ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ଅନେକ ବିଦ୍ୟାର୍ଥୀ ଏହାକୁ ଦେଖିବା ପରେ ପାଠପଢି ବଡ ହେଲେ ନୌସେନାରେ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି । ଏପରିକି ବହୁ ବିଦ୍ୟାର୍ଥୀ ଜାହାଜରେ ପି-୨୧ , ପି-୨୨ ଭଳି ଯୁଦ୍ଧରେ ବ୍ୟବହାର ହେଉଥିବା ଅସ୍ତ୍ରଶସ୍ତ୍ର ପ୍ରଥମ ଥର ଦେଖିବା ପରେ ବେଶ ଉତ୍ସାହିତ ରହିଥିବା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

  • ପୁରୀ ଅଭିମୁଖେ ବାହାରିଲା ‘ଆଇଏନଏସ-କୁଠାର’:

ଗୋପାଳପୁର ବନ୍ଦରରେ ଦୁଇଦିନ ରହିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଛି ଯୁଦ୍ଧ ଜାହାଜ ‘ଆଇଏନଏସ-କୁଠାର’ । ଏଣୁ ଓଡିଶାବାସୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ଉକ୍ତ ଜାହାଜରେ ଦାୟିତ୍ୱରେ ରହିଥିବା ନୈସେନାର ବରିଷ୍ଠ ଅଧିକାରୀ ସୁନିଲ ପାତ୍ର । ମୁଖ୍ୟତଃ ଏହା ବିଦ୍ୟାର୍ଥୀ ଓ ଜନସାଧାରଣଙ୍କ ପାଇଁ ରହିଥିବା ବେଳେ ଜାହାଜରେ ରହିଥିବା ଅସ୍ତ୍ରଶସ୍ତ୍ରର ବ୍ୟବହାର , ପ୍ରାଥମିକ ଚିକିତ୍ସା ପ୍ରଣାଳୀ, ଯୁଦ୍ଧ ସମୟରେ କିପରି ନୌସେନା କାର୍ଯ୍ୟ କରିଥାଏ ତାହାକୁ ଉପସ୍ଥାପନ କରାଯାଉଥିବା ଏକ ଭଲ ଅବସର ବୋଲି ସୁନିଲ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.