ETV Bharat / state

ସବୁଠି ଫରଫର ହୋଇ ଉଡିଲା ତ୍ରିରଙ୍ଗା: 'ଭାରତ ମାତା କି ଜୟ' ନାରାରେ କମ୍ପୁଛି ରାଜ୍ୟ - har ghar tiranga program

author img

By ETV Bharat Odisha Team

Published : Aug 13, 2024, 9:57 PM IST

HAR GHAR TIRANGA PROGRAM: ଆସୁଛି 78ତମ ସ୍ବାଧୀନତା ଦିବସ । ଏଥିପାଇଁ ଗାଁଠୁ ସହର ସବୁଛି ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି 'ହର ଘର ତ୍ରିରଙ୍ଗା' କ୍ୟାମ୍ପେନ । ଅଧିକ ପଢନ୍ତୁ

HAR GHAR TIRANGA PROGRAM
HAR GHAR TIRANGA PROGRAM (ETV Bharat Odisha)

ନବରଙ୍ଗପୁର/ଯାଜପୁର/ରାଇରଙ୍ଗପୁର/ରାୟଗଡା/ନିମାପଡ଼ା/ବାଲେଶ୍ବର: ବିଶ୍ବର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଆମ ଦେଶ ଭାରତ । ଆଉ ମାତ୍ର କିଛି ଦିନପରେ 78ତମ ସ୍ବାଧୀନତା ଦିବସ ପାଳନ କରିବ ଦେଶ । ଏନେଇ ପଲ୍ଲୀଠୁ ଦିଲ୍ଲୀ ସବୁଠି ଫରଫର ହୋଇ ଉଡିବ ତ୍ରିରଙ୍ଗା । 'ଭାରତ ମାତା କି ଜୟ ନାରା'ରେ ଗୁଞ୍ଜରିତ ହେବ ଗଗନ ପବନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଚଳିତ ମାସ ଅଗଷ୍ଟ ୯ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କ୍ୟାମ୍ପେନ କରାଯିବ । ଏହି ଅବସରରେ ଗତକାଲି(ସୋମବାର) ରାଜ୍ୟରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଷ୍ଟ ଲବ୍ଧ ସ୍ୱାଧୀନତା ସଂଗ୍ରାମର ଅମର ଗାଥାର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ହର ଘର ତ୍ରିରଙ୍ଗା କ୍ୟାମ୍ପେନ ପାଳନ କରାଯାଉଛି ।

ନବରଙ୍ଗପୁରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

ନବରଙ୍ଗପୁରରେ ହର ଘର ତ୍ରିରଙ୍ଗା ଅଭିଯାନ:

ନବରଙ୍ଗପୁରରେ ଅନୁଷ୍ଠିତ ହୋଇଛି ହର ଘର ତ୍ରିରଙ୍ଗା କ୍ୟାମ୍ପେନ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅଭିଯାନରେ ଦେଶର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ବସଷ୍ଟାଣ୍ଡ ଠାରୁ ପୌରପାଳିକା ବିଦ୍ୟାଳୟ ପର୍ଯ୍ୟନ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, SHG ଗ୍ରୁପ ମହିଳାଙ୍କ ସମେତ ସଚେତନ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।

ଯାଜପୁରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

ଯାଜପୁରରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା: ଦେଶବାସୀଙ୍କ ମନରେ ଦେଶପ୍ରେମ ଭାବ ଜାଗ୍ରତ କରିବା ଲକ୍ଷ୍ୟରେ ସାରା ଦେଶରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାପାଳ ଅଫିସରୁ ତ୍ରିରଙ୍ଗା ଯାତ୍ରା ବାହାରି ହକି ପ୍ରଶିକ୍ଷଣ କେନ୍ଦ୍ରରେ ଶେଷ ହୋଇଥିଲା । ସେଠାରେ ଯାଜପୁର ସାଂସଦ ରବୀନ୍ଦ୍ର ନାଥ ବେହେରା, ବଡ଼ଚଣା ବିଧାୟକ ଅମର ନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡି, ଏସପି ଭିନିତ କୁମାର ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ବ୍ୟାସନଗର ପୌର ପରିଷଦ ପକ୍ଷରୁ ମଧ୍ୟ ଗୋପବନ୍ଧୁ ଛକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।

ରାଇରଙ୍ଗପୁରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

ABVP ତରଫରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା:

ଚଳିତ ଥର ୭୮ତମ ସ୍ବାଧୀନତା ଦିବସ ପାଳନ କରିବ ସମଗ୍ର ଭାରତ ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରେ ଘରେ ଜାତୀୟ ପତାକା ଲଗାଇବା ପାଇଁ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଇରଙ୍ଗପୁର କଲେଜ ଓ ହଷ୍ଟେଲ ଛାତ୍ରଛାତ୍ରୀ ୫୦୦ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରିଥିଲେ । ଭାରତ ମାତା କି ଜୟ, ବନ୍ଦେ ମାତରଂ, ହିନ୍ଦୁସ୍ଥାନ ଜିନ୍ଦାବାଦ ଆଦିରେ ନାରାରେ କମ୍ପିଥିଲା ସହର ।

ଏହା ମଧ୍ୟ ପଢନ୍ତୁ ...ଦେଶ ପାଳିବ 78ତମ ସ୍ବାଧୀନତା ଦିବସ; ରାଜ୍ୟରେ ଆରମ୍ଭ ହେଲା ହର ଘର ତ୍ରିରଙ୍ଗା କ୍ୟାମ୍ପେନ - Har Ghar Tiranga Initiative

ରାୟଗଡ଼ାରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

'ଭାରତ ମାତା କି ଜୟ' ନାରାରେ କମ୍ପିଲା ରାୟଗଡା:

ଲୋକଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହ ପ୍ରଧାନମନ୍ତ୍ରୀଙ୍କ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କ୍ରର୍ଯ୍ୟକ୍ରମକୁ ଜିଲ୍ଲାପାଳ ପାରୁଲ ପଟୱାରି ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସ୍ଥାନୀୟ ରେଳବାଇ ଛକରୁ ବାହାରି ଗାନ୍ଧୀ ପାର୍କରେ ଶେଷ ହୋଇଥିଲା ।

ନିମାପଡ଼ାରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

ନିମାପଡ଼ାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ:

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ସହିଦ ସ୍ମୁତିପୀଠରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ କରିଥିଲେ । ପରେ ବୃକ୍ଷରୋପଣ କରିବା ସହିତ ଜାତୀର ଜନକ ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ସହିଦ ଉଚ୍ଚବ ମଳିକ, ସ୍ଵାଧୀନତା ସଂଗ୍ରାମୀ ମୋହନ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ବାଲେଶ୍ବରରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ (ETV Bharat Odisha)

ବାଲେଶ୍ବର: ଶୁଭାରମ୍ଭ ହେଲା ହର ଘର ତ୍ରିରଙ୍ଗା ଅଭିଯାନ । ଦେଶ ପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ନୂତନ କଲେକ୍ଟୋରେଟଠାରେ ତ୍ରିରଙ୍ଗା କାନଭାସ ଓ ସେଲ୍ଫି ପଏଣ୍ଟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ହର ଘର ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରାଯାଇଥିଲା । ଏହା ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ସାଇକଲ ରାଲି ଆୟୋଜିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କାନଭାସରେ ଜୟ ହିନ୍ଦ, ଘରେ ଘରେ ତ୍ରିରଙ୍ଗା ଲେଖି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାସହ ବିଧାୟକ ମାନସ ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର/ଯାଜପୁର/ରାଇରଙ୍ଗପୁର/ରାୟଗଡା/ନିମାପଡ଼ା/ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.