ETV Bharat / state

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ, କାଲିଠୁ ବଢିବ ତାତି - Monsoon 2024 - MONSOON 2024

IMD Forecast: ଆଗାମୀ ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ । କାଲି ଠାରୁ ରାଜ୍ୟରେ ସାମାନ୍ୟ ତାପମାତ୍ରା ବୃଦ୍ଧି ପାଇବ । ଅଧିକ ପଢ଼ନ୍ତୁ

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ
ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ (ETV Bharat Odisha)
author img

By ETV Bharat Odisha Team

Published : May 27, 2024, 7:16 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୁଖିଲା ପାଗ ରହିଛି । ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ।ଆଗାମୀ 5 ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ । ଆସନ୍ତାକାଲି ଠାରୁ ରାଜ୍ୟରେ ସାମାନ୍ୟ ତାପମାତ୍ରା ବୃଦ୍ଧି ପାଇବ । କିନ୍ତୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ହିଟୱେଭ୍ ସମ୍ଭାବନା ନଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ (ETV Bharat Odisha)

ସ୍ଥଳଭାଗ ଅତିକ୍ରମ କରି ଦୁର୍ବଳ ହୋଇଛି ବାତ୍ୟା ରେମାଲ । ବର୍ତ୍ତମାନ ଏହା ବାଂଲାଦେଶ ମୁହାଁ ହୋଇଛି । ଆଜି ଉପକୂଳବର୍ତ୍ତୀ ଓଡ଼ିଶାରେ ହାଲୁକା ବର୍ଷା ଅନୁଭୂତ ହେବାର ସମ୍ଭାବନା ରହିଛି । ଭାରି ବର୍ଷା କିମ୍ବା ପବନ ହେବାର ସମ୍ଭାବନା ନାହିଁ । ଆସନ୍ତା ୬ ଘଣ୍ଟା ପାଇଁ ସମୁଦ୍ର ଅଶାନ୍ତ ରହିବ । ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯଦିଓ ରାଜ୍ୟରେ କୋହଲା ପାଗ ରହିବ । କିନ୍ତୁ ଆସନ୍ତାକାଲି ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । ଏହାସହ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ ସାଧାରଣ ଠାରୁ ତାପମାତ୍ରା ୭ରୁ ୮ ଡିଗ୍ରୀ କମ ରହିଛି । ଆଗାମୀ ୫ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ
ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ (ETV Bharat Odisha)

ଅନ୍ୟପଟେ ବାତ୍ୟା ପ୍ରଭାବ ମୌସୁମୀ ବାୟୁ ଉପରେ ପଡିନଥିବାରୁ ମେ' ୩୧ ବା ଜୁନ ୧ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି । ଅର୍ଥାତ ଆଗାମୀ ୫ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । ସୂଚନା ଥାଉକି ମେ' ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ‘ରେମାଲ’; ପଶ୍ଚିମବଙ୍ଗ ସର୍ବାଧିକ ପ୍ରଭାବିତ, ଜଣେ ମୃତ - LANDFALL OF CYCLONE REMAL

ସେପଟେ ଗତବର୍ଷ ବିଳମ୍ବରେ ଆସି ସଅଳ ଫେରିଥିଲା ମୌସୁମୀ । ପୂର୍ବବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ୧ରୁ ୧୫ ଭିତରେ ଓଡିଶା ଛୁଇଁବାର ସମ୍ଭାବନା ରହିଥାଏ । ହେଲେ ବିଳମ୍ବରେ ଅର୍ଥାତ ୨୨ରେ ଛୁଇଁଥିଲା । ସେହିପରି ୧୩ ଅକ୍ଟୋବର ଅର୍ଥାତ ୮ ଦିନ ବିଳମ୍ବରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିଲା । ଓଡ଼ିଶାରେ ମୌସୁମୀ ଫେରିବାର ସ୍ବାଭାବିକ ସମୟ ଅକ୍ଟୋବର ୧୫ ଥିବା ବେଳେ ୨ଦିନ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥିଲା ମୌସୁମୀ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ବାତ୍ୟା ପ୍ରଭାବରେ ୪ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାବେଳେ କୋରାପୁଟ ଶିମୁଳିଗୁଡାରେ ସର୍ବାଧିକ ୫୨.୦ ମିମି ବର୍ଷା ରେକର୍ଡ ହୋଇଛି ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.