ETV Bharat / state

ETV Bharat Exclusive: ଭୁବନେଶ୍ବର ଏୟାରପୋର୍ଟରୁ 80 କିଲୋ ସୁନା‌, ଦେଢ କ୍ବିଣ୍ଟାଲ ରୁପା ଜବତ, କେଉଁଠୁ ଆସିଲା ଖୋଳତାଡ ଜାରି ? - Gold seized Bhubaneswar Airport

author img

By ETV Bharat Odisha Team

Published : Aug 26, 2024, 2:27 PM IST

ETV Bharat Exclusive Gold and Silver seized From Bhubaneswar Airport:ଏୟାରପୋର୍ଟରୁ ଆସୁଥିବା 2ଟି ଗାଡିରୁ ବିପୁଳ ପରିମାଣର ସୁନା-ରୂପା ଜବତ କଲା ସିଟିଜିଏସଟି ବିଭାଗ । ବିମାନରେ ଭୁବନେଶ୍ବରକୁ ଆସୁଥିଲା ଏସବୁ ସୁନା-ରୁପା । କିଏ ଆଣୁଥିଲା ଏତେ ସୁନା ? ଟଙ୍କା ବୁହାଗାଡିରେ କାହିଁକି ହେଉଥିଲା ଚାଲାଣ ? ପଢନ୍ତୁ ରିପୋର୍ଟ ।

ସୁନା ଜବତ
ସୁନା ଜବତ (ETV Bharat Odisha)

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଜବତ ହେଲା ବିପୁଳ ପରିମାଣରେ ସୁନା ଓ ରୂପା । ଦୁଇଟି କଣ୍ଟେନରରେ ସୁନା-ରୁପା ଯାଉଥିବା ବେଳେ ଖବର ପାଇ ମାଡି ବସିଲା ସିଟି ଜିଏସଟି ବିଭାଗ । ଏସବୁ ସୁନା-ରୁପା ବିମାନ ଯୋଗେ ଭୁବନେଶ୍ବରକୁ ଆସିଛି । ପାଖାପାଖି 80 କେଜି ସୁନା ଓ ଦେଢ କ୍ବିଣ୍ଟାଲ ରୁପା ଜବତ ହୋଇଛି । ତେବେ ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୁପା ଭୁବନେଶ୍ବରରୁ କାହିଁକି ଆସୁଥିଲା । ତାହାର ଖୋଳତାଡ କରିଛି ଉଭୟ ପୋଲିସ ଓ ସିଟି ଜିଏସଟି ବିଭାଗ ।

ସୁନା‌ ଜବତ (ETV Bharat Odisha)

ଏଟିଏମରେ ଟଙ୍କା ଲୋଡ ହେଉଥିବା ଭ୍ୟାନରେ ଚାଲିଥିଲା ସୁନା ଚାଲାଣ:

ବ୍ୟାଙ୍କରୁ ଏଟିଏମକୁ ଟଙ୍କା ଲୋଡ ପାଇଁ ଯେଉଁ ଗାଡି ବ୍ୟବହାର ହୁଏ ସେହି ଗାଡିରେ ଚାଲାଣ ହେଉଥିଲା ସୁନା ଓ ରୁପା । ସୁରକ୍ଷା ଦୃଷ୍ଟିରୁ ଏସବୁ ଗାଡିରେ କାରବାର ହୁଏ ଟଙ୍କା । ସେହି ଗାଡ଼ିକୁ ସୁନା ଚାଲାଣରେ ବ୍ୟବହାର କରାଯାଇଥିଲା । ଏହି ଗାଡିରେ ସୁରକ୍ଷା ବିଶେଷ ଗୁରୁତ୍ବ ଦିଆଯାଇଥାଏ । ଏହି ଗାଡ଼ିକୁ ଖୋଲିବା କଷ୍ଟକର ଯେଉଁମାନେ ସେହି ଗାଡି ଦାୟିତ୍ବରେ ଥିବେ ସେମାନେ‌ ଖୋଲି ପାରିବେ । ତେବେ ଏହି ଗାଡିରେ ସୁନା ନେବା ଆଣିବା ଅର୍ଥାତ୍ ଏକ ବଡ଼ ଧରଣର ସୁବ୍ୟବସ୍ଥିତ ଢାଞ୍ଚାରେ ଏପରି ସୁନା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ।

CT GST
CT GST (ETV Bharat Odisha)

କିଏ ଆଣୁଥିଲା ଏତେ ପରିମାଣରେ ସୁନା ?

ଏୟାରପୋର୍ଟରୁ ଏସବୁ ସୁନା ବୋଝେଇ ହୋଇ ଆସୁଥିଲା ସହରକୁ । ଏତେ ପରିମାଣର ସୁନା କେଉଁ ଫ୍ଲାଇଟ ଜରିଆରେ କିପରି ଆସିଲା ? ଏୟାରପୋର୍ଟରେ ଥିବା ଇମିଗ୍ରେସନ ଅଧିକାରୀ,ଟ୍ୟାକ୍ସ ଡିପାର୍ଟମେଣ୍ଟ ଅଧିକାରୀ,କଷ୍ଟମ ଭଳି ଅନେକ ବିଭାଗ ଥାଉ ଥାଉ ଏହା କିଭଳି ବାହାରକୁ ଆସିଲା ବା ଚାଲାଣ ହେଉଥିଲା ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ସିଟିଜିଏସଟି ବିଭାଗ ।

CT GST
CT GST (ETV BHARAT)

କଣ କହିଲେCT GST ଅଧିକାରୀ ?

ଏନେଇ CT GSTର ଯୁଗ୍ମ ନିର୍ଦ୍ଦେଶକ ଅଜୟ କୁମାର କହିଛନ୍ତି, ଆମେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଲୁ ଫ୍ଲାଇଟରେ କିଛି ଚୋରା ଚାଲାଣ ହେଉଥିବା ସୁନା ଓ ରୁପା ଭୁବନେଶ୍ବରକୁ ଆସୁଛି । ହୁଏତ ଏହା ଭୁବନେଶ୍ବରକୁ ଡେଲିଭରି ହୋଇପାରେ ନହେଲେ କଟକ କିମ୍ବା ଆଖପାଖ ଅଞ୍ଚଳକୁ କରାଯାଇପାରେ । ସେହି ଆଧାରରେ ଆମ ଦୁଇଟି ଗାଡିକୁ ଟ୍ରାକ କଲୁ । ଦୁଇଟି ଗାଡିକୁ ଏଠାକୁ ଆଣିଛୁ ତାହାର ତଦନ୍ତ ଚାଲିଛି । ଗୋଟିଏ ଗାଡିରେ କେବଳ ରୁପା ଥିଲା, ବିଲ ଅନୁସାରେ 80 କେଜି ଅଛି । ଆଉ ଗୋଟେ ଗାଡିରେ ପାଖାପାଖି ଦେଢ କେଜି ରୂପା ଥିବା କାଗଜପତ୍ର କହୁଛି ତା ସହ 80 କେଜି ସୁନା ଥିବା ଜଣାପଡୁଛି । ଯାହା ଲେଖା ଯାଇଛି ବିଲ ଉପରେ । ଆମେ ସଠିକ ଭାବେ ବିଲ୍‌ ଦେଖିନୁ । ତାଙ୍କର କହିବା କଥା ଯେପରି ପ୍ୟାକିଂ କରାଯାଇଛି ତାହାର ବିଲ୍‌ ଅଛି । ତାହାର ଭେରିଫିକେସନ ଚାଲିଛି । ଆମେ ପୋଲିସକୁ ଖବର ଦେଇଥିଲୁ ସେ ପହଞ୍ଚି ଯାଇଛନ୍ତି । ତଦନ୍ତ ପରେ କେତେ ପରିମାଣର ସୁନା ରୁପା ଅଛି । ତାହାର ଆନୁମାନିକ ମୂଲ୍ୟ କେତେ ତାହା ଆମେ ତଦନ୍ତ ପରେ ହିଁ କହିପାରିବୁ । ଏହି ସୁନା ବିଭିନ୍ନ ଫ୍ଲାଇଟ ଯୋଗେ ଭୁବନେଶ୍ବରକୁ ଆସିଛି । ସେମାନଙ୍କ କହିବା କଥା ଏପରି ସୁନା ଆସେ । ଆମେ ତଦନ୍ତ କରୁଛୁ । ଯଦି ସଠିକ ତଥ୍ୟ ନଥାଏ । ଆଇନ ଅନୁସାରେ, ଯେଉଁ ଫାଇନ ବ୍ୟବସ୍ଥା ଅଛି ଆମେ ଆଦାୟ କରିବୁ ପରେ ଗାଡି ଛାଡିବୁ । ତେବେ ଜବତ ସୁନାର ତଦନ୍ତ ଚାଲିଛି । ପରେ ଆମେ ସବିଶେଷ ତଥ୍ୟ ପ୍ରଦାନ କରିବୁ ।

ଏହା ମଧ୍ୟ ପଢନ୍ତୁ: ବ୍ୟାଙ୍କ ଲୁଟିନେଲେ ବ୍ୟାଙ୍କ ମ୍ୟାନେଜର, ୧୭ କୋଟି ଟଙ୍କାର ସୁନା ନେଇ ଛୁ !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.