ETV Bharat / state

ଗଭୀର ସମୁଦ୍ରରେ ଚାଇନା ଜାହାଜ ଅଟକ, ମୋବାଇଲ ସାଟେଲାଇଟରେ ଫଟୋ ଉଠାଇଥିଲା - Inspection of Ocean GOURI ship

author img

By ETV Bharat Odisha Team

Published : Jul 26, 2024, 11:09 PM IST

INSPECTION OF OCEAN GOURI SHIP: ପାରାଦ୍ବୀପ ଗଭୀର ସମୁଦ୍ରରେ ମୋବାଇଲ ସାଟେଲାଇଟ ମାଧ୍ୟମରେ ଫଟୋ ଉଠାଉଥିବା ଏକ ଚାଇନା ଜାହାଜକୁ ଅଟକ ରଖିଛି ତଟରକ୍ଷୀ ବାହିନୀ ।

INSPECTION OF OCEAN GOURI SHIP
INSPECTION OF OCEAN GOURI SHIP (ETV Bharat Odisha)

ପାରାଦ୍ବୀପ: ପାରାଦ୍ବୀପ ଗଭୀର ସମୁଦ୍ରରେ ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ପକ୍ଷରୁ ଓସନ୍ ଗୌରୀ ଜାହାଜକୁ ଯାଞ୍ଚ କରାଯାଇଛି । ମିଳିଥିବା ସୂଚନା ପ୍ରାଥମିକ ସୂଚନା ଅନୁଯାୟୀ ଏହି ଜାହାଜଟି ଆମୋନିଆ ନାଇଟ୍ରେଟ୍ ନେଇ ପାରାଦ୍ବୀପ ବନ୍ଦର ଅଭିମୁଖେ ଆସିଥିଲା । ଗଭୀର ସମୁଦ୍ର ମଧ୍ୟରେ କିଛି କ୍ରିଉ ମେମ୍ବର ମୋବାଇଲ୍ ସାଟେଲାଇଇଟ୍ ମାଧ୍ୟମରେ ଫଟୋ ଉଠାଉଥିବା ବେଳେ ଗଭୀର ସମୁଦ୍ରରେ ପେଟ୍ରୋଲିଂ କରୁଥିବା ଇଣ୍ଡିଆନ୍ କୋଷ୍ଟ୍ ଗାର୍ଡ ଏହାଦେଖି ସମ୍ପୃକ୍ତ ଜାହାଜ ଉପରେ ଚଢ଼ଉ କରାଯାଇଥିଲା । ଉକ୍ତ ଜାହାଜର ସମସ୍ତ କାଗଜପତ୍ରକୁ ତଟରକ୍ଷୀ ବାହିନୀ କର୍ମଚାରୀମାନେ ଯାଞ୍ଚ୍ କରିଥିଲେ । ଉକ୍ତ ଜାହାଜଟି ଚାଇନାର ବୋଲି ସୂଚନା ମିଳୁଛି ।

ଗଭୀର ସମୁଦ୍ରରେ ଚାଇନା ଜାହାଜକୁ ତନ୍ନତନ୍ନ ଯାଞ୍ଚ: ଜାହାଜ ପାରାଦ୍ବୀପ ସମୁଦ୍ର କୂଳରୁ ୪୦ କିମି ଦୂରରେ ରହିଛି ।କିଛି ସମୟ ପାଇଁ ତାର ସାଟେଲାଇଟ୍ ଫୋନ୍ ସାହାଯ୍ୟରେ ଫଟୋ ଉତ୍ତୋଳନ କରୁଥିବା ଦେଖି ଗଭୀର ସମୁଦ୍ରରେ ପଇଁତରା ମାରୁଥିବା ତଟରକ୍ଷୀ ବାହିନୀର ଅଧିକାରୀମାନେ ଘେରି ଯାଇ ସଙ୍ଗେ ସଙ୍ଗେ ଯାଞ୍ଚ କରିଥିଲେ। ଏ ସମ୍ପର୍କରେ କାହ୍ନୁ ସିପିଂ ଏଜେଣ୍ଟ ପାର୍ଥସାରଥ ସାହୁଙ୍କୁ ପଚାରିବାରେ ଜାହାଜ ବିଷୟରେ କୌଣସି ତଥ୍ୟ ଗଣ ମାଧ୍ୟମକୁ ଦିଆଯାଇ ପାରିବ ନାହିଁ କହିଛନ୍ତି । ଅଧିକ ଜାଣିବା ପାଇଁ ଇଣ୍ଡିଆନ୍ କୋଷ୍ଟର୍ଡ କମାଣ୍ଡାଣ୍ଟ ସଚିନ ବର୍ମାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି ଯେ ଏହା ସେମିତି କିଛି ବଡ ଘଟଣା ହୋଇନାହିଁ । ତଦନ୍ତ ଚାଲୁ ରହିଛି । ରିପୋର୍ଟ ଆସିଲେ ତାହା ଜଣାଇ ଦିଆଯିବ ବୋଲି କହିଛନ୍ତି।

ଏହା ମଧ୍ୟ ପଢନ୍ତୁ...ପାରାଦ୍ୱୀପ ବନ୍ଦରରେ ମାନବ ସମ୍ବଳର ଅଭାବ, ଅଭିଯୋଗ ଆଣିଲେ ଶ୍ରମିକ ନେତା - Paradip Port

ବିଦେଶୀ ଜାହାଜ ଉପରେ କଡ଼ା ନଜର: ଭାରତୀୟ ଜଳସୀମାରେ ଅନୁପ୍ରବେଶ ରୋକିବା ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାରାଦ୍ୱୀପ ବନ୍ଦରକୁ ଆସୁଥିବା ବିଦେଶୀ ଜାହାଜ ଉପରେ ମଧ୍ୟ ନଜର ରଖା ଯାଉଛି । ପାରାଦ୍ୱୀପ ବନ୍ଦରରେ ଏକ ଜାହାଜରୁ ବିପୁଳ ପରିମାଣର କୋକେନ୍ ଜବତ ହେବାପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡ଼ି କରାଯାଇଛି ।

ଇଟିଭି ଭାରତ ,ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.