ETV Bharat / state

ଶୁଣିଲାନି ପ୍ରଶାସନ; ଗାଁର କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ - Villagers sow paddy on road

author img

By ETV Bharat Odisha Team

Published : Aug 3, 2024, 7:11 PM IST

Villagers sow paddy on muddy road: ଲଗାଣ ବର୍ଷା ପରେ କାଦୁଅ ପଚପଚ ହେଲା ଗାଁ ରାସ୍ତା । ପକ୍କା ରାସ୍ତାଟିଏ ପାଇଁ ବାରମ୍ବାର ଦାବି କରିବା ପରେ ବି କେହି ନ ଶୁଣିବାରୁ ଶେଷରେ ସେହି କାଦୁଅ ରାସ୍ତାରେ ତଳି ରୋଇଲେ ବୌଦ୍ଧ ଗ୍ରାମବାସୀ । ଅଧିକ ପଢନ୍ତୁ

ଶୁଣିଲାନି ପ୍ରଶାସନ; ଗାଁର କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ; ଗାଁର କାଦୁଅ ପଚପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ (ETV Bharat Odisha)

ବୌଦ୍ଧ: ଲଗାଣ ବର୍ଷା ପରେ ବେହାଲ ହୋଇପଡିଛି ଗାଁ ରାସ୍ତା । କାଦୁଅ ପଚପଚ ରାସ୍ତାରେ ଗାଡି ଗଡ଼ିବା ତ ଦୂରର କଥା ପାଦରେ ଚାଲିକି ଯିବା ବି ମୁସ୍କିଲ ହେଉଛି । ତଥାପି ବାଧ୍ୟ ହୋଇ ସେହି ରାସ୍ତାରେ ବିପଦସଙ୍କୁଳ ଭାବେ ଯିବାଆସିବା କରୁଛନ୍ତି ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ।ଏହି ରାସ୍ତା ମରାମତି ପାଇଁ ପୂର୍ବରୁ ଗାଁ ଲୋକେ ବାରମ୍ବାର ପଞ୍ଚାୟତଠୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିସାରିଛନ୍ତି । ହେଲେ କିଛି ଲାଭ ହୋଇନି । ଏବେ ବର୍ଷା ଦିନେ ପୁଣିଥରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିବାରୁ ଶେଷରେ ସେହି କାଦୁଅ ରାସ୍ତାରେ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଏହି ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର କୁମୁରସିଙ୍ଗା ଗ୍ରାମରୁ ।

ଶୁଣିଲାନି ପ୍ରଶାସନ (ETV Bharat Odisha)

କାଦୁଅ ପଚପଚ ଗାଁ ରାସ୍ତା:

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଅନେକ ଉପାନ୍ତ ଅଞ୍ଚଳ ରହିଛି, ଯେଉଁଠାରେ ବର୍ଷା ଋତୁରେ ଗମନାଗମନ ଏକପ୍ରକାର ଅସମ୍ଭବ ମନେ ହୁଏ । ସେମିତି ଏକ ଗ୍ରାମ ହେଉଛି ପଦ୍ମନପୁର ପଞ୍ଚାୟତର କୁମୁରସିଙ୍ଗା । ଏହି ଗାଁକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ । ଟିକିଏ ବର୍ଷା ହେଲେ ଗାଁର ମାଟି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡେ । ରାସ୍ତା ଖରାପ ଯୋଗୁଁ ବର୍ଷା ଦିନେ ସ୍ଥାନୀୟ ଅଧିବାସୀ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଥାନ୍ତି । କାଦୁଅ ପଚପଚ ରାସ୍ତାରେ କୁନି କୁନି ଛାତ୍ରଛାତ୍ରୀମାନେ ସ୍କୁଲ ଯିବା ଆସିବାରେ ଏବଂ ଗାଁ ଲୋକେ ପାଖ ବଜାରକୁ ଯିବାରେ ସମସ୍ୟା ଭୋଗନ୍ତି । ଏମିତିକି କାହାର ଦେହ ଖରାପ ହେଲା ଗାଁରେ ଆମ୍ବୁଲାନ୍ସ ପହଞ୍ଚିବା ମଧ୍ୟ ସମ୍ଭବ ହୁଏନି ।

ଏହା ମଧ୍ୟ ପଢନ୍ତୁ: 3 କିମି ଖଟିଆରେ ବୁହା ହେଲେ ଗର୍ଭବତୀ, ବାଟରେ ପ୍ରସବ ପରେ ନବଜାତ ମୃତ - Pregnant Lady Carried On Cot

ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ:

ତେଣୁ ଗାଁରେ ପକ୍କା ରାସ୍ତାଟିଏ ତିଆରି କରିବାକୁ କୁମୁରସିଙ୍ଗାବାସୀ ଅନେକ ଥର ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ହେଲେ କେହି ଏହି ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଧ୍ୟାନ ନ ଦେବାରୁ ସ୍ଥାନୀୟ ବାସିନ୍ଦା ସେହି କାଦୁଅ ପଚପଚ ରାସ୍ତାରେ ତଳି ରୋଇ ଅଭିନବ ଶୈଳୀରେ ପ୍ରତିବାଦ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏହା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ରାସ୍ତାର ଉନ୍ନତିକରଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ସେପଟେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ହରଭଙ୍ଗା ବ୍ଲକର କୁଟିଝାର ଗ୍ରାମ ନିକଟରେ ଏକ ବିଶାଳ ଗଛ ଉପୁଡି ରାସ୍ତା ଅବରୋଧ ହୋଇରହିଛି । ଯେଉଁଥିପାଇଁ ଗମନାଗମନରେ ସମସ୍ୟା ହେଉଥିବାରୁ ଯଥାଶୀଘ୍ର ରାସ୍ତାରୁ ସେହି ଗଛ କାଟି ହଟାଇବାକୁ ସ୍ଥାନୀୟ ବାସିନ୍ଦା ଦବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.