ETV Bharat / state

ମାନବ ଶୃଙ୍ଖଳରେ ମତଦାତା ଦିବସ ପାଳିଲା ରେଶମ ସହର - Voters Day celebrated in Berhampur

National Voters Day: ଜାତୀୟ ମତଦାତା ଦିବସ ଅବସରରେ ବ୍ରହ୍ମପୁରରେ ଭୋଟରଙ୍କୁ ନେଇ ମାନବ ଶୃଙ୍ଖଳ ଚେନ ପ୍ରସ୍ତୁତ କରାଯାଇଛି । ଅଧିକ ପଢ଼ନ୍ତୁ

ମତଦାତା ଦିବସ ପାଳନ
ମତଦାତା ଦିବସ ପାଳନ
author img

By ETV Bharat Odisha Team

Published : Jan 26, 2024, 8:04 AM IST

ମତଦାତା ଦିବସ ପାଳନ

ବ୍ରହ୍ମପୁର: ଗତକାଲି ଥିଲା ଜାତୀୟ ମତଦାତା ଦିବସ । ଏହି ଅବସରରେ ବ୍ରହ୍ମପୁରରେ ଭୋଟରଙ୍କୁ ନେଇ ମାନବ ଶୃଙ୍ଖଳ ଚେନ ପ୍ରସ୍ତୁତ କରାଯାଇଛି । ନୂତନ ବିଦ୍ୟାର୍ଥୀ ଭୋଟରଙ୍କୁ ସଚେତନ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି କାର୍ଯ୍ୟକ୍ରମ ଫଳରେ ଲୋକ ସଚେତନ ହେବା ସହ ମତଦାତାରେ ସହଭାଗିତା ବଢ଼ିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ନୂତନ ବିଦ୍ୟାର୍ଥୀ ଭୋଟରଙ୍କୁ ନେଇ ପାଳିତ ହେଲା ଜାତୀୟ ମତଦାତା ଦିବସ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୧୪ ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି । ଏହି ଅବସରରେ ସହରର ମଧ୍ୟ ଭାଗରେ ରହିଥିବା ରାମଲିଙ୍ଗମ ପୋଖରୀ ଚତୁଃପାର୍ଶ୍ଵରେ ସହରର ବିଭିନ୍ନ ମହାବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସମେତ ସମସ୍ତ ନିର୍ବାଚନ ପରିଚାଳନା ଅଧିକାରୀ, ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଏକ ମାନବ ଶୃଙ୍ଖଳା ଚେନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ନିଗମର ଡେପୁଟି କମିଶନର ବିନୋଦ କୁମାର ବେହେରାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ 12 ଶହରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଯୋଗଦାନ କରି ଜାତୀୟ ସଂଙ୍ଗୀତ ଗାନ କରିବା ସହିତ ସଚେତନ ଭୋଟର ଭାବରେ ଶପଥ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଜାତୀୟ ମତଦାତା ଦିବସରେ ପଦଯାତ୍ରା, ଯୁବ ଭୋଟରଙ୍କୁ ସଚେତନ କଲେ ମୁଖ୍ୟ ନିର୍ବାଚନ କମିଶନର

ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କହିଛନ୍ତି, ‘‘ସାଧାରଣ ନିର୍ବାଚନ ସମୟରେ ଅଧିକ ମତଦାନ ହାର ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଅଧିକରୁ ଅଧିକ ଯୁବବର୍ଗଙ୍କୁ ଦେଶର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଏପରି କାର୍ଯ୍ୟକ୍ରମ ମୁଖ୍ୟତଃ ପ୍ରେରଣା ଯୋଗାଏ । ବ୍ରହ୍ମପୁର ସହରରେ ଆଗାମୀ ସାଧାରଣ ନିର୍ବାଚନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଏଠାକର ମତଦାନ ହାର ବୃଦ୍ଧି କରିବା ହିଁ ଏହାର ମୁଖ୍ୟ ଲକ୍ଷ୍ୟ । ’’ ବିଶ୍ଵରେ ସବୁଠାରୁ ବଡ଼ ଗଣତନ୍ତ୍ର ଦେଶ ଭାବରେ ଭାରତରେ ନିରପେକ୍ଷ ଓ ଶାନ୍ତିପୂର୍ଣ ମତଦାନ କରିବା ପାଇଁ ପ୍ରୟାସ କରାଯାଉଥିବା ବେଳେ ସର୍ବଦା ଜାତୀୟ ମତଦାତା ଦିବସ (National Voters Day) ମାଧ୍ୟମରେ ଅନେକ ସଚେତନତା କରାଯାଇଥାଏ । ପ୍ରଥମଥର ପାଇଁ ୨୦୧୧ ମସିହାରେ ଦେଶରେ ଆରମ୍ଭ ହୋଇଥିଲା ଜାତୀୟ ମତଦାତା ଦିବସ । ଏଣୁ ଦେଶରେ ପ୍ରତିବର୍ଷ ଜାନୁଆରୀ ମାସ ୨୫ ତାରିଖରେ ଏହିପରି ପାଳନ କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.