ETV Bharat / state

ପଣ୍ଡ ହେଲା ଲୁଟ ଯୋଜନା, ବିଚ୍ ରାସ୍ତାରେ ସ୍ବାମୀ-ସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ - ମୟୂରଭଞ୍ଜ

Husband and Wife Attacked By Miscreants: ଲୁଟ ଯୋଜନା ପଣ୍ଡ ହେବାରୁ ବିଚ୍ ରାସ୍ତାରେ ସ୍ବାମୀ ଓ ସ୍ତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

Husband and Wife Attacked By Miscreants
Husband and Wife Attacked By Miscreants
author img

By ETV Bharat Odisha Team

Published : Feb 13, 2024, 5:19 PM IST

Husband and Wife Attacked By Miscreants

ରାଇରଙ୍ଗପୁର : ଲୁଟ କରିବା ଉଦ୍ଦେଶ୍ୟ ନେଇ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ସ୍ବାମୀ ଏବଂ ସ୍ତ୍ରୀ ବାଇକରେ ଯାଉଥିବା ବେଳେ 3ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇନଥିଲେ । ହେଲେ ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ ଦୁର୍ବୃତ୍ତ । ଲୁଟ କରି ନ ପାରି ଶେଷରେ ବିଚ ରାସ୍ତାରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରି ଚାଲି ଯାଇଥିଲେ । ତେବେ ଆକ୍ରମଣରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କଟରାଷୋଳ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଭୟ ସ୍ବାମୀ ଓ ସ୍ତ୍ରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅନ୍ତର୍ଗତ ଗଡ଼ିଗାଁ ଗ୍ରାମର ଦୁଲାରାମ ହାଁସଦା ଏକ ବାଇକ ଯୋଗେ ତାଙ୍କ ସ୍ତ୍ରୀ ମାଣିକେଶ୍ବରୀ ମାରାଣ୍ଡିଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଯାଉଥିଲେ। ତେବେ ଖୁଣ୍ଟା ଥାନା ଅନ୍ତର୍ଗତ କଟରାଷୋଳ ଛକ ନିକଟରେ ଏକ ପଲସର ବାଇକରେ ତିନି ଜଣ ଦୁର୍ବୃତ୍ତ ପିଛା କରି ମାଣିକେଶ୍ବରୀଙ୍କ ବ୍ୟାଗ ଲୁଟ କରି ନେବାକୁ ଚେଷ୍ଟା କରିଥିଲେ । ହେଲେ ମାଣିକେଶ୍ଵରୀ ବେଗ ନ ଛାଡ଼ିବାରୁ ତିନି ଜଣ ଦୁର୍ବୃତ୍ତ ଲୁଟ କରି ନ ପାରି ଶେଷରେ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ମାଣିକେଶ୍ଵରୀଙ୍କ ସ୍ବାମୀ ଦୁଲାରାମଙ୍କୁ ହାଣି ପକାଇ ଥିଲେ । ଏହା ଦେଖି ସ୍ତ୍ରୀ ମାଣିକେଶ୍ଵରୀ ମଧ୍ୟ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ପରେ ସେଠାରୁ ପଲସର ବାଇକ ଯୋଗେ ତିନି ଜଣ ଦୁର୍ବୃତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ:

ଆକ୍ରମଣ ଫଳରେ ଉଭୟେ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିବାର ସୂଚନା ରହିଛି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି । ତେବେ ଲୁଟ ଉଦ୍ଦେଶ୍ୟରେ ନା ପୂର୍ବ ଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡିବା ନେଇ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି ଖୁଣ୍ଟା ଥାନା ପୋଲିସ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.