ETV Bharat / state

ବୀରମାଟି ବସୁପୁର, ସ୍ବାଧୀନତା ପାଇଁ ବ୍ରିଟିଶ ବିରୋଧରେ କରିଥିଲେ ସଂଗ୍ରାମ, ୪ ବୀରପୁତ୍ରଙ୍କୁ ମନେ ପକାଇଲା ମାଆ-ମାଟି - FREEDOM FIGHTERS VILLAGE BASUPUR

author img

By ETV Bharat Odisha Team

Published : Aug 14, 2024, 3:57 PM IST

Freedom Fighters Village Basupur in Kendrapada: ଗାନ୍ଧିଜୀଙ୍କ ଆହ୍ବାନରେ ଇଂରେଜଙ୍କ ବିରୋଧରେ ଉଠାଇଥିଲେ ସମ୍ମିଳିତ ସ୍ବର । ଇଂରେଜ ବିରୋଧରେ ଲଢିଥିଲେ, କାରାବରଣ କରିଥିଲେ । ଆମେ ନେଇଯିବୁ କେନ୍ଦ୍ରାପଡ଼ାର ଏମିତି ଏକ ଗାଁ, ଯେଉଁ ଗାଁର ଏକାଧିକ ଲୋକ ଜାତୀୟ ସଂଗ୍ରାମରେ ହୋଇଥିଲେ ସାମିଲ ।

ବୀରମାଟି ବସୁପୁର, ଗାନ୍ଧିଜୀଙ୍କ ଆହ୍ବାନରେ ଇଂରେଜଙ୍କ ବିରୋଧରେ ଲଢିଥିଲେ 10ରୁ ଅଧିକ ସଂଗ୍ରାମୀ, ସରକାରୀ ରେକର୍ଡରେ 4
ବୀରମାଟି ବସୁପୁର, ଗାନ୍ଧିଜୀଙ୍କ ଆହ୍ବାନରେ ଇଂରେଜଙ୍କ ବିରୋଧରେ ଲଢିଥିଲେ 10ରୁ ଅଧିକ ସଂଗ୍ରାମୀ, ସରକାରୀ ରେକର୍ଡରେ 4 (ETV Bharat Odisha)

କେନ୍ଦ୍ରାପଡା: ଆସନ୍ତାକାଲି ଦେଶ ପାଳିବ ୭୮ତମ ସ୍ୱାଧୀନତା ଦିବସ । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ହୋଇସାରିଛି । ଏହି ଅବସରରେ ଦେଶବାସୀ, ସ୍ବାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ତ୍ୟାଗ ଓ ବଳିଦାନ ଦେଇଥିବା ସଂଗ୍ରାମୀଙ୍କୁ ସ୍ମରଣ କରିଛି, ଆଉ କୃତଜ୍ଞତା ମଧ୍ୟ ଜଣାଉଛି । କେନ୍ଦ୍ରପଡା ଜିଲ୍ଲା ଡେରାବିଶର ବ୍ଲକର ଏମିତି ଏକ ଅଞ୍ଚଳ ଅଛି, ଯାହାକୁ ସଂଗ୍ରାମୀଙ୍କ ପଞ୍ଚାୟତ ବୋଲି କୁହାଯାଏ । ଏହି ପଞ୍ଚାୟତରେ ପ୍ରାୟ 10 ଜଣ ସ୍ବାଧୀନତା ସଂଗ୍ରାମୀ ବ୍ରିଟିଶ ବିରୋଧରେ ଲଢିଥିବାର ଶୁଣିବାକୁ ମିଳେ । ମାତ୍ର ସରକାରୀ ରେକର୍ଡରେ 4 ସଂଗ୍ରାମୀଙ୍କ ନାମ ଉଲ୍ଲେଖ ରହିଛି ।

ସ୍ୱାଧୀନତା ସଂଗ୍ରାମୀଙ୍କ ପଞ୍ଚାୟତ ବସୁପୁର (ETV Bharat Odisha)

ଡେରାବିଶ ବ୍ଲକର ବସୁପୁର:-

ଅବିଭକ୍ତ କଟକ ତଥା ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ବସୁପୁର ପଞ୍ଚାୟତର ସେତେବେଳର ଯୁବକମାନେ ଗାନ୍ଧିଜୀଙ୍କ ଆହ୍ୱାନ ଓ ସଂଗ୍ରାମୀ ପୁରୁଷୋତ୍ତମ ନାୟକଙ୍କ ଡ଼ାକରାରେ ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିଲେ । ସେତେବେଳେ ପ୍ରାୟ 10ରୁ ଅଧିକ ଯୁବକ ସକ୍ରିୟତାର ସହ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବାର ଅନେକ କଥା ରହିଛି । ହେଲେ ସରକାରୀ ଭାବେ 4 ଜଣଙ୍କୁ ସରକାରୀ ସ୍ତରରେ ସଂଗ୍ରାମୀର ମାନ୍ୟତା ମିଳିଛି । ସେମାନେ ହେଉଛନ୍ତି ବସୁପୁର ପଞ୍ଚାୟତ ଅଧୀନ ହାଟ ବାଣପୁର, ଆରିପଦା ଓ ଅଟାବୁହା ଗାଁର ଏହି ୪ ଜଣ ସଂଗ୍ରାମୀ ମକର ଦାସ, କ୍ଷେତ୍ରବାସୀ ସାହୁ, ଅଚ୍ୟୁତାନନ୍ଦ ମଣ୍ଡଳ ଓ ବଂଶୀଧର ପରିଡା । କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାରୀ ତଥ୍ୟ ଅନୁସାରେ ସଂଗ୍ରାମୀଙ୍କ ସଂଖ୍ୟା ୪୨ ଦର୍ଶାଯାଇଛି ।

କେଉଁ ପଞ୍ଚାୟତ ଏବଂ କେଉଁ ଗାଁର ଏହି ୪ ଜଣ ସ୍ୱାଧୀନତା ସଂଗ୍ରାମୀ ?

ବେସରକାରୀ ସୂତ୍ର ଓ ସ୍ଥାନୀୟ ଅଞ୍ଚଳର ପରୁଖା ଲୋକଙ୍କଠାରୁ ଶୁଣିବାକୁ ମିଳୁଥିବା ସୂଚନା ଅନୁସାରେ, କେବଳ ହାଟ ବାଣପୁର ଗାଁରୁ ୭ ଜଣ ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲେ । ହେଲେ ସରକାରୀ ତଥ୍ୟରେ ସେସମ୍ପର୍କରେ କିଛି ଉଲ୍ଲେଖନାହିଁ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରଦତ୍ତ ତାଲିକାରେ ସଂଗ୍ରାମୀଙ୍କର ଏହି ସଂଖ୍ୟା ୪ ଅଟେ ।

ସଂଗ୍ରାମୀଙ୍କ ସମ୍ପର୍କରେ...

ମକର ଦାସ:-

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମକରଙ୍କ ଜନ୍ମ ଏକ ସାଧାରଣ ଗରିବ ଚାଷୀ ପରିବାରରେ ହୋଇଥିଲା । ୧୯୨୩ ମସିହାରେ ବସୁପୁର ପଞ୍ଚାୟତର ହାଟ ବାଣପୁରଠାରେ ମକର, ମଣି ଦାସଙ୍କ କୋଳ ମଣ୍ଡନ କରିଥିଲେ । ପିଲାଟି ବେଳୁ ଅଭାବୀ ସଂସାରରେ ବଢିଥିବା ମକରଙ୍କୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଦେଶର ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଲେ । ୧୯୩୧ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଦଯାତ୍ରା କରି କେନ୍ଦ୍ରାପଡାରେ ପହଞ୍ଚିଥିଲେ । ଚାନ୍ଦୋଳ ବଜାରଠାରୁ ମାତ୍ର ଅଳ୍ପ କେଇ କିଲୋମିଟର ଦୂର ସଲାରୋ ମଠରେ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନରେ ଯୋଗ ଦେଇଥିଲେ ମକର । କେନ୍ଦ୍ରାପଡା ସହରରେ ଥିବା ଡାକଘରେ ପଶି ଆନ୍ଦୋଳନ କରୁଥିବା ବେଳେ ମକରଙ୍କ ସମେତ ଅନେକ ସଂଗ୍ରାମୀଙ୍କୁ ଇଂରେଜ ସରକାର ଗିରଫ କରିଥିଲେ । ପ୍ରଥମେ କେନ୍ଦ୍ରାପଡା, ପରେ କଟକ ଓ ପରିଶେଷରେ ବ୍ରହ୍ମପୁର କାରାଗାରକୁ ପଠାଇଯାଇଥିଲା । ସେଠାରେ ମକର ଓ ଆନ୍ଦୋଳନକାରୀ ପ୍ରାୟ ୬ ମାସ ରହିଥିଲେ । ତେବେ ଗତବର୍ଷ ଅଗଷ୍ଟ ମାସରେ ମକରଙ୍କ ୯୯ ବର୍ଷ ବୟସରେ ନିଧନ ହେବା ଗାଁ ତଥା ଜିଲ୍ଲା ପାଇଁ ଏକ ଅପୁରଣୀୟ କ୍ଷତି ।

  • ସଂଗ୍ରାମୀ କ୍ଷେତ୍ରବାସୀ ସାହୁ:-

ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ବସୁପୁର ପଞ୍ଚାୟତ ଅଧିନ ଅଟାବୁହା ଗାଁର ସ୍ବର୍ଗତଃ କ୍ଷେତ୍ରବାସୀ ସାହୁଙ୍କ ଜନ୍ମ ୧୯୧୫ ମସିହାରେ ଓ ସେ ମଧ୍ୟ ଏକ ଚାଷୀ ପରିବାରରୁ ଆସିଥିଲେ । ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ସମୟରେ କେନ୍ଦ୍ରାପଡା ସଦର ମହକୁମା ନିକଟସ୍ଥ ଗରାପୁର ଡାକ ବଙ୍ଗଳାରେ ତାଙ୍କ ସହିତ ସାକ୍ଷାତ ଏବଂ ତା ପରେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ । ବିଭିନ୍ନ ଉପାୟରେ ସେ ଇଂରେଜମାନଙ୍କୁ ଅସହଯୋଗ କରିଥିଲେ । ତାଙ୍କୁ ଗିରଫ ହେବା ପାଇଁ ପଡିଥିଲା ଓ ବର୍ଷ ବର୍ଷ କାରାଦଣ୍ଡ ଭୋଗ କରିବାକୁ ପଡିଥିଲା । ଯଦିଓ ଏନେଇ କୌଣସି ନଥିପତ୍ର ପାଖରେ ନାହିଁ ତଥାପି ଜଣେ ସଂଗ୍ରାମୀ ପରିବାରର ଦାୟାଦ ହୋଇଥିବାରୁ ତାଙ୍କୁ ଗର୍ବ ଲାଗେ ବୋଲି କୁହନ୍ତି କ୍ଷେତ୍ରବାସୀଙ୍କ ପୁଅ । ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଯୋଗଦାନ କାରଣରୁ ସରକାର କ୍ଷେତ୍ରବାସୀଙ୍କ ବୃଦ୍ଧ ବୟସରେ ତାଙ୍କୁ ସଂଗ୍ରାମୀ ପେନସନ ପ୍ରଦାନ କରୁଥିବା କହିଛନ୍ତି ପୁଅ ନିରଞ୍ଜନ ସାହୁ ।

  • ସଂଗ୍ରାମୀ ଅଚ୍ୟୁତାନନ୍ଦ ମଣ୍ଡଳ

ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ଏହି ପଞ୍ଚାୟତର ଅନ୍ୟ ଜଣେ ସଂଗ୍ରାମୀ ହେଉଛନ୍ତି ଅଚ୍ୟୁତାନନ୍ଦ ମଣ୍ଡଳ । ୧୯୧୩ ମସିହାରେ ହାଟ ବାଣପୁର ଗାଁରେ ଜନ୍ମିତ ଅଚ୍ଛୁତାନନ୍ଦ ମାତ୍ର ୧୫ ବର୍ଷ ବୟସରେ ଅର୍ଥାତ ୧୯୨୮ ମସିହାରେ ଅବିବାହିତ ଥିବା ଅବସ୍ଥାରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଡେରାବିଶ ବ୍ଲକର ବସୁପୁର, ଇଂରେଜ ଶାସନ ସମୟରେ ଇଂରେଜମାନଙ୍କୁ ଅସହଯୋଗ କରିବା ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କ ଡ଼ାକରାରେ ଏବଂ ପୂର୍ବତନ ସ୍ୱାଧୀନତା ସଂଗ୍ରାମ ସମିତି, ଓଡିଶା ଶାଖାର ସଭାପତି ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ କେନ୍ଦ୍ରାପଡା ମୁଖ୍ୟ ଡାକଘରେ ପଶି ଭଙ୍ଗାରୁଜା କରିବା ସମୟରେ ଇଂରେଜ ପୋଲିସ ଦ୍ୱାରା ଗିରଫ ହୋଇଥିଲେ । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା କାରାଗାରରେ ୧୫ ଦିନ, କଟକ କାରାଗାରରେ ଅଢେଇ ମାସ ଓ ପରେ ବ୍ରହ୍ମପୁର କାରାଗାରରେ ୩ ମାସ ମୋଟ ୬ ମାସ କାରାବରଣ କରିବାକୁ ପଡିଥିଲା । ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଚ୍ଛୁତାନନ୍ଦଙ୍କ ବେଶ ସମ୍ମାନ ରହିଥିବା ବେଳେ ତାଙ୍କ ପରିବାର ମଧ୍ୟ ଏହାକୁ ନେଇ ବେଶ ଖୁସି ପ୍ରକାଶ କରନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ପୁଅ ଭାବେ ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କୁ ସମ୍ମାନ ମିଳିବା ବହୁତ ବଡ଼କଥା ଏବଂ ଏଥିପାଇଁ ସେ ଗର୍ବିତ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ପୁଅ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ।

ବୀରମାଟି ବସୁପୁର, ଗାନ୍ଧିଜୀଙ୍କ ଆହ୍ବାନରେ ଇଂରେଜଙ୍କ ବିରୋଧରେ ଲଢିଥିଲେ 10ରୁ ଅଧିକ ସଂଗ୍ରାମୀ
ବୀରମାଟି ବସୁପୁର, ଗାନ୍ଧିଜୀଙ୍କ ଆହ୍ବାନରେ ଇଂରେଜଙ୍କ ବିରୋଧରେ ଲଢିଥିଲେ 10ରୁ ଅଧିକ ସଂଗ୍ରାମୀ (ETV Bharat Odisha)
  • ସଂଗ୍ରାମୀ ବଂଶୀଧର ପରିଡା

ସେହିସମୟର ଅନ୍ୟ ଜଣେ ଆଗଧାଡିର ସଂଗ୍ରାମୀ ହେଉଛନ୍ତି ବଂଶୀଧର ପରିଡା । ସେ ମଧ୍ୟ ଗାନ୍ଧିଜୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ତାଙ୍କୁ ମଧ୍ୟ ସେତେବେଳେ ଗରିଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟସଭା ନିର୍ବାଚନ: ଆଜି ECI ବିଜ୍ଞପ୍ତି, 21 ଯାଏଁ ନାମାଙ୍କନ, ଓଡ଼ିଶାରୁ କିଏ ଯିବେ ! - Rajya Sabha elections

ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରିଛି ଉଭୟ କେନ୍ଦ୍ର ଓ ରାଜ୍ୟ

ସ୍ୱାଧୀନତା ସଂଗ୍ରାମୀ ଭାବରେ ମକର ଦାସ, କ୍ଷେତ୍ରବାସୀ ଓ ଅଚ୍ୟୁତାନନ୍ଦଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏକାଧିକ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିସହ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା କାରଣରୁ ସାର୍ଟିଫିକେଟ, ତାମ୍ର ପଦକ ସମେତ ସ୍ବର୍ଗତଃ ମକର ଦାସ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ,ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ଗତବର୍ଷ କ୍ରାନ୍ତି ଦିବସ ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ସାରିଛନ୍ତି । ତେବେ ଏହି ବସୁପୁର ପଞ୍ଚାୟତର ବୈରାଗୀ ଚରଣ ଦାସ,କୃଷ୍ଣଚନ୍ଦ୍ର ଦାସ, ନାରାୟଣ ଦାସ, ଗଜେନ୍ଦ୍ର ଦାସ, ବୈଷ୍ଣବ ଜେନା, ଦିବାକର ସାହୁ, ବଂଶୀଧର ସାହୁଙ୍କ ଭଳି ସଂଗ୍ରାମୀଙ୍କୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଭୁଲିଯିବା ଉଚିତ ନୁହେଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.