ETV Bharat / state

ଦେଶରେ ୧୫୦ ରେଳ ଷ୍ଟେସନକୁ 'ଇଟ୍ ରାଇଟ୍ ଷ୍ଟେସନ' ସ୍ୱୀକୃତି, ଓଡ଼ିଶାରୁ ଭୁବନେଶ୍ଵର ସାମିଲ

author img

By ETV Bharat Odisha Team

Published : Mar 1, 2024, 10:57 AM IST

Eat Right Station: ଦେଶର ୧୫୦ ରେଲୱେ ଷ୍ଟେସନ FSSAI ରୁ ‘ଇଟ୍ ରାଇଟ୍ ଷ୍ଟେସନ’ ପ୍ରମାଣପତ୍ର ହାସଲ କରିଛନ୍ତି । ଏହାରି ଭିତରେ ଓଡ଼ିଶାରୁ କେବଳ ଭୁବନେଶ୍ଵର ରେଳ ଷ୍ଟେସନକୁ ସ୍ୱୀକୃତି ମିଳିଛି । ଅଧିକ ପଢ଼ନ୍ତୁ

ଇଟ୍ ରାଇଟ୍ ଷ୍ଟେସନ
ଇଟ୍ ରାଇଟ୍ ଷ୍ଟେସନ

ଭୁବନେଶ୍ବର: ସମଗ୍ର ଦେଶରେ ୧୫୦ ରେଲୱେ ଷ୍ଟେସନ FSSAIରୁ ‘ଇଟ୍ ରାଇଟ୍ ଷ୍ଟେସନ’ ପ୍ରମାଣପତ୍ର ହାସଲ କରିଛନ୍ତି । ଏହା ସହିତ 6ଟି ପ୍ରତିଷ୍ଠିତ ମେଟ୍ରୋ ଷ୍ଟେସନ୍ ମଧ୍ୟ ସ୍ଥାନ ପାଇଛି । ଏହାରି ଭିତରେ ଓଡ଼ିଶାରୁ କେବଳ ଭୁବନେଶ୍ଵର ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ’ ସ୍ୱୀକୃତି ମିଳିଛି ।

ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳ ଷ୍ଟେସନ ଦେଇ ଯାତ୍ରା କରନ୍ତି । ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର "ଇଟ୍ ରାଇଟ୍ ଷ୍ଟେସନ୍"କୁ ନେଇ ଏକ ପଦକ୍ଷେପ ଗ୍ରହଣ କରିଛି । ଏହି ଜନଗହଳିପୂର୍ଣ୍ଣ ହବ୍ ମଧ୍ୟରେ ସୁରକ୍ଷିତ ଏବଂ ସୁସ୍ଥ ଖାଦ୍ୟର ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଦେଶର ୧୫୦ଟି ରେଳ ଷ୍ଟେସନକୁ "ଇଟ୍ ରାଇଟ୍ ଷ୍ଟେସନ୍" ଭାବରେ ସାର୍ଟିଫିକେଟ୍ କରାଯାଇଛି । ଦେଶର ବିଶାଳ ରେଳ ନେଟୱାର୍କ ଅତିକ୍ରମ କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ନିରାପଦ, ସ୍ୱଚ୍ଛତା ଏବଂ ପୁଷ୍ଟିକର ଖାଦ୍ୟ ବିକଳ୍ପ ସୁନିଶ୍ଚିତ କରିଛି । “ଇଟ ରାଇଟ୍ ଷ୍ଟେସନ” ପ୍ରମାଣୀକରଣ ପ୍ରକ୍ରିୟାରେ ଖାଦ୍ୟ ବିକ୍ରେତାଙ୍କ ଅଡିଟ୍, ଖାଦ୍ୟ ନିୟନ୍ତ୍ରକଙ୍କ ତାଲିମ, ସ୍ୱଚ୍ଛତା ଏବଂ ପରିମଳ ପ୍ରୋଟୋକଲ୍ ପାଳନ କରିବା ଏବଂ ଖାଦ୍ୟ ବାଛିବା ପାଇଁ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ପ୍ରୟାସ ଅନ୍ତର୍ଭୁକ୍ତ ରହିଛି । ଏହି ମାନଦଣ୍ଡକୁ ପୂରଣ କରୁଥିବା ଷ୍ଟେସନଗୁଡିକ "ଇଟ ରାଇଟ୍ ଷ୍ଟେସନ" ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ଏହି ପ୍ରରିପେକ୍ଷୀରେ ଭୁବନେଶ୍ଵର ରେଳ ଷ୍ଟେସନକୁ ‘ଇଟ୍ ରାଇଟ୍ ଷ୍ଟେସନ’ ସ୍ୱୀକୃତି ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବର ଷ୍ଟେସନରେ ରେଳମନ୍ତ୍ରୀ, ନବୀକରଣ କାର୍ଯ୍ୟର କଲେ ସମୀକ୍ଷା

ତେବେ ସାର୍ଟିଫିକେଟ୍ ଦିଆଯାଇଥିବା କେତେକ ପ୍ରମୁଖ ଷ୍ଟେସନ ହେଉଛି ନୂଆଦିଲ୍ଲୀ, ବାରଣାସୀ, କୋଲକତା, ଉଜ୍ଜୈନ, ଅଯୋଧ୍ୟା କ୍ୟାଣ୍ଟ, ହାଇଦ୍ରାବାଦ, ଚଣ୍ଡିଗଡ଼, କୋଜିକୋଡେ, ଗୌହାଟୀ, ବିଶାଖାପାଟଣା, ଭୁବନେଶ୍ୱର, ମହୀଶୂର ସିଟି, ଭୋପାଳ, ଇଗାଟପୁରୀ, ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ ଏବଂ ଚେନ୍ନାଇର ପୁରାଟଚି ଥାଲାଇଭର ଭଳି ରେଳ ଷ୍ଟେସନ ରହିଛି ।

ସେପଟେ ସମଗ୍ର ଦେଶରେ ୬ଟି ମେଟ୍ରୋ ଷ୍ଟେସନ୍ "ଇଟ୍ ରାଇଟ୍ ଷ୍ଟେସନ୍" ଭାବରେ ମାନ୍ୟତା ପାଇଛି । ଏଥିମଧ୍ୟରୁ ନୋଏଡା ସେକ୍ଟର ୫୧ର ମେଟ୍ରୋ ଷ୍ଟେସନ୍, କୋଲକତାର ଏସପ୍ଲାନେଡ, ଆଇଆଇଟି କାନପୁର, ନୋଏଡା ବଟାନିକାଲ୍ ଗାର୍ଡେନ ଏବଂ ନୋଏଡା ଇଲେକ୍ଟ୍ରୋନିକ୍ ସିଟି ଆଦି ସ୍ଥାନ ପାଇଛି । “ଇଟ ରାଇଟ୍ ଷ୍ଟେସନ” ପ୍ରୋଗ୍ରାମକୁ ଆହୁରି ବିସ୍ତାର କରିବାକୁ FSSAI ପ୍ରତିବଦ୍ଧ। ବିଶେଷ ଭାବରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ପ୍ରମୁଖ ରେଳ ଷ୍ଟେସନ ଏବଂ ମେଟ୍ରୋ ଷ୍ଟେସନକୁ ଅନ୍ତର୍ଭୁକ୍ତ କରିବା, ପ୍ରତ୍ୟେକ ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ଚଳାଚଳ କରିବା ସହିତ ନିରାପଦ ତଥା ସୁସ୍ଥ ଖାଦ୍ୟ ମଧ୍ୟ ଉପଭୋଗ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.