ETV Bharat / entertainment

ଜେଲରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଲେ ଅଲ୍ଲୁ ଅର୍ଜୁନ, କହିଲେ 'ଯାହା ଘଟିଲା ତାହା ପାଇଁ...' - ALLU ARJUN REACTS ON ARREST

ଜେଲରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଲେ ଅଲ୍ଲୁ ଅର୍ଜୁନ । ସମର୍ଥନ ପାଇଁ ଫ୍ୟାନ୍ସଙ୍କୁ ଦେଲେ ଧନ୍ୟବାଦ । ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା ।

ALLU ARJUN REACTS ON ARREST
ALLU ARJUN REACTS ON ARREST (ETV Bharat)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଥିଲା । ହାଇକୋର୍ଟଙ୍କ ଜାମିନ ପ୍ରଦାନ ସତ୍ତ୍ୱେ ଜେଲରେ ରାତି କାଟିଥିଲେ ଅଭିନେତା । ବର୍ତ୍ତମାନ ଶନିବାର, ଆଜି ସକାଳେ ଜେଲରୁ ଅଭିନେତାଙ୍କୁ ମୁକୁଳିଛନ୍ତି । ବର୍ତ୍ତମାନ ଘଟଣା ନେଇ ଅଭିନେତାଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଏନେଇ ଦୁଃଖ ପ୍ରକାଶ କରିବା ସହ ସେ ପୀଡିତାଙ୍କ ପରିବାର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ।

ALLU ARJUN REACTS ON ARREST (ETV Bharat)

‘ଯାହା ଘଟିଲା ସେଥିପାଇଁ ମୁଁ ଦୁଃଖିତ’

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅଲ୍ଲୁ ଅର୍ଜୁନ କହିଛନ୍ତି, 'ଫ୍ୟାନ୍ସଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ମୁଁ ଭଲ ଅଛି ଏବଂ ଚିନ୍ତା କରିବାର କିଛି ନାହିଁ । ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ । ଏହା ହେବାର ନଥିଲା । ତଦନ୍ତରେ ମୁଁ ପୋଲିସକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି । ଏହା ଏକ ଦୁର୍ଘଟଣା । ସେଠାରେ, ମୋ ଅଧୀନରେ କିଛି ନଥିଲା । ଯାହା ଘଟିଲା ସେଥିପାଇଁ ଦୁଃଖିତ । ମୁଁ 20 ବର୍ଷରୁ ଅଧିକ ସମୟ ଧରି ପ୍ରେକ୍ଷାଳୟକୁ ଯାଉଛି ଏବଂ ଏହିପରି କୌଣସି ଜିନିଷର ସମ୍ମୁଖୀନ ହୋଇନାହିଁ । ଏହା ଏକ ଅପ୍ରତ୍ୟାଶିତ ଏବଂ ଦୁର୍ଭାଗ୍ୟଜନକ ଘଟଣା ଥିଲା। "

'ମୁଁ ଯେତେ ସମ୍ଭବ, ପୀଡିତାଙ୍କ ପରିବାରକୁ ସାହାଯ୍ୟ କରିବି'

ଅଲ୍ଲୁ ଅର୍ଜୁନ ଆହୁରି କହିଛନ୍ତି, ''ମୋର କୌଣସି ଉଦ୍ଦେଶ୍ୟ ନଥିଲା ଯେ ସେଠାରେ ଏହିପରି କିଛି ଘଟିବା ଉଚିତ୍ । ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର ଦ୍ୱାରା ହୋଇଥିବା କ୍ଷତି ପୂରଣ ହୋଇପାରିବ ନାହିଁ । କିନ୍ତୁ ଯେତେ ସମ୍ଭବ ମୁଁ ପୀଡିତାଙ୍କ ପରିବାରକୁ ସାହାଯ୍ୟ କରିବି । ପୁଣି ଥରେ ମୁଁ ଏହି ଲୋକମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ମୋତେ ଏହି କଠିନ ସମୟରେ ସମର୍ଥନ କରିଥିଲେ । ମୁଁ ଜଣେ ଆଇନ ମାନୁଥିବା ନାଗରିକ, ଏବଂ ମୁଁ ନ୍ୟାୟ ଉପରେ ବିଶ୍ୱାସ କରେ । ମୁଁ ଭଲ ଅଛି । କେହି ଚିନ୍ତା କରିବା ଉଚିତ୍ ନୁହେଁ ।"

ଏହା ମଧ୍ୟ ପଢନ୍ତୁ: ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ଜାମିନ ପରେ ବି ହେପାଜତରେ କାଟିଲେ ରାତି

ଅଲ୍ଲୁ ଅର୍ଜୁନଙ୍କୁ ଦେଖି ଭାବୁକ ହେଲେ ପରିବାର

ଶନିବାର ସକାଳେ ଅଲ୍ଲୁ ଅର୍ଜୁନ ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଅଲ୍ଲୁ ସ୍ନେହା ରେଡ୍ଡୀ ଭାବପ୍ରବଣ ହୋଇଥିଲେ । X (ପୂର୍ବରୁ ଟ୍ୱିଟର) ରେ ସେୟାର ହୋଇଥିବା ଏକ ଭିଡିଓରେ ସ୍ନେହା ସେମାନଙ୍କ ପିଲାମାନଙ୍କ ସହି ବାହାରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଜୁନ ତାଙ୍କ ନିକଟକୁ ଆସିବା କ୍ଷଣି ସ୍ନେହା ତାଙ୍କୁ ଆଲିଙ୍ଗନ କରିଛନ୍ତି । ସ୍ନେହାଙ୍କ କାନ୍ଦୁଥିବାର ନଜର ଆସିଥିଲେ । ଝିଅ ମଧ୍ୟ ବାପାଙ୍କୁ ଦେଖି ଇମେସନାଲ ହୋଇଥିଲେ ।

ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ସେଲିବ୍ରିଟି

ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ଘଟଣା ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ସୁପରଷ୍ଟାରଙ୍କ ଗିରଫକୁ ନେଇ ଫ୍ୟାନ୍ସ ସମେତ ସେଲିବ୍ରିଟି ଦୃଢ ବିରୋଧ କରିବା ସହ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ସୋସିଆଲ ମିଡିଆରେ ବଲିଉଡରୁ ସାଉଥ ସେଲିବ୍ରିଟି ଗିରପଦାରୀକୁ ନିନ୍ଦା କରିବା ସହ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ନିର୍ମାତା ଭିପୁଲ ଅମୃତ ଶାହା, ଅଭିନେତା ରଜା ମୁରାଦଙ୍କ ଠାରୁ ଆରମ୍ଭ କରି ସାଉଥ ତାରକା ରଶ୍ମିକା ମନ୍ଦାନା, ନାନୀ ସମସ୍ତେ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ସେଲିବ୍ରିଟିଙ୍କ ବିରୋଧ, କହିଲେ 'ଆଇନ ସମସ୍ତଙ୍କ ପାଇଁ ସମାନ ହେଉ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.