ETV Bharat / state

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ, ୩ ଡ୍ରାଇଭରଙ୍କୁ ନୋଟିସ - CBI SUMMONS IAS

ଲାଞ୍ଚ କାରବାର ମାମଲାରେ ଆଇଏଏସ(IAS) ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇ (CBI) ସମନ ।

CBI Summons to IAS Officer Bishnupada Sethi
CBI Summons to IAS Officer Bishnupada Sethi (ETV BHARAT ODISHA)
author img

By ETV Bharat Odisha Team

Published : Dec 14, 2024, 12:24 PM IST

ଭୁବନେଶ୍ବର: ରାଜଧାନୀରେ କଣ୍ଟ୍ରାକ୍ଟରଙ୍କଠୁ 10 ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଆଇଏଏସ୍(IAS) ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ । ଗତ 10 ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ ହୋଇଥିବା ବେଳେ 11 ତାରିଖରେ ହାଜର ହେବାକୁ କୁହାଯାଇଥିଲା । ଲାଞ୍ଚ ସମ୍ପର୍କିତ କିଛି ସଚିବଙ୍କ ସହ ସମ୍ପର୍କ ନେଇ କଣ ତଥ୍ୟ ତାଙ୍କ ପାଖରେ ରହିଛି ସେନେଇ ସିବିଆଇରେ ଦେବା ପାଇଁ କୁହାଯାଇଥିଲା । ନୟାପଲ୍ଲୀ ସ୍ଥିତ ସିବିଆଇ ଅଫିସରେ‌ ହାଜର ହୋଇ ପକ୍ଷ ରଖିବାକୁ ସମନରେ ଉଲ୍ଲେଖ କରଯାଇଥିଲା ।

ସଚି଼ବଙ୍କ ଡ୍ରାଇଭରଙ୍କୁ CBI ନୋଟିସ:

ଏହି ଘଟଣାରେ ମଧ୍ୟ ସଚି଼ବଙ୍କ ଡ୍ରାଇଭରଙ୍କୁ ମଧ୍ୟ ସିବିଆଇ ନୋଟିସ କରିଛି । ଯେଉଁଠି 3 ଜଣ ଡ୍ରାଇଭରଙ୍କୁ ନୋଟିସ କରାଯାଇଥିବା ସିବିଆଇ ସୁତ୍ରରୁ ଜଣାପଡିଛି । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀଙ୍କ ଆକାଉଣ୍ଟରୁ ଡ୍ରାଇଭରଙ୍କ ଆକାଉଣ୍ଟକୁ କିଛି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ସିବିଆଇ ସୁରାକ ପାଇଛି । ଯାହାକୁ ସନ୍ଦେହ କରି ଯାଞ୍ଚ କରାଯାଉଛି । କାହିଁକି ଟଙ୍କା ଡ୍ରାଇଭରଙ୍କ ଆକାଉଣ୍ଟକୁ ଯାଇଥିଲା ସେନେଇ ତଦନ୍ତ କରୁଛି ସିବିଆଇ ।

CBI Summons to IAS Officer Bishnupada Sethi
CBI Summons to IAS Officer Bishnupada Sethi (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା, ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ CBI - CASH SEIZED IN BHUBANESWAR

ଏହା ବି ପଢନ୍ତୁ...ଭୁବନେଶ୍ବରରେ ଦିଲ୍ଲୀ CBIର ରେଡ; ଦେଢ଼ କୋଟିର ଡିଲ ପାଇଁ 12ଲକ୍ଷର ଲାଞ୍ଚ, 3 ଗିରଫ

ରିମାଣ୍ଡରେ ରହିଛନ୍ତି ୩ ଅଭିଯୁକ୍ତ:

ଗତ ରବିବାର ଦିନ ସନ୍ଧ୍ୟାରେ ନୟାପଲ୍ଲୀର ଏକ ତାରକା ହୋଟେଲ ସାମ୍ନାରୁ ଦାମୀ କାରରୁ 10 ଲକ୍ଷ ଟଙ୍କା ଜବତ କରିଥିଲା ସିବିଆଇ । ଲାଞ୍ଚ କାରବାର ଅଭିଯୋଗରେ ସିବିଆଇ ଦୁଇଜଣ ଠିକାଦାର ସମେତ ଜଣେ ସରକାରୀ ଅଧିକାରୀ ତଥା ବ୍ରୀଜ ଆଣ୍ଡ ରୁପ କମ୍ପାନୀର ଜିଜିଏମଙ୍କୁକୁ ଗିରଫ କରିଥିଲା । ଟ୍ରାପ୍ ବେଳେ ଟଙ୍କା ସହ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା । ଏହାସହ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ୍। ବ୍ୟାଙ୍କ ଲକର ଓ ଘରେ ରେଡ ବେଳେ ଆଲମିରାରୁ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଭଦ୍ରକର ଗୋଟିଏ, କଟକରେ ଗୋଟିଏ ସ୍ଥାନ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ସହ ଛତ୍ରପୁରର ଗୋଟିଏ ସ୍ଥାନ ଭଳି ସମୁଦାୟ ୫ ସ୍ଥାନରେ ସିବିଆଇ ଚଢାଉ ହୋଇଥିଲା । ଗିରଫ ଅଭିଯୁକ୍ତ ଏବେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.