ETV Bharat / state

ଜୟଦେବରେ ସ୍ବାଧୀନ ପ୍ରାର୍ଥୀଙ୍କୁ ବିପୁଳ ଜନ ସମର୍ଥନ, ଚାଲିଛି ଜୋରଦାର ପ୍ରଚାର - Jayadev assembly constituency - JAYADEV ASSEMBLY CONSTITUENCY

Jayadev assembly constituency: ସ୍ବାଧୀନ ପ୍ରାର୍ଥୀ ଭାବେ ଜୟଦେବ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ସତ୍ୟପ୍ରିୟ ବେହେରା । ବିଜେଡି, ବିଡେପିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ । ଅଧିକ ପଢନ୍ତୁ

JAYADEV ASSEMBLY CONSTITUENCY
JAYADEV ASSEMBLY CONSTITUENCY
author img

By ETV Bharat Odisha Team

Published : May 2, 2024, 11:52 AM IST

JAYADEV ASSEMBLY CONSTITUENCY

ନିଆଳି: ଜୟଦେବ ବିଧାନସଭା ଆସନରେ ସମିକରଣ ହେବ କି ପରିବର୍ତ୍ତନ । ଏହି ଆସନରୁ ଲଗାତାର ଜିତି ଆସୁଥିବା ବିଜେଡିର ବିଜୟରେ ଲାଗିବକି ବ୍ରେକ । ଜୟଦେବ ଆସନକୁ ନେଇ ଏମିତି ଅନେକ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ନିର୍ବାଚନ ମଇଦାନରେ ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା । ସ୍ବାଧିନ ପ୍ରାର୍ଥୀଙ୍କୁ ମିଳୁଛି ବିପୁଳ ଜନ ସମର୍ଥନ । ଅଧରାତି ଯାଏଁ ଚାଲୁଛି କର୍ମୀ ସମ୍ମିଳନୀ ଏବଂ ପ୍ରଚାର । ଘର ବୁଲି ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି ସେ ।

ଆସନ୍ତା ୨୫ ତାରିଖରେ ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଆସନ୍ତା ୬ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିଦିନ ଏକ ବିରାଟ ବାଇକ ରାଲିରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ସତ୍ୟପ୍ରିୟ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ, ବିଜେପି ଦଳରୁ ଅରବିନ୍ଦ ଢ଼ାଲି ଏବଂ ବିଜେଡି ଦଳରୁ ନବ କିଶୋର ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ ଘୋଷଣା ସରିଛି। କିନ୍ତୁ ବିଜେପି ଦଳରେ ପଶିଛି କେଁ । ବିଜେପି ପ୍ରାର୍ଥୀତ୍ବକୁ ନେଇ ଜୟଦେବରେ ଲାଗି ରହିଛି ଅସନ୍ତୋଷ । ଏମିତି କି ଦୀର୍ଘ ବର୍ଷ ଧରି ସଙ୍ଗଠନ ସଜାଡିଥିବା ନେତା ଏବେ ଚୁପ୍ । ସେପଟେ ସମାଜସେବ କ୍ଷେତ୍ରରୁ ପ୍ରବେଶ କରି ନିଜର ପରିଚୟ ସୃଷ୍ଟି କରିଥିବା ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ସତ୍ୟପ୍ରିୟ ବେହେରା ବିଜେପି ଟିକେଟ ନମିଳିବାରୁ ସେ ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା, କର୍ମୀ ସମ୍ମିଳନୀ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ କରି ଜନ ସମର୍ଥନ ଗୋଟାଇବାରେ ଲାଗି ପଡ଼ିଛନ୍ତି। ଏମିତି କି ରାତି ପର୍ଯ୍ୟନ୍ତ ବିଭିନ୍ନ ଗାଁ ଗଣ୍ଡାରେ ଆରମ୍ଭ କରିଛନ୍ତି ରାଜନୀତି ଗୋଟି ଚାଳନା ।

ଏହା ମଧ୍ୟ ପଢନ୍ତୁ-ନିଆଳିରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର - BJD Candidates Campaign in Niali

ବିଜେପି ଟିକେଟ ନହେଲା ନାହିଁ ଜୟଦେବର ବିକାଶ ପାଇଁ ସ୍ବାଧିନ ଭାବରେ ଲଢିବା ପାଇଁ ସମର୍ଥନ ଯୋଗାଡରେ ବ୍ୟସ୍ତ ଅଛନ୍ତି ସତ୍ୟପ୍ରିୟ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ କାକରୁଦ୍ରପୁର ପଞ୍ଚାୟତରେ ବୁଧବାର ରାତିରେ ପତିତପାବନ ମନ୍ଦିର ଠାରୁ ଏକ ପଦଯାତ୍ରା ମାଧ୍ୟମରେ ଗାଁ ବୁଲିବା ସହିତ କାକରୁଦ୍ରପୁର ପଞ୍ଚାୟତସ୍ଥିତ ଜେନା ସାହି ନିକଟରେ ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ ଏବଂ କର୍ମୀ ସମ୍ମିଳନୀ କରି ଲୋକଙ୍କ ଅଭାବ ଅସୁବିଧା ବୁଝିଥିଲେ ସେ । ପରେ ବାଲିପାଟଣା ବ୍ଲକ ଗିରିଙ୍ଗେଶ୍ବର ନିକଟରେ ଥିବା କାର୍ଯ୍ୟାଳୟରେ ନିର୍ବାଚନ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ଲଢିବା ପାଇଁ ଜୟଦେବ ଭୋଟରଙ୍କ ଆଶୀର୍ବାଦ ଲୋଡୁଛନ୍ତି । ପୂର୍ବରୁ ସତ୍ୟପ୍ରିୟ ବେହେରା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବାରୁ ଏବେ ବିପୁଳ ଜନ ସମର୍ଥନ ମିଳୁଥିବା କହିଛନ୍ତି ସତ୍ୟପ୍ରିୟ ।

ତେବେ ଚଳିତ ସାଧାରଣ ନିର୍ବାଚନରେ ଜୟଦେବରେ ସମୀକରଣ ପରିବର୍ତ୍ତନ ଘଟିବା ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କାହାକୁ ଜୟଦେବ ଭୋଟର ଭରସା କରିବେ ତା ଉପରେ ସମସ୍ତଙ୍କ ନଜର । ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ସାଧାରଣ ନିର୍ବାଚନ ଭିନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.