ETV Bharat / state

ଅଳ୍ପକେ ବର୍ତ୍ତିଲେ 11 ଜଣ ନାବିକ, ବୁଡି ଯାଉଥିବା ଜାହାଜକୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ - Indian Coast Guard

author img

By ETV Bharat Odisha Team

Published : Aug 27, 2024, 5:48 PM IST

Indian Coast Guard : ସାଗରଦ୍ବୀପ ଠାରୁ ୯୦ ନଟିକାଲମାଇଲ ଦୂରରେ ରାତିରେ ଏକ ଜାହାଜ ଏମ୍‌ଭି ଆଇଟିଟି ପୁମା ସମୁଦ୍ରରେ ବୁଡ଼ି ଯାଇଥିବା ବେଳେ ୧୧ ଜଣ ନାବିକ ଉଦ୍ଧାର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Indian Coast Guard
Indian Coast Guard (ETV Bharat Odisha)

ଜଗତସିଂହପୁର: ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ 11 ଜଣ ନାବିକ । ଭାରତୀୟ ତଟରକ୍ଷୀ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ନାବିକମାନଙ୍କୁ ଉଦ୍ଧାର କରିଛନ୍ତି । ଘନ ଅନ୍ଧାର ରାତି ସାଙ୍ଗକୁ ପ୍ରବଳ ବର୍ଷା ହେଉଥିଲେ ହେଁ ଗଭୀର ସମୁଦ୍ରରେ ବୁଡି ଯାଉଥିବା ନାବିକଙ୍କୁ ଭାରତୀୟ ତଟରଖି ବାହିନୀ ୨ ପାଟ୍ରୋଲିଂ ଜାହାଜରେ ଉଦ୍ଧାର କରିଛନ୍ତି । ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର ସମୟର ଭିଡିଓ ଜାରୀ କରାଯିବା ସହିତ ଏନେଇ ସୂଚନା ଦିଆଯାଇଛି ।

Indian Coast Guard (ICG)
ସମୁଦ୍ରରେ ବୁଡ଼ିଗଲା ଜାହାଜ :

ଗତ ରବିବାର ଦିନ ବିଳମ୍ବିତ ରାତିରେ କଲକାତା ବନ୍ଦରରୁ ପୋର୍ଟବ୍ଲେୟର ଅଭିମୁଖେ ଯାଉଥିଲା MV. ITT ପୁମା ନାମକ ଏକ ପଣ୍ୟବାହୀ ଜାହାଜ । ତେବେ ବଙ୍ଗୋପସାଗରର ମଝି ସମୁଦ୍ର ତଥା ସାଗର ଦ୍ବୀପ ଠାରୁ ଦକ୍ଷିଣକୁ 90 ନଟିମାଇଲ ଦୂରରେ ଯିବା ସମୟରେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ହଟାତ ବୁଡି ଯାଇଥିଲା । ସେତେବେଳକୁ ରାତି ପାଖାପାଖି 12ଟା ସମୟ ଓ ସମୁଦ୍ରରେ ପ୍ରବଳ ବର୍ଷା ମଧ୍ୟ ହେଉଥିଲା । ସମୁଦ୍ରରେ ଜାହାଜଟି ବୁଡ଼ିଯିବା ଫଳରେ କ୍ୟାପଟେନ କୋଷ୍ଟଗାର୍ଡ ମୁଖ୍ୟାଳୟକୁ ସୂଚନା ଦେଇଥିଲେ । ଜାହାଜଟି ବୁଡି ଯାଉଥିବା ଖବର ଭାରତୀୟ ତଟରକ୍ଷୀ ବାହିନୀ ଜାଣିବା ପରେ ସଙ୍ଗେସଙ୍ଗେ ପାଟ୍ରୋଲିଂ ଜାହାଜ ସାରଙ୍ଗ ଓ ଅମୋଘ ସହିତ ଏକ ବିମାନ ଡ୍ରନିଅର ବିମାନ ସାମାନଙ୍କ ନିକଟରେ ପହଞ୍ଚିଥିଲା ।

ଉଦ୍ଧାର ହେଲେ ୧୧ ନାବିକ:

ତେବେ ସମୁଦ୍ରରେ ବୁଡି ଯାଉଥିବା ଜାହାଜ ମଧ୍ୟରୁ 11 ଜଣ ନାବିକଙ୍କୁ ଉଦ୍ଧାର କରିଥିଲେ । ଘନ ଅନ୍ଧକାର ସାଙ୍ଗକୁ ଅଶାନ୍ତ ସମୁଦ୍ର ଓ ପ୍ରବଳ ବର୍ଷାକୁ ଖାତିରି ନକରି ତଟରକ୍ଷୀ ବାହିନୀର ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ଅପରେସନ ଦୀର୍ଘ ସମୟ ଧରି ଚାଲିଥିଲା । ଗତକାଲି ( ସୋମବାର) ଉଦ୍ଧାର ହୋଇଥିବା ସମସ୍ତ 11 ଜଣ ନାବିକଙ୍କୁ ଆଜି (ମଙ୍ଗଳବାର) ତଟରକ୍ଷୀ ବାହିନୀ ପାରାଦ୍ୱୀପରେ ଆଣି ପହଞ୍ଚିଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ସ୍ବଦେଶ ପଠାଇବାକୁ ବେବସ୍ଥା କରାଯିବ ବୋଲି କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ ! - Sunita Williams

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.