ETV Bharat / state

'100-କ୍ୟୁବ୍' ଷ୍ଟାର୍ଟ ଅପ୍ କରିବ ଆଇଆଇଟି ଭୁବନେଶ୍ୱର, ୪୫୦ କୋଟି ଟଙ୍କା ମୂଲ୍ୟର ଅଡିଟୋରିୟମ ହେବ ଲୋକାର୍ପଣ

author img

By ETV Bharat Odisha Team

Published : Feb 5, 2024, 10:36 PM IST

100 Cube Start Up Initiative: '100-କ୍ୟୁବ୍' ଷ୍ଟାର୍ଟ ଅପ୍ ଆରମ୍ଭ କରିବ ଆଇଆଇଟି ଭୁବନେଶ୍ୱର । ୦୩୬ ମସିହା ସୁଦ୍ଧା ଏହାର ଆୟ ୧୦୦ କୋଟି ଟଙ୍କାରେ ପହଞ୍ଚିବା ନେଇ ମଧ୍ୟ ଲକ୍ଷ୍ୟ ରହିଛି । ଏହି ଷ୍ଟାର୍ଟ ଅପ୍ ବିଷୟରେ ଅଧିକ ଜାଣନ୍ତୁ

100 Cube Start Up
100 Cube Start Up
100 Cube Start Up

ଭୁବନେଶ୍ବର: '100-କ୍ୟୁବ୍' ଷ୍ଟାର୍ଟ ଅପ୍ ଆରମ୍ଭ କରିବ ଆଇଆଇଟି ଭୁବନେଶ୍ୱର । ୪୫୦ କୋଟି ଟଙ୍କା ମୂଲ୍ୟର ଅଡିଟୋରିୟମ ଲୋକାର୍ପଣ ହେବ । ଆଇଆଇଟି ଭୁବନେଶ୍ବର ନିଜର ୧୦୦-କ୍ୟୁବ୍ ଷ୍ଟାର୍ଟ ଅପକୁ ଆସନ୍ତା ୧୧ ତାରିଖରେ ଆରମ୍ଭ କରିବାକୁ ଯାଉଛି । ଏନେଇ ୧୦୦ ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୨୦୩୬ ମସିହା ସୁଦ୍ଧା ଏହାର ଆୟ ୧୦୦ କୋଟି ଟଙ୍କାରେ ପହଞ୍ଚିବା ନେଇ ମଧ୍ୟ ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଅତ୍ୟାବଶ୍ୟକ ସମ୍ବଳ, ପରାମର୍ଶଦାତା, ପୁଞ୍ଜି ଏବଂ ସମ୍ଭାବ୍ୟ ନିବେଶକଙ୍କ କ୍ଷେତ୍ରରେ ଗୁରୁତ୍ବ ଦିଆଯିବ । ଏହି ପାର୍କ ବର୍ତ୍ତମାନର ୨୦ ହଜାର ବର୍ଗଫୁଟ ଅଞ୍ଚଳରୁ ପ୍ରାୟ ୮୦ ହଜାର ବର୍ଗଫୁଟକୁ ବିସ୍ତାର ହେବ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟରୁ ୧୩୦ କୋଟି ଟଙ୍କା ବିନିଯୋଗ ହେବା ନେଇ ସ୍ଥିର ହୋଇଛି ।

ଏନେଇ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମାଲକର କହିଛନ୍ତି , "ଓଡିଟଶାରେ ଏକ ସମୃଦ୍ଧ ଉଦ୍ୟୋଗୀ ପରିବେଶ ସୃଷ୍ଟି ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଏହାର ଉଦଘାଟନ କରାଯିବ । ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ଧାରାରେ ପର୍ଯ୍ୟବେସିତ । ମିନେରାଲ୍ସ ଏବଂ ସାମଗ୍ରୀ, କୃତ୍ରିମ ଇଣ୍ଟେଲିଜେନ୍ସ ,ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ନବୀକରଣ ଯୋଗ୍ୟ ଶକ୍ତି, ସେମିକଣ୍ଡକ୍ଟର ଉପକରଣ ଏବଂ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍ ଇତ୍ୟାଦି କ୍ଷେତ୍ରରେ ଆଇଆଇଟି ଭୁବନେଶ୍ବରର ପାରଦର୍ଶିତା ରହିଛି ।"

ସେହିପରି ୨୦୨୩ ମସିହାରୁ ଆଇଆଇଟି ଭୁବନେଶ୍ବରରେ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଯାହାକି ବିଦ୍ୟାଳୟ ଶିକ୍ଷା ପାଇଁ ଅଧ୍ୟାପକ ପ୍ରସ୍ତୁତ କରିବାକୁ ଯୋଜନା ମଧ୍ୟ କରିଛି । ଫେବୃଆରୀ ୧୧ ତାରିଖରେ ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଭିନ୍ନ ଆଇଆଇଟିର ରିସର୍ଜ ପାର୍କର ମୁଖ୍ୟ, ଶିଳ୍ପପତି ଏବଂ ଉଦ୍ୟୋଗୀ ପୁଞ୍ଜିପତିମାନେ ଉପସ୍ଥିତ ରହିବେ । ଅଧ୍ୟାପକ ଏବଂ ଷ୍ଟାର୍ଟ ଅପ୍ ପାଇଁ ସମାନ୍ତରାଳ ବୈଷୟିକ କର୍ମଶାଳା ଆୟୋଜନ ହେବ । ଏହାସହ '୧୦୦-କ୍ୟୁବ' ଲକ୍ଷ୍ୟ ହାସଲ ଦିଗରେ ସହଯୋଗ ପାଇଁ ପ୍ରାୟ ୨୦ଟି ଶିଳ୍ପ, ୩୦ଟି ଷ୍ଟାର୍ଟଅପ୍ ଏବଂ ୩୦ ପୁଞ୍ଜିପତିଙ୍କ ସହିତ ଏମଓୟୁ ସ୍ବାକ୍ଷର କରାଯିବ ।

ଏହା ମଧ୍ୟ ପଢନ୍ତୁ...ଚାଲିଛି ସୁବର୍ଣ୍ଣ ଯୁଗ, ଆସୁଛି ବିଦେଶୀ ମୁଦ୍ରା, ବିକଶିତ ରାଷ୍ଟ୍ରର ମୂଳଦୁଆ FDI: ଅର୍ଥମନ୍ତ୍ରୀ

ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆନୁଷ୍ଠାନିକ ଭାବରେ ୧୫ ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମର ଲୋକାର୍ପଣ କରିବାର ଯୋଜନା ରହିଛି । ୪୫୦ କୋଟି ଟଙ୍କା ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ପାଇଁ ଇ-ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସୂଚନା ଅନୁଯାୟୀ, ଆଇଆଇଟି ଭୁବନେଶ୍ବରରେ '୧୦୦-କ୍ୟୁବ୍' ଷ୍ଟାର୍ଟ ଅପ୍ ପଦକ୍ଷେପ ଓଡି଼ଶାକୁ ଉଦ୍ୟୋଗର ଏକ ହବ୍ ଭାବରେ ପ୍ରତିଷ୍ଠିତ କରିବ ବୋଲି ଆଶା ରହିଛି । ଏହାସହ ଦେଶରେ ଷ୍ଟାର୍ଟ ଅପ୍ ଦିଗରେ ଏହା ମାଇଲଖୁଣ୍ଟ ଭାବେ ପରିଗଣିତ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.