ଭୁବନେଶ୍ବର: IIRF ବିଜିନେସ୍ ସ୍କୁଲ ରାଙ୍କିଂ ୨୦୨୪ ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (IIM) ଅହମ୍ମଦାବାଦ ଶୀର୍ଷରେ ଥିବା ବେଳେ ଓଡ଼ିଶାର IIM ସମ୍ବଲପୁର ୩୭ତମ ରାଙ୍କରେ ସ୍ଥାନ ପାଇଛି। ୭ଟି ମାପଦଣ୍ଡକୁ ବିଚାରକୁ ନେଇ ଏହି ରାଙ୍କିଂ ପ୍ରଦାନ କରାଯାଇଛି। KIIT ସ୍କୁଲ, ବିଜିନେସରେ ୩୪ ରାଙ୍କରେ ସ୍ଥାନ ପାଇଥିବା ବେଳେ, ଟପ୍ ୫୦ ବିଜିନେସ ଫର୍ ରିସର୍ଚ୍ଚରେ ଭୁବନେଶ୍ୱର ଆଇଏମଆଇ ୧୨ ନମ୍ବର ସ୍ଥାନରେ ରହିଛି ।
ଉଭୟ ସରକାରୀ ଏବଂ ବେସରକାରୀ ବର୍ଗର ଶ୍ରେଷ୍ଠ ୫୦ କଲେଜର ରାଙ୍କିଂ ପ୍ରକାଶ ପାଇଥିବା ବେଳେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିନରେ ଥିବା ଶ୍ରେଷ୍ଠ ୫୦ ବିଜିନେସ୍ କଲେଜ, ୫୦ ବିଜିନେସ୍ ସ୍କୁଲ ଫର ରିସର୍ଚ୍ଚ, ୫୦ ଏମିନେନ୍ସ ସ୍କୁଲ ଫର ଏମ୍ପଲଏବିଲିଟି ଏବଂ ୨୦ ଏମର୍ଜିଙ୍ଗ ବିଜିନେସ ସ୍କୁଲ ତାଳିକା ପ୍ରକାଶ ପାଇଛି। ସମସ୍ତଙ୍କ ମଧ୍ୟରୁ ସରକାରୀ କଲେଜ ବର୍ଗରେ IIM ଅହମ୍ମଦାବାଦ ଶୀର୍ଷରେ ଥିବା ବେଳେ ଶ୍ରେଷ୍ଠ ୧୦ରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନାହିଁ । IIM ସମ୍ବଲପୁର ୩୭ତମ ସ୍ଥାନରେ ରହିଛି।
ସମ୍ବଲପୁର IIM ପ୍ଲେସମେଣ୍ଟରେ ୧୦୨.୮୫ ପଏଣ୍ଟ ପାଇଥିବା ବେଳେ ଶିକ୍ଷାରେ ପାଇଛି ୧୦୪.୩୫ ପଏଣ୍ଟ। ସେହିପରି ଭାବରେ ରିସର୍ଚ୍ଚରେ ୧୦୯.୫୭ ପଏଣ୍ଟ, ଇଣ୍ଡଷ୍ଟ୍ରି ଇନକମ୍ ଏବଂ ଇଣ୍ଟିଗ୍ରେସନରେ ୧୦୩.୫୭ ପାଇଛି। ଏଥିସହ ଫିଉଚ୍ଚର ଓରିଏଣ୍ଟସନରେ ୧୧୪.୨୮ ପଏଣ୍ଟ ପାଇଥିବା ବେଳେ ଇଣ୍ଟର ନ୍ୟାସନାଲ ଆଉଟଲୁକରେ ୧୧୪.୨୮ ପଏଣ୍ଟ ପାଇଛି IIM ସମ୍ବଲପୁର। ସେପଟେ ବେସରକାରୀ ବର୍ଗରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ୍ବି) ଭୁବନେଶ୍ୱର ଶ୍ରେଷ୍ଠ ୬ ରେ ସ୍ଥାନ ପାଇଛି। ଏପଟେ ଟପ୍ ୫୦ ବିଜିନେସ ସ୍କୁଲ ମଧ୍ୟରେ କଟକର ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ୫୦ ରାଙ୍କରେ ରହିଛି। ଏହାସହ KIIT ସ୍କୁଲ ଅଫ ବିଜିନେସରେ ୩୪ ରାଙ୍କରେ ସ୍ଥାନ ପାଇଛି। ସେହିପରି ଟପ୍ ୫୦ ବିଜିନେସ ଫର୍ ରିସର୍ଚ୍ଚରେ ଭୁବନେଶ୍ୱର ଆଇଏମଆଇ ୧୨ ନମ୍ବର ରାଙ୍କରେ ସ୍ଥାନ ପାଇଛି।
ଏହା ମଧ୍ୟ ପଢନ୍ତୁ-OJS ପରୀକ୍ଷାରେ ଦଶମ ସ୍ଥାନରେ ଲଳିତେନ୍ଦୁ; ରାଉରକେଲା ପାଇଁ ଆଣିଲେ ଗୌରବ
IIM ଅହମଦାବାଦ ପ୍ଲେସମେଣ୍ଟରେ ୧୩୯.୨୮ ପଏଣ୍ଟ ପାଇଥିବା ବେଳେ ଶିକ୍ଷାରେ ପାଇଛି ୧୩୭.୨୮ ପଏଣ୍ଟ । ତେବେ ସେହିପରି ଭାବରେ ରିସର୍ଚ୍ଚରେ ୧୨୪.୨୮ ପଏଣ୍ଟ, ଇଣ୍ଡଷ୍ଟ୍ରି ଇନକମ୍ ଏବଂ ଇଣ୍ଟିଗ୍ରେସନରେ ୧୩୩.୯୯ ପାଇଛି। ପ୍ଲେସମେଣ୍ଟ ଷ୍ଟ୍ରାଟେଜିରେ ୧୩୪.୪୨, ଫିଉଚର ଓରିଏଣ୍ଟସନରେ ୧୩୦.୧୪ ପଏଣ୍ଟ ପାଇଥିବା ବେଳେ ଇଣ୍ଟର ନ୍ୟାସନାଲ ଆଉଟଲୁକରେ ୧୩୫.୨୮ ପଏଣ୍ଟ ପାଇଛି ଆଇଆଇଏମ ଅହମ୍ମଦାବାଦ ।
ଇଟିଭି ଭାରତ, ଭୁବନେଶ୍ବର