ETV Bharat / state

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶାରେ ଧାନ ଚାଷରେ ହେବ ଉନ୍ନତି, ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ - IMPROVE PADDY CULTIVATION - IMPROVE PADDY CULTIVATION

International Rice Research Institute: ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ଓଡ଼ିଶାରେ ଧାନ ଚାଷ କ୍ଷେତ୍ରରେ କିପରି ଉନ୍ନତି ଆସିପାରିବ ସେନେଇ ଇଣ୍ଟରନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ପ୍ରମୁଖ ବୈଜ୍ଞାନିକମାନେ ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

International Rice Research Institute
International Rice Research Institute (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 5:31 PM IST

ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଣିକି ଓଡିଶାରେ ଚାଷୀମାନେ ସେମାନଙ୍କ ଧାନ ଚାଷ କ୍ଷେତ୍ରରେ ଯେପରି ଉନ୍ନତି ଆଣିପାରିବେ ତାହା ଉପରେ ଗୁରୁତ୍ୱ ଦେବା ସହିତ ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଅବସରରେ ଓଡିଶାର 3ଟି ଜିଲ୍ଲାକୁ ନେଇ କୃଷି ବୈଜ୍ଞାନିକମାନେ ଅଧିକ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ରାଜ୍ୟର ଗଞ୍ଜାମ, ମୟୂରଭଞ୍ଜ ଏବଂ ବଲାଙ୍ଗୀର ଭଳି ଜିଲ୍ଲାର ସ୍ଥିତିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଏହି କାର୍ଯ୍ୟ । ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ଏକ ଭିତ୍ତିଭୂମିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଇଣ୍ଟରନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟର ପ୍ରମୁଖ ବୈଜ୍ଞାନିକମାନେ ରାଜ୍ୟର 3ଟି ଜିଲ୍ଲାରେ ଅଧିକ ଉତ୍ପାଦନକ୍ଷମ ଧାନ ବିହନ ଚାଷର ପରୀକ୍ଷାମୂଳକ ପ୍ରୟୋଗ ଉପରେ ଆଲୋଚନା କରିଛନ୍ତି ।

International Rice Research Institute (ETV Bharat Odisha)

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଓଡିଶାରେ ହେବ ଧାନ ଚାଷ:

ଗତ କୋଭିଡ ପରେ ଲଗାତତାର ଭାବରେ ଜଗତୀକରଣର ପ୍ରଭାବ ହେଉ ବା ଜଳବାୟୁ ପରିବର୍ତ୍ତନ ଉଭୟ କ୍ଷେତ୍ରରେ ମୁଖ୍ୟତଃ ଓଡ଼ିଶା ରାଜ୍ୟର ଚାଷ କାର୍ଯ୍ୟ ସର୍ବାଧିକ ପ୍ରଭାବିତ ଏବଂ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି । ଏ ନେଇ କୃଷିଜାତ ଉତ୍ପାଦନ ଦ୍ରବ୍ୟ ଧିରେ ଧିରେ କମିବାରେ ଲାଗିଛି । ଏପରି ସ୍ଥିତିରେ ଚାଷୀଙ୍କ ଜୀବନ ଜୀବିକାର ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା ଯୋଗୁଁ ଉତ୍ପାଦାନ ହାର ସ୍ଥିର ରଖିବା ପାଇଁ ଦେଶରେ ରହିଥିବା ଇଣ୍ଟର ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଆଇଆର୍ ଆର୍ ଆଇ) ଏକ ନୂତନ ପରୀକ୍ଷିତ ପଦ୍ଧତିରେ ଚାଷ କରିବାକୁ ଚାଷୀଙ୍କୁ ପ୍ରତ୍ସାହିତ କରାଯାଉଛି । ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ କିଭଳି କମ୍ ପାଣିରେ ଧାନ ଚାଷ ହୋଇପାରିବ ତାକୁ ନେଇ ଏହି କୃଷି ବୈଜ୍ଞାନିକମାନେ ନିଜର ନିଜସ୍ୱ ଉଦ୍ୟମ କରୁଛନ୍ତି । ଏହାସହ ଗଞ୍ଜାମ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏହି କ୍ଷେତ୍ରରେ ପ୍ରତ୍ୟେକ ସମୟରେ ଦେଖିବାକୁ ମିଳୁଥିବା ସମାନ ସ୍ଥିତିରେ କିପରି ଧାନ ଚାଷ ଯେପରି କମ୍ ଅବଧି (ଦିନରେ )ଏବଂ ପାଣି କମ୍ କିମ୍ୱା ଅଧିକା ପାଣି ଜମିରେ ରହିଲେ ମଧ୍ୟ ଚାଷ କାର୍ଯ୍ୟରେ ଯେପରି ତାହାର କୌଣସି ପ୍ରଭାବ ପଡିବ ନାହିଁ, ତାହାକୁ ଦୃଷ୍ଟିରେ ରଖି ଏହି ଚାଷ କରାଯାଇପାରିବ ବୋଲି କୃଷି ବୈଜ୍ଞାନିକମାନେ କହିଛନ୍ତି ।

ନୂତନ ଧାନ ବିହନକୁ ନେଇ ଚାଲିଛି ଚାଷ ଜମିରେ ଚାଲିଛି ପରୀକ୍ଷା:

ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷ ଜମିରେ ପରୀକ୍ଷା ଚାଲିଛି । ଗଞ୍ଜାମ ଜିଲ୍ଲାର ପ୍ରାୟ ୧୮୦ ଏକର ଜମିରେ ପରୀକ୍ଷାମୂଳକ ଭାବରେ ଏହି ଚାଷ କରାଯାଉଥିବା ବେଳେ ଏହି ନୂତନ ବିହନକୁ ବ୍ୟବହାର କରି ଚାଷୀମାନେ ଉତ୍ତମ ରୂପେ ଚାଷ କରୁଛନ୍ତି । ମୁଖ୍ୟତଃ ନୂତନ ଚାଷ ସମୟରେ ଆବଶ୍ୟକ ହେଉଥିବା ବିହନକୁ ନେଇ ଚିନ୍ତା ରହୁଥିବାରୁ ଏଠାରେ ଚାଷୀମାନେ ନିଜର ଫସଲ ଅମଳ ସହିତ ଯେପରି ବିହନ ମଧ୍ୟ ପ୍ରସ୍ତୁତ କରିପାରିବେ ତାହାରି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା କୁହାଯାଇଛି । ଏଥିରେ ସଭାଗୀ ଧାନ, ବିବି-୧୧, ବୀଣା-୧୧, ଏମ୍.ଟି.ୟୁ-୧୨୨୪, ସିଆର୍ -୩୧୨ ଭଳି ନୂତନ ଧାନ ବିହନ ବ୍ୟବହାର କରାଯାଉଛି ।

ସରକାରଙ୍କ ସହ ସହବନ୍ଧିତା ଏବଂ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ:

ଓଡିଶା ସରକାରଙ୍କ ସହିତ ଏନେଇ ପୂର୍ବରୁ ଆଲୋଚନା କରାଯିବା ସହିତ ହୋଇଥିବା ସହବନ୍ଧିତାରେ ଏହି ନୂତନ ଚାଷ ପାଇଁ ପ୍ରାୟ ୧୫ ଶହ ପରିବାର ସହିତ ଚାଷ ଓ ଚାଷର ଉନ୍ନତି ପାଇଁ ମଧ୍ୟ ଏହାରି ମାଧ୍ୟମରେ ପରାମର୍ଶ ଦିଆଯାଇ ଚାଷ କାର୍ଯ୍ୟରେ ସହଯୋଗିତା କରାଯାଉଛି । ଏଥିସହିତ ଚାଷକୁ ନେଇ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ଯେପରି ଆର୍ଥିକ ସହାୟତା ପାଇବା ସହିତ ଡିଜିଟାଲ ଟେକ୍ନୋଲୋଜିର ଯେପରି ଚାଷୀମାନେ ଅଧିକରୁ ଅଧିକ ଜାଣିପାରିବେ ତାହାରି ଉପରେ ଗୁରୁତ୍ୱ ଦିଆଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ବଜେଟ୍: ଫୋକସରେ ଚାଷ, କୃଷି ପାଇଁ ୩୩,୯୧୯ କୋଟି ବ୍ୟୟବରାଦ, ୮୦୦ ଟଙ୍କା ବଢିଲା ଧାନ MSP - Odisha Budget 2024
ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.