ETV Bharat / state

ଶ୍ରୀମନ୍ଦିର ସମ୍ମୁଖରେ ସୂଚନା କେନ୍ଦ୍ର ନିର୍ମାଣକୁ ଜୋରଦାର ବିରୋଧ, ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ, ସିଂହଦ୍ଵାରର ହେବ ସୋନ୍ଦର୍ଯ୍ୟ ହାନି - information center controversy - INFORMATION CENTER CONTROVERSY

Information center to hide Singhadwara, beautifully carved entrance to the Jagannath temple in Puri, lions idol statue: ପୁଣି ଶ୍ରୀମନ୍ଦିର ଆଗରେ ନିର୍ମାଣ ପୁଣି ବିରୋଧ । କାହା ସ୍ବର୍ଥରେ ନିର୍ମାଣ ହେଉଛି ନୂଆ ସୂଚନା କେନ୍ଦ୍ର । ଏହା ବିରୋଧରେ ତେଜିଲାଣି ବିରୋଧ । ଏପଟେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ସମୟରେ ମଧ୍ୟ ସଙ୍କୁଚିତ ରାସ୍ତା ଯୋଗୁ ସମସ୍ୟା ସୃଷ୍ଟି ହେବ। ସେହିପରି ସିଂହଦ୍ଵାର ସମ୍ମୁଖରେ ଠିଆ ହୋଇ ପ୍ରଭୁ ପତିତପାବନ ଦର୍ଶନ କରୁଥିବା ଭକ୍ତମାନେ ମଧ୍ୟ ଭଲଭାବେ ଦର୍ଶନ କରିପାରିବେ ନାହିଁ । ଅଧିକ ପଢନ୍ତୁ

information center controversy
information center controversy (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 9:39 AM IST

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ନୂଆ ସୂଚନା କେନ୍ଦ୍ର ନିର୍ମାଣକୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ବିରୋଧ । ନୂଆ ସୂଚନା କେନ୍ଦ୍ର ଦ୍ଵାରା ଶ୍ରୀମନ୍ଦିର ସିଂହଦ୍ଵାରର ହେବ ସୋନ୍ଦର୍ଯ୍ୟ ହାନି । ସୂଚନା କେନ୍ଦ୍ର ନିର୍ମାଣ ବନ୍ଦ ଦାବି ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଗଲା ଦାବିପତ୍ର । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ନିର୍ମାଣ ଚାଲିଛି ସୂଚନା କେନ୍ଦ୍ର । ତେବେ ଏହି ନୂଆକରି ନିର୍ମାଣ ହେଉଥିବା ସୂଚନା କେନ୍ଦ୍ରକୁ ନେଇ ଉଠିଛି ବିରୋଧର ସ୍ବର । ସିଂହଦ୍ଵାର ସମ୍ମୁଖରେ ଏହି ସୂଚନା କେନ୍ଦ୍ର ନିର୍ମାଣ ହେବାଦ୍ବାରା ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖର ସୌନ୍ଦର୍ଯ୍ୟ ହାନୀ ହେବ । ସିଂହଦ୍ଵାରର ଡାହାଣ ପାର୍ଶ୍ୱରେ ଥିବା ସିଂହ ମୂର୍ତ୍ତି ଲୁଚିଯିବା ସହ ସିଂହଦ୍ଵାର ସମ୍ମୁଖ ରାସ୍ତା ମଧ୍ୟ ସଙ୍କୁଚିତ ହେବ । ଫଳରେ ଶ୍ରୀମନ୍ଦିରକୁ ଭକ୍ତମାନେ ପ୍ରବେଶ ନେଇ ବହୁ ଅସୁବିଧା ଭୋଗିବେ ।

କେବଳ ସେତିକି ନୁହେଁ ରଥଯାତ୍ରା ସମୟରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ସମୟରେ ମଧ୍ୟ ସଙ୍କୁଚିତ ରାସ୍ତା ଯୋଗୁ ସମସ୍ୟା ସୃଷ୍ଟି ହେବ। ସେହିପରି ସିଂହଦ୍ଵାର ସମ୍ମୁଖରେ ଠିଆ ହୋଇ ପ୍ରଭୁ ପତିତପାବନ ଦର୍ଶନ କରୁଥିବା ଭକ୍ତମାନେ ମଧ୍ୟ ଭଲଭାବେ ଦର୍ଶନ କରିପାରିବେ ନାହିଁ । ଏଣୁ ସିଂହଦ୍ଵାର ସମ୍ମୁଖ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ନୂଆ ସୂଚନା କେନ୍ଦ୍ର ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ। ତେବେ ବୁଦ୍ଧିଜୀବୀ ଓ ସେବାୟତଙ୍କ ମତାମତ ନିଆନଯାଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ଏକପାଖିଆ ନିଷ୍ପତ୍ତି ନେବା ଠିକ୍ ନୁହେଁ ବୋଲି ମତ ରଖିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସିଂହଦ୍ଵାର ସମ୍ମୁଖରେ ମଧ୍ୟ ଏକ ସୂଚନା କେନ୍ଦ୍ର ରହିଥିଲା। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଶ୍ରୀମନ୍ଦିର ସିଂହଦ୍ଵାରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏବଂ ସିଂହଦ୍ଵାର ସମ୍ମୁଖକୁ ଉନ୍ମୁକ୍ତ ରଖିବା ପାଇଁ ସୂଚନା କେନ୍ଦ୍ରକୁ ହଟେଇ ଦିଆଯାଇ ନିକଟସ୍ଥ ବାଗେଡିଆ ଧର୍ମଶାଳାରେ ସ୍ଥାପନା କରଯାଇଥିଲା । ଯାହାକି ଏହା ସୂଚର ରୂପେ କାର୍ଯ୍ୟ କରୁଥିବା ବେଳେ ପୁଣି କାହିଁକି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖକୁ ଅବରୋଧ କରାଯାଇ ଆଉ ଏକ ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି ସେନେଇ ପ୍ରଶ୍ନ ଉଠିଛି ।

information center controversy
information center controversy (information center controversy)

ଏନେଇ ପୁରୀ ସହରର ବୁଦ୍ଧିଜୀବୀ ଦିଲୀପ ବରାଳ କହିଛନ୍ତି, "ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ହେଉଥିବା ସୁଚନା କେନ୍ଦ୍ରର ନିର୍ମାଣ ନେଇ ଏଏସଆଇର ଅନୁମତି ନାହିଁ । ଭିଭିଆଇପିଙ୍କ ସ୍ୱାର୍ଥ ପାଇଁ ପ୍ରସାଶନିକ ଅଧିକାରୀମାନେ ଏହି ସୁଚନା କେନ୍ଦ୍ର ନିର୍ମାଣ କରୁଛନ୍ତି । ଏହି କାର୍ଯ୍ୟ ତୁରନ୍ତ ବନ୍ଦ ହେବା ଦରକାର । ଏହି ସୂଚନା କେନ୍ଦ୍ର ହେଲେ ଶ୍ରୀମନ୍ଦିର ସିଂହଦ୍ଵାରର ଏକ ସିଂହ ମୂର୍ତ୍ତି ଦେଖାଯିବ ନାହିଁ । ସିଂହ ଦ୍ୱାର ସୋନ୍ଦର୍ଯ୍ୟ ନଷ୍ଟ ହେବ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ଏହି କାର୍ଯ୍ୟ ବନ୍ଦ କରିବା ନେଇ ଶ୍ରୀ ମନ୍ଦିର ମୂଖ୍ୟ ପ୍ରଶାସକଙ୍କୁ ମୁଁ ଦାବି ପତ୍ର ଦେଇଛି ।"

ଶ୍ରୀ ମନ୍ଦିରର ସୌନ୍ଦର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏଠି ସୂଚନା କେନ୍ଦ୍ର ଦ୍ବାରା ଶ୍ରୀମନ୍ଦିର ସିଂହଦ୍ଵାରର ସୁନ୍ଦରତା ନଷ୍ଟ ହଉଛି। ଶ୍ରୀ ମନ୍ଦିର ଆସୁଥିବା ଭିଆଇପି ବିଭିନ୍ନ ସାମଗ୍ରୀ ରଖିବା ପାଇଁ ଏହି ସୂଚନା କେନ୍ଦ୍ର ନାମକୁ ମାତ୍ର ହେଉଥିବା ଦିଲୀପ ବରାଳ ଅଭିଯୋଗ କରିଛନ୍ତି । ଏହାକୁ ବନ୍ଦ କରାନଗଲେ ସେ ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ।

ସେହିପରି ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ମାର୍ଗ ହେବା ପରେ ଶ୍ରୀ ମନ୍ଦିର ସମ୍ମୁଖ ଉନ୍ମୁକ୍ତ ଦ୍ଵାରା ସୁନ୍ଦରତା ବୃଦ୍ଧି ପାଇଛି। ହେଲେ ସିଂହ ଦ୍ଵାର ରେ ପୁନର୍ବାର ସୁଚନା କେନ୍ଦ୍ର ହେଲେ ମନ୍ଦିର ର ସୁନ୍ଦରତା ରହିବ ନାହିଁ। ସୁଚନା କେନ୍ଦ୍ରକୁ ବହୁତ ଛୋଟ ଆକାରରେ କରାଯାଉଛି। ହେଲେ ଏହାକୁ ଅନ୍ୟ ସ୍ଥାନରେ ବଡ ଆକାରରେ କରାଗଲେ ଭକ୍ତ ଉପକୃତ ହୋଇ ପାରିବେ । ତେବେ ଏହାର ନିର୍ମାଣ ପୁର୍ବରୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ମତାମତ ନେବା ଉଚିତ୍ ।"ସେପଟେ ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି, "ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ସିଂହଦ୍ଵାର ନିକଟରେ ପୁନର୍ବାର ସୂଚନା କେନ୍ଦ୍ର ନିର୍ମାଣ କରାଯାଉଛି । ଏହାଦ୍ବାରା ଭକ୍ତ ମାନେ ସହଜରେ ସୂଚନା କେନ୍ଦ୍ରକୁ ଆସି ବିଭିନ୍ନ ସାହାଯ୍ୟ ସୁବିଧା ପାଇପାରିବେ। ଏନେଇ ଯଦି କୌଣସି ବ୍ୟକ୍ତି ବିଶେଷ ପ୍ରଶାସନ ପାଖରେ ନିଜର ମତାମତ ରଖନ୍ତି ତେବେ ତା'କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.