ETV Bharat / state

ବେଆଇନ ମଦ କାରବାର ନୂଆ ଫଣ୍ଡା; ବେଡ୍ ରୁମ ସିକ୍ରେଟ ଚାମ୍ବରରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ, ଧରିଲା ପୋଲିସ - police Seized Illicit Liquor

author img

By ETV Bharat Odisha Team

Published : Aug 24, 2024, 1:00 PM IST

Updated : Aug 24, 2024, 1:35 PM IST

Liquor in Bedroom Secret Chamber Seized by Commissionerate Police : ଭୁବନଶ୍ବରରେ ଦେଶୀମଦ କାରବାର । ଘରେ ଭିତରେ ଚାଲିଥିଲା ଦେଶୀମଦ ତିଆରି । ବେଡ ରୁମରେ ସୁଡଙ୍ଗ । ପୋଲିସ ଆଖିରେ ଧୂଳି ଦେଇ ଚଳାଇଥିଲେ ଦେଶୀମଦ ପ୍ରସ୍ତୁତ । ସାଲିଆ ସାହିରେ ଚଢାଉ କରି ସିକ୍ରେଟ ଚାମ୍ବର ଠାବ କଲା ପୋଲିସ । ଅଧିକ ପଢନ୍ତୁ

llicit Liquor Seized
llicit Liquor Seized (ETV BHARAT ODISHA)

ଭୁବନେଶ୍ବର: ଗାଡିର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ଆପଣ ଶୁଣିଥିବେ । ଏବେ ଏହି ଫଣ୍ଡା ବେଆଇନ ମଦ କାରବାରରେ ମଧ୍ୟ ଆପଣାଇଛନ୍ତି ବ୍ୟବସାୟୀ । ଦେଶୀ ମଦ କାରବାର ପାଇଁ ଘର ଭିତରେ ହୋଇଥିଲା ସିକ୍ରେଟ ଚାମ୍ବର । ଆଉ ଏହାରି ଭିତରେ ଚାଲୁଥିଲା ଦେଶୀ ମଦ ପ୍ରସ୍ତୁତି, ଗଚ୍ଛିତ ହୋଇଥିଲା ଶହ ଶହ ଲିଟର ଦେଶୀମଦ । ସ୍ପେଶାଲ ଡ୍ରାଇଭରେ ସାଲିଆସାହିରେ ଚଢାଉ କରି ଏହି ଶୁଡଙ୍ଗ ଠାବ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ ।

POLICE SEIZED ILLICIT LIQUOR (ETV BHARAT ODISHA)

ମଦ ପାଇଁ ସିକ୍ରେଟ ଚାମ୍ବର:

ଗତକାଲି ମୈତ୍ରୀ ବିବାହର ପୋଲିସ ସାଲିଆସାହିର କରୁଣାକର କିସ୍କୁଙ୍କ ଘରେ ଚଢାଉ କରିଥିଲା ପୋଲିସ । ଚଢାଉ ସମୟରେ ବେଡରୁମ୍‌ରେ ଏକ ଗଳାବାଟ ଠାବ ହୋଇଥିଲା । ଏହାରି ଭିତରେ ପ୍ରବେଶ କରିବା ପରେ ଭିତରେ ରହିଥିଲା ଏକ କୋଠରୀ । ତାହାରି ମଧ୍ୟରେ ଗଚ୍ଛିତ ହୋଇ ରହିଥିଲା ଦେଶୀମଦ ଓ ପ୍ରସ୍ତୁତ ମଧ୍ୟ ହେଉଥିଲା । ପ୍ରାୟ 300 ଲିଟର ଦେଶୀମଦ ପୋଲିସ ଏଠାରୁ ଜବତ କରିଥିଲା ।

ଜବତ ହେଲାଣୀ 975 ଲିଟର ଦେଶୀମଦ 20 ଗିରଫ: ଗଞ୍ଜାମରେ ବିଷାକ୍ତ ମଦ ପିଇ 2 ଜଣଙ୍କର ମୃତ୍ୟୁ ହେବା ପରେ ଏବେ ବେଆଇନ ମଦକାରବାର ରୋକିବାକୁ ଚଢାଉକୁ ଜୋରଦାର କରାଯାଇଛି । ରାଜଧାନୀରେ ସେମିତି କିଛି ଘଟଣା ଘଟିବା ପୂର୍ବରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୋଲିସ । ରାଜଧାନୀର ବିଭାନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ଦେଶି ମଦ ଭାଟି ଆଡ୍ଡା ଓ ଫ୍ୟାକ୍ଟ୍ରି ଆଦି ଉପରେ ଚଢ଼ାଉ କରିଛି। ଶହ ଶହ ଲିଟର ଦେଶି ରନ୍ଧା ମଦ ,ପୋଚ ଓ ପ୍ରସ୍ତୁତ ହେଉଥିବା ସାମଗ୍ରି ମଧ୍ୟ ନଷ୍ଟ କରିଛି ପୋଲିସ। ବର୍ତ୍ତମାନ ସୁଦ୍ଧା 975ଲିଟର ଦେଶୀ ରନ୍ଧା ମଦ,22ଲିଟର ବିଦେଶି ମଦ ସମେତ 500ଲିଟର ରନ୍ଧା ମଦ ନଷ୍ଟ କରାଯାଉଛି । ବେଆଇନ ମଦକାରବାର ନେଇ 20 ଜଣଙ୍କୁ ଗିରଫ କରାଯାଇଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-ଅଣ୍ଡାରଗ୍ରାଉଣ୍ଡରୁ ଜବତ ହେଲା ୩୦୦ ଲିଟରରୁ ଊର୍ଦ୍ଧ୍ବ ଦେଶୀ ମଦ, 2 ଗିରଫ - COUNTRY MADE LIQUOR RACKET

ବସ୍ତିରେ ଦେଶୀ ମଦ କାରବାର:

ରଜାଧାନୀର ବସ୍ତି ଗୁଡିକରେ ଦେଶୀ ମଦକାରବାର ଚାଲୁଥିବା ପୋଲିସ ଚଢାଉ ସମୟରେ ଜାଣିବାକୁ ପାଇଛି । ବିଶେଷ କରି ଘର ମଧ୍ୟରେ ଦେଶୀ ମଦ ଭାଟି ଅପରେଟ ହେଉଛି । ଘର ତିଆରି କରି ଚୋରା ବାଟରେ ଦେଶି ମଦ ପ୍ରସ୍ତୁତ କରାଯାଉଛି । ବସ୍ତି ଚାଲ ଓ ବସ୍ତି ମିତ୍ର ଅଭିଯାନ ସତ୍ତ୍ବେ ମଧ୍ୟ ପୋଲିସ ପାଖରେ ଏପରି ଖବର ନଥିଲା । ଫଳରେ ଗଳାବାଟ ଦେଇ ଚୋରା ମଦ କାରବାର ଚଳାଉଥିଲେ ବେପାରୀ । ବସ୍ତିରେ ପ୍ରସ୍ତୁତ ପରେ ଅନ୍ୟ ସ୍ଥାନକୁ ବିକ୍ରି କରୁଥିଲେ ।

ମଦ ମୃତ୍ୟୁ ଭୟ:

ବିଷାକ୍ତ ମଦ ପିଇ ଗଞ୍ଜାମରେ 2 ଜଣଙ୍କର ମୃତ୍ୟୁ ହେବା ପରେ ଏବେ ରାଜଧାନୀରେ ମଦମୃତ୍ୟୁର ଭୟ ରହିଛି । ଦେଶୀ ମଦ ଯେଉଁଭଳି ଭାବେ ପ୍ରସ୍ତୁତ ହେଉଛି ସେସବୁ ବିଷାକ୍ତ ହେବାର ସମ୍ଭାବନା ଅଧିକ ଥାଏ। ଏପରିକି ବିଦେଶୀ ମଦ ମଧ୍ୟ ଭେଜାଲ କରି ବିକ୍ରି କରୁଛନ୍ତି ବେପାରୀ । ବଜାରରେ ମଦର ଦରଦାମ ଦେଖି ଅସାଧୁ ମଦ ବ୍ୟବସାୟୀ ମଦ ପ୍ରସ୍ତୁତ କରୁଛନ୍ତି। ଘର ଭିତରେ ମଦ ପ୍ରସ୍ତୁତ କରି ଏହାକୁ ପ୍ୟାକ କରି ବଜାରରେ ବିକ୍ରି କରୁଛନ୍ତି। ହେଲେ ଦୋକାନରେ ବିକ୍ରି ହେଉଥିବା ମଦ ଠାରୁ ଏସବୁରେ ନକଲି ଜିନିଷ ବ୍ୟବହାର ହେଉଥିବାରୁ ମଦ ମୃତ୍ୟୁରେ ଆଶଙ୍କା ଅଧିକ ଥାଏ। ଗଞ୍ଜାମରେ ମଦମୃତ୍ୟୁ ଘଟଣା ସାମ୍ନାକୁ ଆସିବା‌ ପରେ ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ପେଶାଲ ଡ୍ରାଇଭ୍ କରି ପୋଲିସ ଦେଶୀମଦ ଭାଟି ଓ ବେଆଇନ ମଦ ବେପାର କରୁଥିବାର ଲୋକଙ୍କୁ ମଧ୍ୟ ଗିରଫ କରିଛୁ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, 20ଜଣଙ୍କୁ ଗିରଫ କରଯାଇଛି। ଯେଉଁଥିରେ ମହିଳା ମଧ୍ୟ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2024, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.