ETV Bharat / state

୧୦ ପୂର୍ବରୁ ଓଡିଶା ଛୁଇଁବ ମୌସୁମୀ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ! - ODISHA WEATHER FORECAST

author img

By ETV Bharat Odisha Team

Published : Jun 6, 2024, 8:40 PM IST

ODISHA WEATHER FORECAST:ଏଥର ସ୍ୱାଭାବିକ ସମୟ ଠାରୁ ଦୁଇଦିନ ପୂର୍ବରୁ ରାଜ୍ୟକୁ ଛୁଇଁବ ମୌସୁମୀ ବାୟୁ । ୮ ତାରିଖରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା । ଅଧିକ ପଢନ୍ତୁ

ODISHA WEATHER FORECAST
ODISHA WEATHER FORECAST (ETV Bharat Odisha)

ଭୁବନେଶ୍ବର: ୧୦ ତାରିଖ ପୂର୍ବରୁ ଓଡିଶା ଛୁଇଁବ ମୌସୁମୀ । ସ୍ୱାଭାବିକ ସମୟର ଦୁଇଦିନ ପୂର୍ବରୁ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶା ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଏନେଇ ବର୍ତ୍ତମାନ ରାଜ୍ୟରେ ପାଗ ବା ସ୍ଥିତି ଅନୁକୂଳ ଥିବା କହିଛି ବିଭାଗ । ତେବେ ଓଡିଶା ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ସହ ୪୮ ଘଣ୍ଟା ମଧ୍ୟରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଗୋଟେ ଦୁଇଟି ସ୍ଥାନରେ ପବନର ବେଗ ରହିବ ।

ସେପଟେ ଆଜି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ୮ ତାରିଖରୁ ୧୦ ଯାଏ ଦିନର ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟାରେ କିଛି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ବରଗଡ଼ ବଲାଙ୍ଗୀର ଓ ନୂଆପଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ରହିବା ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବ ।

ଏହା ମଧ୍ୟ ପଢନ୍ତୁ .....ଆସୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏହି ଦିନ ଛୁଇଁବ ଓଡ଼ିଶା - Odisha Weather

ରାଜ୍ୟକୁ ଶୁଷ୍କ ଗରମ ପବନର ପ୍ରବେଶ ଓ ଆଦ୍ରତାର ପରିମାଣ ଅଧିକା ରହୁଥିବା ବେଳେ ଏଭଳି ଅସହ୍ୟ ଗୁଳୁଗୁଳି ହେଉଥିବା କହିଛି ପାଣିପାଗ ବିଭାଗ । ଉପକୂଳରେ ଅସହ୍ୟ ଗୁଳୁଗୁଳି ସହ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ଥିବା ବେଳେ କେତେକ ସ୍ଥାନରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ଡାବୁଗାଁରେ ସର୍ବାଧିକ ୫୨.୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବୌଦ୍ଧରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରା ଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.