ETV Bharat / state

ଭାରତୀୟ ଜଳ ସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ, ୭୮ ଜଣ ଅଟକ - BANGLADESHI SHIP SEIZED

ଭାରତୀୟ ଜଳ ସୀମାରୁ ୨ ବାଲାଂଦେଶୀ ଜାହାଜ ଜବତ । ୭୮ ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା କରିଛି ଭାରତୀୟ ତଟରକ୍ଷୀ ବାହିନୀ ।

Bangladeshi ship seized
Bangladeshi ship seized (ETV Bharat Odisha)
author img

By ETV Bharat Odisha Team

Published : Dec 10, 2024, 8:41 PM IST

Updated : Dec 10, 2024, 8:47 PM IST

ପାରାଦ୍ବୀପ: ଭାରତୀୟ ଜଳସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ । ଭାରତୀୟ ଜଳ ସୀମାରେ ବେଆଇନ ଭାବେ ମାଛ ଧରୁଥିବାବେଳେ ବାଂଲାଦେଶର ଦୁଇଟି ଛୋଟ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜବତ କରାଯିବା ସହିତ ପାରାଦ୍ୱୀପ ଅଣାଯାଇଛି । ଦୁଇଟି ଜାହାଜରେ ଥିବା 160 ଟନ ମାଛ ସହ ମୋଟ ୭୮ ଜଣ କ୍ରିଉ ମେମ୍ବରଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା କରାଯାଇଛି ।

Bangladeshi fishing ships Seized (ETV Bharat Odisha)

78 ଜଣ କ୍ରିଉ ମେମ୍ବରଙ୍କୁ ପଚରାଉଚରା : ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସମୁଦ୍ର ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ପଇଁତରା ମାରୁଥିବାବେଳେ ଅନ୍ତର୍ଜାତୀୟ ଜଳସୀମା ପାର କରି ଭାରତୀୟ ଜଳ ସୀମା ମଧ୍ୟରେ ପଶି ବାଂଲାଦେଶୀ ଛୋଟ ଜାହାଜ ଲୈଲା-2 ଓ FV ମେଘନା- 5 ବେଆଇନ ଭାବେ ମାଛ ମାରୁଥିବାର ଦେଖିବାକୁ ପାଇଥିଲେ । ତତକ୍ଷଣାତ୍ ତଟରକ୍ଷୀ ବାହିନୀ ଉଭୟ ଜାହାଜକୁ ଜବତ କରିବା ସହିତ ପାରାଦ୍ୱୀପକୁ ଆଣିଥିଲା । ସେହି ଦୁଇଟି ଜାହାଜରେ ଥିବା ମୋଟ 78 ଜଣ କ୍ରିଉ ମେମ୍ବରଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ତଟରକ୍ଷୀ ବାହିନୀ । ଅନ୍ୟ ପକ୍ଷରେ ଜାହାଜ ମଧ୍ୟରେ ଅନ୍ୟ କିଛି ସାମଗ୍ରୀ ଅଛି କି ନାହିଁ ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ତଟରକ୍ଷୀ ବାହିନୀ କଷ୍ଟମ ବିଭାଗର ସହାୟତା ନେଇଥିବା ଜଣାପଡ଼ିଛି । ଏହି ଦୁଇଟି ଜାହାଜରେ ଥିବା ମୋଟ 160 ଟନ ମାଛକୁ ନିଲାମ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।

Bangladeshi ship seized
Bangladeshi ship seized (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା - Inspection of Ocean GOURI ship

ସୂଚନାଯୋଗ୍ୟ, ଭାରତୀୟ ଜଳସୀମାରେ ଅନୁପ୍ରବେଶ ରୋକିବା ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପାରାଦ୍ୱୀପ ବନ୍ଦରକୁ ଆସୁଥିବା ବିଦେଶୀ ଜାହାଜ ଉପରେ ମଧ୍ୟ ନଜର ରଖାଯାଉଛି । ପାରାଦ୍ୱୀପ ବନ୍ଦରରେ ଏକ ଜାହାଜରୁ ବିପୁଳ ପରିମାଣର କୋକେନ୍ ଜବତ ହେବାପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡ଼ି କରାଯାଇଛି । କିଛି ଦିନ ପୂର୍ବେ ଏକ ଚୀନ ଜାହାଜ ମଧ୍ୟ ପାରାଦ୍ବୀପ ସମୁଦ୍ର କୂଳରୁ ୪୦ କିମି ଦୂରରେ ରହି ସାଟେଲାଇଟ୍ ଫୋନ୍ ସାହାଯ୍ୟରେ ଫଟୋ ଉତ୍ତୋଳନ କରୁଥିବା ଦେଖି ଗଭୀର ସମୁଦ୍ରରେ ପଇଁତରା ମାରୁଥିବା ତଟରକ୍ଷୀ ବାହିନୀର ଅଧିକାରୀମାନେ ଘେରି ଯାଇ ସଙ୍ଗେ ସଙ୍ଗେ ଯାଞ୍ଚ କରିଥିଲେ। ବର୍ତ୍ତମାନ ଜଳପଥ ଦେଇ ଅନେକ ବେଆଇନ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 10, 2024, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.