ETV Bharat / state

ସ୍ବାଧୀନତା ଦିବସରେ ଚମକିବ ଗାନ୍ଧୀମାର୍ଗ; ଚିତ୍ତାକର୍ଷକ ସାଜିବ ତାରଜନ ପରେଡ - Independence Day Horse Parade

author img

By ETV Bharat Odisha Team

Published : Aug 13, 2024, 9:49 PM IST

Independence Day 2024 Horse Parade: ଏଥର ସ୍ବାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ ମୁଖ୍ୟ ଆକର୍ଶଣ ସାଜିବ ଘୋଡ଼ା ପରେଡ । ସରିଲା ରିହର୍ସଲ । ଅଧିକ ପଢ଼ନ୍ତୁ

Independence Day 2024
Independence Day 2024 (ETV Bharat Odisha)

ଭୁବନେଶ୍ବର: ଆଉ 2 ଦିନ ପରେ ସ୍ବାଧୀନତା ଦିବସ । ଏଥର ଚିତ୍ତାକର୍ଷକ ସାଜିବ ଗାନ୍ଧି ମାର୍ଗର ପରେଡ ଗ୍ରାଉଣ୍ଡ । ସବୁ ବର୍ଷ ଭଳି ଏଥର ମଧ୍ୟ ଚମକିବ ରାଜ୍ୟସ୍ତରୀୟ ପରେଡ । ଦିଲ୍ଲୀ ଭଳି ଭୁବନେଶ୍ୱରରେ ପରେଡ ପ୍ରଦର୍ଶନ ଏବର୍ଷ ବିଶେଷ ଆକର୍ଷଣ । ଏନେଇ ସରିଛି ଫାଇନାଲ ପରେଡ ରିହର୍ସଲ । ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ତାରଜନ ପରେଡ ।

ଚିତ୍ତାକର୍ଷକ ସାଜିବ ଗାନ୍ଧିମାର୍ଗ:

ଦିଲ୍ଲୀ ପରେଡ ଗ୍ରାଉଣ୍ଡ ପରି ଭୁବନେଶ୍ବର ଗାନ୍ଧିମାର୍ଗରେ ଦୃଶ୍ୟମାନ ହେବ ଚିତ୍ତାକର୍ଷକ ଘୋଡା‌ ପ୍ରଦର୍ଶନ । ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହର ଏଥର ପରେଡ ପ୍ରଦର୍ଶନର ବ୍ୟବସ୍ଥା ହୋଇଛି । ଦୀର୍ଘବର୍ଷ ଧରି ବନ୍ଦ ଥିବା ଏହି ପରମ୍ପରାକୁ ପୁଣି ସାମିଲ କରିଛନ୍ତି ରାଜ୍ୟ ସରକାର । ଏଥିରେ ଭାଗ ନେବେ ୯ଟି ଉଦୀୟମାନ ଘୋଡ଼ା । ଓୟୁଏଟି ଘୋଡ଼ାଶାଳରୁ ଘୋଡ଼ା ସହ ଘୋଡ଼ା ଚଢିବା ତାଲିମ ନେଇଥିବା ବିସ୍ମୟ ଘୋଡ଼ା ଚାଳକ ପୁରୁଷ ଓ ମହିଳା ପରେଡ ପ୍ରଦର୍ଶନ କରିବେ । ଏନେଇ ଘୋଡ଼ାଙ୍କ ମଧ୍ୟରେ ପରେଡ କମାଣ୍ଡଣ୍ଟ କରୁଥିବା ଘୋଡ଼ା ତାରଜନର ଦେଖିବାକୁ ମିଳିବ ପରେଡ କୌଶଳ ଓ ପ୍ରଦର୍ଶନ । ଆଉ ତାରଜନ ସହ ପଛରେ 2ଟି ଲାଇନରେ ଆରଜୋ, ତିତଲି, ଗଗନ, ତେହଲକା, ଭୋଡକା, ଗାଲକ୍ସି ଭଳି ନାମ ଥିବା ୮ଟି ତେଜିୟାନ‌ ଆସିବେ ।

ତେଜ ଦେଖାଇବ ତାରଜନ:

ଏନେଇ ଘୋଡ଼ା ପ୍ରଦର୍ଶନର କମାଣ୍ଡର ଡ଼. ସତ୍ୟ ପ୍ରକାଶ ମିଶ୍ର କହିଛନ୍ତି, "ବହୁ ବର୍ଷ ପରେ ପ୍ରଦର୍ଶନ ପାଇଁ ଆସୁଛୁ । ରାଜ୍ୟସ୍ତରୀୟ ପରେଡ ପାଇଁ 9ଟି ଘୋଡ଼ା ଆସୁଛନ୍ତି । ଲିଡ୍‌ ଗୋଡ଼ା ରହୁଛି ତାରଜନ । ପଛରେ 2ଟି ଲାଇନରେ ୮ଟି ଘୋଡ଼ା ରହିବେ । 3 ବର୍ଷ ହେଲା ରାଇଡିଂ ଶିଖୁଛୁ । ଘୋଡ଼ାମାନଙ୍କ ସହ ଥିବା ଆମ ସହଯୋଗିତା ଅନୁସାରେ ସେମାନେ ଆମ ବସିବା, ଗୋଡ଼ ଓ ହାତର ଇସାରେ ଘୋଡ଼ାମାନେ ଜାଣିପାରନ୍ତି । ସେମାନଙ୍କୁ ସେଭଳି ପ୍ରଶିକ୍ଷଣ ଦିଆଯାଇଛି । ଆମେମାନେ ମଧ୍ୟ ସେମାନଙ୍କ ସହ ଅଭ୍ୟସ୍ତ ହୋଇଛୁ । ଘୋଡ଼ାଙ୍କ ଚାଲି ଅଲଗା ପ୍ରକାର । କମାଣ୍ଡରର କମାଣ୍ଡ ଅନୁସାରେ ସେମାନେ ଆଗକୁ ଅଗ୍ରସର ହେବେ । କମାଣ୍ଡର ଖଣ୍ଡା ଧରି ଘୋଡ଼ା ଉପରେ ପରେଡ ସହ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କୁ ସାଲ୍ୟୁଟ ଦେବେ । ରାଜ୍ୟସ୍ତରୀୟ ପରେଡରେ ଭାଗ ନେବାକୁ ଯାଉଥିବାରୁ ଆମେ ବହୁତ ଖୁସି ଅଛୁ ।"

ହାତ ଓ ଗୋଡ଼ର ଇସାରରେ ବୁଝିପାରନ୍ତି ଘୋଡ଼ା:

ସେହିପରି ଘୋଡ଼ା ଚାଳକ ସ୍ବାଗତିକା ନାୟକ କହିଛନ୍ତି, "କଥାରେ ଅଛି 'କାଳିଆ ଘୋଡାରେ ଚଢିବି, ମଧୁ ବାବୁ ସହ ଲଢିବି' । ଘୋଡାରେ ରାଜା ମହାରାଜାମାନେ ବସନ୍ତି । ସେତିକି ସାମର୍ଥ୍ୟ ଓ ଆତ୍ମବିଶ୍ବାସ ଆସିଲେ ହିଁ ବସି ଘୋଡ଼ା ଚଳାଇ ହୁଏ । ଘୋଡ଼ାକୁ ସେଭଳି ଟ୍ରେଣ୍ଡ କରାଯାଇଛି । ସେମାନେ ଆବାଜରେ ଜାଣିପାରନ୍ତି ଆମେ ତାଙ୍କୁ କ'ଣ କହୁଛୁ । ଏହାସହ ହାତ ଓ ଗୋଡ଼ର ଇସାରରେ ସେମାନେ ବୁଝିପାରନ୍ତି । ଯେହେତୁ ସେମାନେ ଟ୍ରେଣ୍ଡ ହୋଇଛନ୍ତି । ଘୋଡ଼ା ହରକତରେ ଲାତ ମାରିବା, ମୁଣ୍ଡ ତଳକୁ ନଚେତ ତା ଉପରୁ ପକାଇ ଦେବା ଭଳି କରେ । ସେତେବେଳେ ନିଜକୁ ଷ୍ଟ୍ରଙ୍ଗ କରିବାକୁ ପଡ଼େ । ଗୋଟିଏ ଗୋଟିଏ ହରକତରୁ ଜଣାପଡେ ଘୋଡା କ'ଣ କରିବାକୁ ଯାଉଛି । ତା' ପୂର୍ବରୁ ହିଁ ଆମକୁ ସତର୍କ ହେବାକୁ ପଡ଼େ । ତା' ଉପରେ ଭଲରେ ବସିବାକୁ ପଡେ । ଆଉ କମାଣ୍ଡ କରିବାକୁ ପଡେ ।"

ଘୋଡ଼ା ଚାଳକଙ୍କ ପ୍ରତିକ୍ରିୟା:

ସେହିପରି ଘୋଡ଼ା ଚାଳକ ବେହେରା ଆର ନନ୍ଦିନୀ କହିଛନ୍ତି, "ସୋ ଜମ୍ପି, ଟ୍ରେସାଜ, ଟେନ ପାକିଂ, ହର୍ଷ ସୋ, ଟକ ସ୍କୋର ଭଳି ଅନେକ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପାଇଁ ଆମେ ଅନେକ ମେଡାଲ ଆଣିଛୁ । ରାଜ୍ୟକୁ ଆମେ ବାଙ୍ଗାଲୋରରେ ରିପ୍ରେଜେଣ୍ଟ କରିଛୁ । ଯାହା ଆମ ପାଇଁ ଏକ ଗର୍ବର କଥା । ଦିଲ୍ଲୀ ରିପବ୍ଲିକ କ୍ୟାମ୍ପ କିମ୍ବା ପ୍ରଧାନମନ୍ତ୍ରୀ ରାଲିରେ ପୁର୍ବରୁ ଭାଗ ନେଇଛୁ । ପ୍ରତିବର୍ଷ ୫ରୁ ୧୦ମେଡାଲ ଆଣୁ । 2 ବର୍ଷ ହେବ ରାଇଡ କରୁଛି । ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗ ନେବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶା, ୧୮୧୭ ପାଇକ ବିଦ୍ରୋହରୁ ୧୯୪୨ ଭାରତ ଛାଡ଼ , ସ୍ବତନ୍ତ୍ରତା ଆନ୍ଦୋଳନରେ ନିର୍ଣ୍ଣାୟକ ଭୂମିକା

କେଉଁମାନେ ପରେଡରେ ଭାଗ ନେବେ:

ଏବର୍ଷ ପୋଲିସ ବ୍ୟାଣ୍ଡ ସହ ପୋଲିସ ବିଭାଗର କର୍ମଚାରୀ, ବିଭିନ୍ନ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀ ସହ ଅତିଥି ଭାବେ ଛତିଶଗଡ ପୋଲିସ ମଧ୍ୟ ପରେଡରେ ଭାଗ ନେଉଛନ୍ତି । ଏହା ସହିତ ସିଭିଲ ଡିଫେନ୍ସ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ପରେଡରେ ଅଂଶଗ୍ରହଣ କରିବେ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସହ ଡିଜିପି ମଧ୍ୟ ଯୋଗଦେବେ । ଏଥିସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଭିଆଇପି ଓ ସାଧାରଣ ଲୋକ ମଧ୍ୟ ପରେଡରେ ଅଂଶଗ୍ରହଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.