ଭୁବନେଶ୍ବର: ଆଡଭାନ୍ସ ଟ୍ରେନ ଟିକେଟ ବା ରିଜର୍ଭେସନ ଟିକେଟ ବୁକିଂର ସମୟସୀମାକୁ ପରିବର୍ତ୍ତନ କରିଛି ଭାରତୀୟ ରେଳବାଇ । ଏଣିକି 4 ମାସ ନୁହେଁ ବରଂ 2 ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ । ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି ଆସିଛି । ରେଲଓ୍ବେ ବିଭାଗର ଏପରି ନିଷ୍ପତ୍ତିକୁ ଯାତ୍ରୀମାନେ ସ୍ବାଗତ କରିବା ସହ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀମାନେ ସେମାନଙ୍କର ସମାଧାନ ହୋଇପାରିବ ବୋଲି ଯୁକ୍ତି ବାଢ଼ିଛନ୍ତି ।
ଜଣେ ଯାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁ ଲୋକମାନେ ଆଗୁଆ ଟିକେଟ କରୁଥିଲେ ସେମାନଙ୍କ ପାଇଁ ଆମେ ହଇରାଣ ହେଉଥିଲୁ । ଟିକେଟ ବୁକିଂ ହେଇପାରୁନଥିଲା । ଏବେ ନିୟମ ପରିବର୍ତ୍ତନ ହୋଇଥିବାରୁ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ସୁବିଧା ହେବ । ଏହା ଏକ ଭଲ ପଦକ୍ଷେପ ।
ମହିଳା ଯାତ୍ରୀ ସସ୍ମିତା ସାହୁ କହିଛନ୍ତି, '' ଆଡଭାନ୍ସ ଟିକେଟ ବୁକିଂକୁ ସମୟସୀମା ପରିବର୍ତ୍ତନ ଏକ ଭଲ ନିଷ୍ପତ୍ତି । କିଛି ଯାତ୍ରୀଙ୍କ ପାଇଁ ଏହା ସୁବିଧା ହେବ ଓ କଛିଙ୍କ ପାଇଁ ଅସୁବିଧା ହୋଇପାରେ । ସିନିୟର ସିଟିଜେନଙ୍କ ପାଇଁ ସୁବିଧା ହେବ, ଯେଉଁ ମାନେ ଆଗରେ ପ୍ରି ପ୍ଲାନ କରି କି ରଖିଥିବେ । ଯେଉଁ ମାନେ ସର୍ଭିସ ହୋଲଡର ରହିଛି ଭ୍ୟାକେସନ ପାଇଁ ଏହା ସୁବିଧା ହୋଇପାରେ । ''
ରିତେଶ ନାମକ ଜଣେ ଯାତ୍ରୀଙ୍କ ପ୍ରତିକ୍ରିୟା, ''ଆଡଭାନ୍ସ ଟିକେଟ ବୁକିଂର ସମୟସୀମା କମିଥିବା ଭଲ ଖବର । 120 ଦିନରୁ 60 ଦିନକୁ ହ୍ରାସ ପାଇଛି । ଟିକେଟ ବୁକ ହେବା ପରେ କମ ସମୟ ମଧ୍ୟରେ ତାହା କନଫର୍ମ ହୋଇଛି ନା ନାହିଁ ଜଣାପଡିଯିବ । ଯେଉଁ ମାନେ 120 ଦିନ ପୂର୍ବରୁ ଟିକେଟ ବୁକିଂ କରି ରଖି ଦେଇଥାନ୍ତି, କିନ୍ତୁ ଯାତ୍ରା କ୍ୟାନସେଲ ହୋଇଯାଇଥାଏ ସେମାନେ ଟିକେଟ ବି କ୍ୟାନସେଲ କରନ୍ତି ନାହିଁ, ଯାହା ଦ୍ବାରା ଅନ୍ୟ ଯେଉଁ ଯାତ୍ରୀ ଓ୍ବେଟିଂରେ ଥାନ୍ତି ତାହା କନଫର୍ମ ହୁଏ ନାହିଁ । ସମୟସୀମା କମିବା ଦ୍ବାରା ବହୁତ ଜଲଦି କନଫର୍ମ ଖବର ମିଳିଯିବ ।''
![TRAIN TICKET](https://etvbharatimages.akamaized.net/etvbharat/prod-images/18-10-2024/od-bbsr-04-railways-new-guidline-7206049_17102024191750_1710f_1729172870_1074.jpg)
ଟ୍ରେନ୍ ସଂରକ୍ଷଣ ଅବଧି :-
ରେଳବାଇ ଟ୍ରେନ ଟିକେଟର ଅଗ୍ରୀମ ସଂରକ୍ଷଣ ସମୟରେ ପରିବର୍ତ୍ତନ ଆସିଛି । ଅଗ୍ରୀମ ସଂରକ୍ଷଣ ଅବଧି ୩୦ ଦିନରୁ ୧୨୦ ଦିନ ମଧ୍ୟରେ ସମୟ ସୀମା ବଦଳିଛି । ବିଭିନ୍ନ ଅବଧି ଉପରେ ଆଧାର କରି ୬୦ ଦିନ ଅଗ୍ରୀମ ସଂରକ୍ଷଣ ଅବଧି ଯାତ୍ରୀ ଚାହିଦା ଦୃଷ୍ଟିକୋଣରୁ ସର୍ବୋତ୍ତମ ସମୟ ଭାବରେ ପାଳନ କରାଯାଇଛି।
ଏପ୍ରିଲ୍, 1981 ରୁ ଜାନୁୟାରୀ 1985 = 120 ଦିନ
01.02.1985 ରୁ 31.08.1988 = 90 ଦିନ
01.09.1988 ରୁ 30.09.1993 = 60 ଦିନ
01.10.1993 ରୁ 30.06.1995 = 45 ଦିନ
01.09.1995 ରୁ 31.01.1998 = 30 ଦିନ
01.02.1998 ରୁ 28.02.2007 = 60 ଦିନ
01.03.2007 ରୁ 14.07.2007 = 90 ଦିନ
15.07.2007 ରୁ 31.01.2008 = 60 ଦିନ
01.02.2008 ରୁ 09.03.2012 = 90 ଦିନ
10.03.2012 ରୁ 30.04.2013 = 120 ଦିନ
01.05.2013 ରୁ 31.03.2015 = 60 ଦିନ
01.04.2015 ରୁ 31.10.2024 = 120 ଦିନ
ଟ୍ରେନ ଯାତ୍ରା ଯୋଜନା ପାଇଁ ୧୨୦ ଦିନ ବହୁତ ଲମ୍ବା ଥିଲା। ଫଳସ୍ୱରୂପ ଯାତ୍ରୀମାନେ ଯାତ୍ରା ପାଇଁ ନଆସିବାରୁ ବାତିଲ୍ ଏବଂ ସିଟ୍ / ବର୍ଥର ଅପଚୟ ହେଉଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୨୧ ପ୍ରତିଶତ ବାତିଲ ହୁଏ ଏବଂ ୪-୫ ପ୍ରତିଶତ ଯାତ୍ରୀ ଯାତ୍ରା କରନ୍ତି ନାହିଁ। ଏବେ କିନ୍ତୁ ସମୟସୀମା ପରିବର୍ତ୍ତନ ହେବାରୁ ଏହି ସମସ୍ୟା ଦୂର ହେବ ।
ଯାତ୍ରା କରୁନଥିବା ଯାତ୍ରୀଙ୍କ ସମସ୍ୟା:-
ଅନେକ କ୍ଷେତ୍ରରେ ଏହା ଦେଖାଯାଏ ଯେ ଯାତ୍ରୀମାନେ ସେମାନଙ୍କର ଟିକେଟ ବାତିଲ କରନ୍ତି ନାହିଁ। ଏହା ସହ ଅନେକ ସମୟରେ ଯାତ୍ରା ପାଇଁ ଆସନ୍ତି ନାହିଁ। ଏହା ଠକେଇର କାରଣ ହୋଇଥାଏ। ଯେପରିକି ଛଦ୍ମନାମ ଉପଯୋଗ କରି ଅଗ୍ରୀମ ଟିକେଟ ବୁକ କରିବା ଏବଂ ରେଳ ଅଧିକାରୀମାନେ ବେଆଇନ ଭାବରେ ଟଙ୍କା ନେଉଛନ୍ତି ବୋଲି ସଫେଇ ଦେବା ଇତ୍ୟାଦି। ବର୍ତ୍ତମାନ, ଏହାକୁ ରୋକାଯାଇପାରି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଅଧିକ ସମୟ ସହିତ, କିଛି ଲୋକ ଟିକେଟ ଅବରୋଧ କରିବାର ଅଧିକ ସମ୍ଭାବନା ଥିଲା । ଟ୍ରେନ ଟିକେଟ ବୁକ କରିବାର ଛୋଟ ଅବଧି ପ୍ରକୃତ ଯାତ୍ରୀମାନଙ୍କ ଦ୍ୱାରା ଅଧିକ ଟିକେଟ୍ ବୁକ କରିବାର ପ୍ରୋତ୍ସାହନ ଦେବ । ସାଧାରଣ ଶ୍ରେଣୀର ଟିକେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ, କାରଣ ସେମାନେ ଯାତ୍ରା ପୂର୍ବରୁ ଟ୍ରେନ ଟିକେଟ କିଣନ୍ତି। କମ୍ ବାତିଲ୍ ଏବଂ ଯାତ୍ରା କରୁନଥିବା ଯାତ୍ରୀଙ୍କ ଯୋଗୁଁ ଚାହିଦାକୁ ଅଧିକ ଦୃଶ୍ୟମାନ କରିବା ସହିତ ରେଳବାଇ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରିପାରିବ ବୋଲି କହିଛି ରେଳ ବିଭାଗ । ଅନ୍ୟପୋଟେ ଯାତ୍ରୀ ମାନେ ମଧ୍ୟ ଏହାକୁ ସ୍ବାଗତ କରିବା ସହ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ ମାନେ ସେମାନଙ୍କର ସମାଧାନ ହୋଇପାରିବ ବୋଲି ଯୁକ୍ତି ବାଢ଼ିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର