ETV Bharat / state

ଗୁଣୁପୁର ପୋଲିସକୁ ବଡ଼ ସଫଳତା: 25 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ - Ganja seized in Rayagada

Ganza seized in Rayagara: ରାୟଗଡା ବିକ୍ରମପୁର ରାସ୍ତାରେ ଏକ କାରରୁ 210 କିଲୋଗ୍ରାମ ଗଞ୍ଜେଇ ଜବତ । ଜଣେ ଅଭିଯୁକ୍ତକୁ ଗିରଫ କରିଛି ଗୁଣୁପୁର ପୋଲିସ । ଅଧିକ ପଢନ୍ତୁ

Ganja seized in Rayagada
Ganja seized in Rayagada
author img

By ETV Bharat Odisha Team

Published : Mar 18, 2024, 5:47 PM IST

Ganja seized in Rayagada

ରାୟଗଡା: ଗୁଣୁପୁର ପୋଲିସକୁ ବଡ ସଫଳତା ମିଳିଛି । ପାଟ୍ରୋଲିଂ ସମୟରେ ବିକ୍ରମପୁର ରାସ୍ତା ଦେଇ ଗଜପତି ଜିଲ୍ଲାକୁ ଯାଉଥିବା ଏକ କାରରୁ ପ୍ରାୟ 210 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା ହୋଇଥିବା ଆକଳନ କରାଯାଇଛି । ଅନ୍ୟପଟେ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ଗୁଣୁପୁର ଆଦର୍ଶ ପୋଲିସର ଥାନା ଅଧିକାରୀ ଅଶୋକ ପାଢ଼ୀ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି । ଏହି କ୍ରମରେ ପାଟ୍ରୋଲିଂ କରୁଥିବା ସମୟରେ ବିକ୍ରମପୁର ରାସ୍ତା ଦେଇ ଗଜପତି ଜିଲ୍ଲାକୁ ଏକ କାର ଦ୍ରୁତ ଗତିରେ ଯାଉଥିବାବେଳେ ଏହାକୁ ନେଇ ସନ୍ଦେହ ଉପୁଜି ଥିଲା । ପୋଲିସ ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଗାଡିଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ପାଖାପାଖି 210 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା ହୋଇଥିବା ଆକଳନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଅପରେସନ ନୀଳ ଜହର, ଜଙ୍ଗଲରୁ ଜବତ ହେଲା ୪ କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ

ଅନ୍ୟପଟେ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣେ ଫେରାର ରହିଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ଜଣକ ରେବୀନ ରେଜି ବୋଲି ଜଣାପଡିଛି । ଏନେଇ ଥାନା ଅଧିକାରୀ ଉତ୍ତର ସାହୁଙ୍କ ସୂଚନା ଅନୁସାରେ, ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ହରିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଆଜି(ସୋମବାର) ଗୁଣୁପୁର ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଫେରାର ଅଭିଯୁକ୍ତ ଯୀଶୁମକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ଆଗକୁ ନିର୍ବାଚନ ଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, 3 ଅଭିଯୁକ୍ତ ଫେରାର

ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର ସମେତ କାର ମଧ୍ୟରୁ ନଗଦ 300 ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଥାନା ଅଧିକାରୀ ଉତ୍ତମ ସାହୁ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.