ETV Bharat / state

ମାଲକାନଗିରିରେ ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ: ମୁଖ୍ୟମନ୍ତ୍ରୀ - CM MALKANGIRI VISITS

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୁଇ ଦିନିଆ ମାଲକାନଗିରି ଗସ୍ତ । ମାଲ୍ୟବନ୍ତ ମହୋତ୍ସବ ଓ ଜିଲ୍ଲା କୃଷି ମେଳା କଲେ ଉଦଘାଟନ ।

MALYABANTA MAHOTSAV
MALYABANTA MAHOTSAV (@MohanMOdisha)
author img

By ETV Bharat Odisha Team

Published : Dec 14, 2024, 11:21 AM IST

ମାଲକାନଗିରି: ଜିଲ୍ଲାରେ ଗଡିବ ଟ୍ରେନ । ଟ୍ରେନ ସେବା ପାଇବେ ମାଲକାନଗିରିବାସୀ । ଏଥିଲାଗି ଖୁବଶୀଘ୍ର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଲ୍ୟବନ୍ତ ମହୋତ୍ସବ ଓ ଜିଲ୍ଲା କୃଷି ମେଳା ଉଦଘାନ କରିବା ସହ ଜିଲ୍ଲାର ଉନ୍ନୟନ ନିମନ୍ତେ ୨୪୫.୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ।

ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ:

ଗତକାଲି (ଶୁକ୍ରବାର) ଠାରୁ 2 ଦିନିଆ ମାଲକାନଗିରି ଗସ୍ତରେ ଯାଇ ମାଲ୍ୟବନ୍ତ ମହୋତ୍ସବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସରେ, ଦେଶ ବିଦେଶରେ ପ୍ରଚାର କରିବା ସହ ରାଜ୍ୟ ଓ ଦେଶ ବାହରର କଳାକାରଙ୍କ କଳାଚାତୁରୀକୁ ଜାଣିବା ପାଇଁ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସନ୍ଧ୍ୟାରେ ମାଦଳ ବାଜିବା ସହ ଡିଏନକେ ମୈଦାନ ମାଲ୍ୟବନ୍ତ ମଣ୍ଡପରେ ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ତଥା ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିବସର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ମାଲକାନଗିରି ଜିଲ୍ଲା ଆଗକୁ ପ୍ରଥମ ଧାଡିରେ ରହିବ:

କାର୍ଯ୍ୟକ୍ରମ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, '' ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କେଉଁ ଗୁଣରେ କମ ନୁହେଁ, ଏଠାକାର ଐତିହ୍ୟ, ପରମ୍ପରା, କଳସଂସ୍କୃତି, ଜୀବନଧାରାର ନିଚ୍ଛକ ପ୍ରତିଛବି ହେଉଛି ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବ ମାଧ୍ୟମରେ ଆଦିବାସୀ କଳା ସଂସ୍କୃତି ବିଶ୍ଵ ଦରବାରରେ ପରିଚିତ ହେବ। ଏ ମାଟି ହେଉଛି ବୀର ସହିଦ ଲକ୍ଷ୍ମଣ ନାୟକଙ୍କର ମାଟି, ମାଲକାନଗିରି ମାଟି ପବିତ୍ର ମାଟି, ଏଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଦ ପଡ଼ିଥିଲା। ଏହି ମହାନ ମାଟିର ସେବା କରିବା ଆମର କର୍ତ୍ତବ୍ୟ ରହିଛି। ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ମାଲକାନଗିରି ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଜିଲ୍ଲାର ଆଗକୁ ବିକାଶ ହେବ । ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଯୋଡିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବା ଆରମ୍ବ ହୋଇଛି । ଏଠାରେ ରାସ୍ତା, ରେଳ ଓ ଲୋକଙ୍କ ସାଧାରଣ ସମସ୍ୟା ଉପରେ ସରକାର ଫୋକସ କରୁଛନ୍ତି । ଆଗକୁ ଏହି ଜିଲ୍ଲା ପ୍ରଥମ ଧାଡିରେ ରହିବ । ''

MALYABANTA MAHOTSAV (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-New Railway Projects In Odisha: ପଶ୍ଚିମ ଓଡିଶାବାସୀଙ୍କୁ ମୋଦି ସରକାରଙ୍କ ନୂଆଖାଇ ଭେଟି, ୨ ନୂଆ ରେଳ ଲାଇନ ପାଇଁ ମଞ୍ଜୁରୀ

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାକୁ ମୋଦି ସରକାରଙ୍କ ବଡ ଭେଟି; 6 ନୂଆ ରେଳ ପ୍ରକଳ୍ପକୁ ମିଳିଲା 15000 କୋଟି, ଜାଣନ୍ତୁ କେଉଁ ରେଳ ଲାଇନ ପାଇଁ କେତେ ? - Odisha New Rail Projects - ODISHA NEW RAIL PROJECTS

୮୮ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ:

MALYABANTA MAHOTSAV
MALYABANTA MAHOTSAV (ETV BHARAT ODISHA)

ଏହି ଅବସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲାର ଉନ୍ନୟନ ନିମନ୍ତେ ୨୪୫.୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ୮୮ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ମାଲ୍ୟବନ୍ତ ମଣ୍ଡପ ପଡିଆରେ ଖୋଲା ଯାଇଥିବା ବିଭିନ୍ନ ଷ୍ଟଲ ଓ ଉନ୍ନୟନ ପ୍ରଦର୍ଶନୀ ବୁଲି ଦେଖି ଥିଲେ। ମୁଖ୍ୟମନ୍ତ୍ରୀ ଆଦିମ ବଣ୍ଡା ଜନଜାତିଙ୍କୁ ପାରମ୍ପରିକ ଗୋଷ୍ଠୀଗତ ଆବାସ ବଣ୍ଟନ କରି ଥିଲେ। ସନ୍ଧ୍ୟାରେ କୃଷି ମେଳାକୁ ଉଦଘାଟନ କରିଥିଲେ। ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରି ଥିଲେ।

MALYABANTA MAHOTSAV
MALYABANTA MAHOTSAV (ETV BHARAT ODISHA)

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.