ETV Bharat / state

ଭିତରକନିକା-ଧାମରା ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ, କେନ୍ଦ୍ରାପଡ଼ା-ଭଦ୍ରକରେ ପ୍ରବଳ ବର୍ଷା: IMD

ବାତ୍ୟା ଦାନା ଲ୍ୟାଣ୍ଡଫଲ ନେଇ ଭାରତୀୟ ପାଣିପାଗ ବିଭାଗ- IMDର ପୂର୍ବାନୁମାନ । କେନ୍ଦ୍ରାପଡ଼ା ଭିତରକନିକା- ଭଦ୍ରକ ଧାମରା ମଧ୍ୟରେ ହେନ୍ତାଳ ବଣରେ ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ପବନ ସହ ପ୍ରବଳ ବର୍ଷା ସମ୍ଭାବନା ।

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ୍‌: ଭିତରକନିକା- ଧାମରା ମଝିରେ ହେବ ଲ୍ୟାଣ୍ଡଫଲ୍‌
ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ୍‌: ଭିତରକନିକା- ଧାମରା ମଝିରେ ହେବ ଲ୍ୟାଣ୍ଡଫଲ୍‌ (WETV Bharat odisha)
author img

By ETV Bharat Odisha Team

Published : 4 hours ago

Updated : 33 minutes ago

ଭୁବନେଶ୍ବର: ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ ଅପଡେଟ । ସମ୍ଭାବ୍ୟ ଲ୍ୟାଣ୍ଡଫଲ ପଏଣ୍ଟ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ଓଡିଶା ଉପକୂଳର କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ‘ଦାନା’ ପାରାଦ୍ବୀପଠାରୁ ପ୍ରାୟ ୫୬୦ କି.ମି ଦୂରରେ ଥବା ବେଳେ ଘଣ୍ଟାପ୍ରତି ପ୍ରାୟ ୧୫ କି.ମି ବେଗରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି । ଆଜି ସକାଳେ ଏହା ବାତ୍ୟାରେ ପରିଣତ ହୋଇସାରିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତିଭୀଷଣ ବାତ୍ୟା ବା ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ରେ ପରିଣତ ହୋଇ ଉପକୂଳ ନିକଟତର ହେବ ।

  • ସର୍ବାଧିକ ପ୍ରଭାବିତ ହେବେ କେନ୍ଦ୍ରାପଡା-ଭଦ୍ରକ ଜିଲ୍ଲା

ଲ୍ୟାଣ୍ଡଫଲ ପଏଣ୍ଟ ପ୍ରାୟତଃ ସ୍ପଷ୍ଟ ହେବା ପରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପ୍ରତି ବିପଦ ବଢିଛି । ଉଭୟ ଜିଲ୍ଲାରେ ପୂର୍ବ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଯଦି ବାତ୍ୟାର ଗତିପଥ ପରିବର୍ତ୍ତିତ ନହୋଇ ଏହି ଦିଗରେ ଗତିକରେ, ତେବେ ଭିତରକନିକା ଲୁଣା ଜଙ୍ଗଲ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୦୦ ରୁ ୧୧୦ କି.ମି ରହିବ ଓ ଝଟକା ପବନର ବେଗ ପ୍ରାୟ ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି ।

କାଲି ମଧ୍ୟରାତ୍ରିରେ ଭିତରକନିକା- ଧାମରା ମଝିରେ ହେବ ମାଡ (ETV Bharat Odisha)
  • ପ୍ରବଳରୁ ଅତିପ୍ରବଳ ବର୍ଷା

ଏହା ସହ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଉତ୍ତର ଓ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲା ପାଇଁ ରେଡ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଧାମରା ସମେତ ରାଜ୍ୟର ସମସ୍ତ ବନ୍ଦରରେ ଫିସିଂ ଓ ସିପିଂ ପୂରା ବନ୍ଦ ରଖାଯାଇଛି । 25 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

  • ଭିତରକନିକା- ଧାମରା ମଝିରେ ହେବ ଲ୍ୟାଣ୍ଡଫଲ୍‌
  • ୨୪ ମଧ୍ୟରାତ୍ରି- ୨୫ ତାରିଖ ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍‌
  • ପବନର ସର୍ବାଧିକ ବେଗ ୧୨୦ କି.ମି ପୂର୍ବାନୁମାନ
  • କ୍ଷତିଗ୍ରସ୍ତ ହେବ ଭିତରକନିକା ଲୁଣା ଜଙ୍ଗଲ
  • ଆଜି ସଂଧ୍ୟା ସୁଦ୍ଧା ୧୦ ଲକ୍ଷ ଲୋକେ ସ୍ଥାନାନ୍ତର
  • ଗ୍ରାଉଣ୍ଡ-ଜିରୋ ଅଭିମୁଖେ ରେସକ୍ୟୁ ଟିମ୍‌
  • ମିଶନ ଜିରୋ କାଜୁଆଲିଟି

ଏହା ମଧ୍ୟ ପଢନ୍ତୁ:- ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢନ୍ତୁ :- ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

  • ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ୧୦ ଲକ୍ଷ ଲୋକ

ଉପକୂଳ ଓଡିଶାର ଏକାଧିକ ଜିଲ୍ଲାରୁ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ସେମାନଙ୍କୁ ପ୍ରସ୍ତୁତ ହୋଇଥିବା 6,244ଟି ରିଲିଫ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ରାଜ୍ୟ ପ୍ରଶାସନର 6 ସଚିବଙ୍କୁ 6ଟି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ବାତ୍ୟା ପରିଚାଳନା ଦାୟିତ୍ବ ଦିଆଯାଇଛି । ସେପରି ସର୍ବାଧିକ ପ୍ରଭାବିତ ଜିଲ୍ଲାଗୁଡିକର ରିଲଫ, ରେସକ୍ୟୁ ଓ ରିଷ୍ଟୋରେସନ କାମ ନିଜେ ବରିଷ୍ଠ ମନ୍ତ୍ରୀମାନେ ସମୀକ୍ଷା କରିବେ । ରାଜ୍ୟର ସମସ୍ତ ବିଧାୟକ/ବିଧାୟିକାମାନେ ସେମାନଙ୍କ ଅଞ୍ଚଳରେ ରହିବା ସହ ବାତ୍ୟା ମୁକାବିଲାରେ ଲୋକଙ୍କୁ ସାହାଯ୍ୟ କରିବା ଓ ପ୍ରଶାସନକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 33 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.