ରାଉରକେଲା: ପରକୀୟା ପ୍ରୀତି ପାଇଁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ରାସ୍ତାରୁ ହଟାଇବାକୁ ସ୍ବାମୀ ରଚିଥିଲା ଷଡଯନ୍ତ୍ର । ଯେଉଁ ହାତରେ ସ୍ତ୍ରୀକୁ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିବ ବୋଲି ସ୍ବାମୀ କଥା ଦେଇଥିଲା, ସେହି ହାତରେ ଗୁଳି କରି ଜୀବନ ନେଇଗଲା । ଗର୍ଭବତୀ ସ୍ତ୍ରୀ ଓ ସାତ ମାସର ଶିଶୁକୁ ଗୁଳି କରି କଲା ହତ୍ୟା । ଦୁଇ ଦିନ ତଳେ ସୁନ୍ଦରଗଡ ଜିଲ୍ଲାରେ ଘଟିଥିବା ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଦେବେନ ବେହେରା ଓ ତାଙ୍କ ଭିଣୋଇ ସତ୍ୟ ନାରାୟଣ ବେହେରାଙ୍କୁ ରାଉରକେଲା ପୋଲିସ ଗିରଫ କରିଛି। ଘରୁ ଫିସ୍ତଲ ସହିତ ସହିତ ଅଫୁଟା ଗୁଳି ଜବତ ହୋଇଛି ।
ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା:
ଗତ ବୁଧବାର ବଣାଇଁ ଉପଖଣ୍ଡ ଟିକାୟତପାଲୀ ଥାନା ଅନ୍ତର୍ଗତ ଝିରଡାପାଲିରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଗତ ଗୁରୁବାର ମୃତ ମହିଳାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ସନ୍ଦେହ ଘେରକୁ ଆସିଥିଲେ ମହିଳାଙ୍କ ସ୍ବାମୀ ଦେବେନ ବେହେରା । ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାରୁ ଘଟଣା ପଛର କାରଣ ସାମ୍ନାକୁ ଆସିଥିଲା । ପରକୀୟା ପ୍ରୀତି ଯୋଗୁ ବର୍ବରତାର ସୀମା ଲଂଘି ସ୍ତ୍ରୀ ଓ ତାଙ୍କ ପେଟରେ ଥିବା ସାତ ମାସର ଛୁଆକୁ ହତ୍ୟା କରିଥିଲା ଦେବେନ। ଅଭିଯୁକ୍ତ ସ୍ୱାମୀର ଅନ୍ୟ ମହିଳା ସହ ଥିଲା ଅନୈତିକ ସମ୍ପର୍କ, ଏଥିରେ ବାଧା ସୃଷ୍ଟି ନକରିବାକୁ ସ୍ତ୍ରୀ କୁ ବାଟ ରୁ ହଟାଇବା ପାଇଁ ସ୍ବାମୀ ରଚିଥିଲା ଷଡଯନ୍ତ୍ର। ଥାନାରେ ଅଟକ ରହିବା ପରେ ପୋଲିସ ତଦନ୍ତ ସମୟରେ ସବୁ ସତ ଓଗାଳିଥିଲା ଅଭିଯୁକ୍ତ ସ୍ବାମୀ ।
ଏହା ମଧ୍ୟ ପଢନ୍ତୁ-ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଶରୀରରେ ରହିଛି ଗଭୀର କ୍ଷତ - CUTTACK WOMAN BODY FOUND
ଏମିତି ହୋଇଥିଲା ହତ୍ୟା ଷଡଯନ୍ତ୍ର:
ପୂର୍ବ ଯୋଜନା ଅନୁଯାୟୀ ହତ୍ୟାକାଣ୍ଡ ଘଟିଥିବା ରାତିରେ ଦେବେନ ଘରର ଲାଇଟ ପୂର୍ବରୁ ବନ୍ଦ କରି ଘର ବାହାର ଅନ୍ଧକାରରେ ଲୁଚି ସ୍ତ୍ରୀକୁ ଅପେକ୍ଷା କରି ରହିଥିଲା। ଯେମିତି ରାତିରେ ତାଙ୍କ ସ୍ତ୍ରୀ ଘର ବାହାରକୁ ଆସନ୍ତି ସେହି ସମୟରେ ପୂର୍ବରୁ ଛକି ରହିଥିବା ସ୍ଵାମୀ ହଠାତ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ଲୁଟର ମିଛ ଅଭିନୟ କରି ସମସ୍ତଙ୍କୁ ବିଭ୍ରାନ୍ତ କରିଥିଲା ଅଭିଯୁକ୍ତ। ପୋଲିସ ଦେବେନ ବେହେରାର ବୟାନ କୁ ଆଧାର କରି କେମିତି ହତ୍ୟା କରାଯାଇଥିଲା ତାର ସିନ ରିକ୍ରିୟସ କରିଥିଲା । ଏହି ସମୟରେ ଭାତ ହାଣ୍ଡିରେ ଲୁଚାଇଥିବା ପିସ୍ତଲ ଓ ଗୁଳି ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ସହଯୋଗ କରିଥିବା ଭେଣେଇ ସତ୍ୟ ନାରାୟଣ ବେହେରାଙ୍କୁ ଗିରଫ କରିଛି ପୋଲିସ । ହତ୍ୟାରେ ବ୍ୟବହୃତ ହେଇଥିବା ସ୍କର୍ପିଓ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଭିଣୋଇ ଜଣକ ପୋଲିସ ବିଭାଗରେ ASI ଭାବରେ କାର୍ଯ୍ୟ କରୁଥିଲେ । ରାଉରକେଲା ଉଦିତନଗର କୋର୍ଟରେ ASI ଭାବରେ କାର୍ଯ୍ୟ କରୁଥିଲେ।
ୱେଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ''ଝିରଡାପାଲିରେ ଜଣ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ଲୋକ ଘରକୁ ଲୁଟ ଉଦ୍ଦେଶ୍ୟରେ ଆସିଥିଲେ । ଅଳଙ୍କାର ଲୁଟ କରି ଲୁଟେରା ଚାଲି ଯାଉଥିବା ବେଳେ ସେହି ସମୟରେ ଅଭିଯୁକ୍ତର ତାଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ସେହି ସମଯରେ ସେ ଫାୟାରିଂ କରି ଦେଇଥିବା ଅଭିଯୁକ୍ତ କହିଥିଲା । ଏହି ଖବର ପୋଲିସ ପାଇବା ପରେ ତଦନ୍ତ କରାଯାଇଥିଲା । ରାଉରକେଲା ଏସପି ଏକ ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଥିଲେ । ଦେବେନ ବେହେରାଙ୍କୁ ଜେରା କରିବା ପରେ ସତ ସାମ୍ନାକୁ ଆସିଥିଲା । ଅନ୍ୟ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଥିବାରୁ ଏହାକୁ ସ୍ତ୍ରୀ ବିରୋଧ କରୁଥିଲେ । ଯେଉଁ କାରଣରୁ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିଲେ ।
''
ଇଟିଭି ଭାରତ, ସୁନ୍ଦରଗଡ