ETV Bharat / state

ରଥଯାତ୍ରାରେ ରାଜ୍ୟର ଏସବୁ ଜିଲ୍ଲାରେ ଭାରି ବର୍ଷା, ପୁରୀରେ କିଭଳି ରହିବ ପାଗ ଜାଣନ୍ତୁ - Odisha Weather

IMD Odisha Weather Update: ଆସନ୍ତାକାଲି ରଥଯାତ୍ରାରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ପୁରୀରେ କିଭଳି ରହିବ ପାଣିପାଗ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 8:01 PM IST

IMD Odisha Weather Forecast
IMD Odisha Weather Forecast (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସକ୍ରିୟ ରହିଛି । ଏହାର ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଆସନ୍ତାକାଲି 7 ତାରିଖ (ରବିବାର) ରଥଯାତ୍ରା ଦିନ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 2ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ପ୍ରବଳ ବର୍ଷା ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହେବ । ଯେପରିକି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ନବରଙ୍ଗପୁର ଓ ନୟାଗଡ଼ । ସେହିପରି 8 ତାରିଖରେ ଅନେକ ସ୍ଥାନରେ ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଯେପରିକି ମାଲକାନାଗିରି, କେନ୍ଦୁଝର ଓ ନବରଙ୍ଗପୁର ।

ସେପଟେ 8 ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ । ତେବେ ପୁରୀ ଜିଲ୍ଲାରେ କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପୁରୀ ସହରରେ ଦିନ ୯ ଟାରୁ ୫ଟା ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ପ୍ରବଳ ବର୍ଷା ହେବାର ସେତେ ସମ୍ଭାବନା ନଥିବା ନେଅ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜୀବନ ନେଉଛି ବଜ୍ରପାତ; 24 ଘଣ୍ଟାରେ ଗଲାଣି 24 ଜୀବନ - 24 Deaths in Last 24 Hours

ସେପଟେ ଚଳିତ ମୌସୁମୀ ସିଜିନରେ ଜୁନ ୧ରୁ ଏଯାବତ ସମୁଦାୟ ୧୯୮.୨ ମିମି ବର୍ଷା ହୋଇଥିବା ବେଳେ ଏବେବି ରାଜ୍ୟରେ ୨୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ଏହି ସମୟରେ ସ୍ଵାଭାଵିକ ବର୍ଷା ରହିବା କଥା ୨୬୫.୮ ମିମି । ସେହିପରି ୧୬ ଜିଲ୍ଲାରେ ନିଅଁଟିଆ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସେପଟେ ଗତକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜର ଜାମସୋଲଘାଟରେ ସର୍ବାଧିକ 95.8 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ନୂଆପଡାରେ 38.00 ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.