ETV Bharat / state

ଗଜପତିରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଡାକ୍ତର-ସ୍ବାସ୍ଥ୍ୟ କର୍ମୀଙ୍କ ମରୁଡି, ଭଗବାନଙ୍କ ଭରସାରେ ରୋଗୀ ! - Healthcare Crisis

author img

By ETV Bharat Odisha Team

Published : Jul 28, 2024, 4:44 PM IST

Doctor And Health Worker Shortage: ଗଜପତିରେ ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜିଲ୍ଲାବାସୀ । ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲିପଡ଼ିଛି ମାଳମାଳ ପଦବୀ । ଅଧିକ ପଢ଼ନ୍ତୁ

Huge Doctor And Health Worker Shortage
Huge Doctor And Health Worker Shortage (ETV Bharat Odisha)

ଗଜପତି: ନାହିଁ ନାହିଁରେ ଚାଲିଛି ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସବୁ କିଛି ଚକାଚକ ଥିବାବେଳେ ଡାକ୍ତର ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘୋର ଅଭାବ ସ୍ବାସ୍ଥ୍ୟସେବାକୁ ବିପର୍ଯ୍ୟସ୍ତ କରି ପକାଇଛି । ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

ଗଜପତିରେ ଡାକ୍ତର ମରୁଡି:

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଡାକ୍ତର ମରୁଡି । କେବଳ ଡାକ୍ତର ନୁହନ୍ତି ନର୍ସିଂ ଅଧିକାରୀ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନ ଓ ରେଡିଓଗ୍ରାଫର ପଦବୀ ମଧ୍ୟ ଖାଲି ପଡିଛି । ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୮ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୨୦ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୧ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୩୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ରହିଛି । ମାତ୍ର ପରିତାପର ବିଷୟ ହେଉଛି ଏହି ସବୁ ସ୍ଥାନମାନଙ୍କରେ ଅଧାରୁ ଅଧିକ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଆଦି ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି ।

ଖାଲି ପଡ଼ିଛି ମାଳମାଳ ପଦବୀ:

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ ୧୨୬ଟି ଡାକ୍ତର ପଦବୀ ଥିବା ବେଳେ ମାତ୍ର ୨୮ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ୯୮ଟି ଡାକ୍ତର ପଦବୀ ଖାଲି ରହିଛି । ସେହିପରି ଜିଲ୍ଲାର ମୋଟ ୩୧୫ଟି ଡାକ୍ତର ପଦବୀ ରହିଥିବା ବେଳେ ୧୦୮ଟି ପଦବୀ ଖାଲି ପଡ଼ିଛି । ୩୯୯ଟି ନର୍ସିଂ ଅଫିସର ପଦବୀ ମଧ୍ୟରୁ ୨୨୨ଟି ପଦବୀ ଖାଲି, ୫୧ଟି ଫାର୍ମାସିଷ୍ଟରୁ ୨୩ ଖାଲି, ୩୭ଟି ଲ୍ୟାବ ଟେକ୍ନିସିଆନରୁ ୨୩ଖାଲି ଓ ୧୧ଟି ରେଡିଓଗ୍ରାଫରରୁ ୭ଟି ଖାଲି ପଡ଼ିଛି । ପ୍ରାୟ ୬ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଜପତି ଜିଲ୍ଲାରେ ୫୩୩୫ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର କାର୍ଯ୍ୟରତ ଅଛନ୍ତି । ବିଶେଷ କରି ଜିଲାରେ ଶିଶୁରୋଗ ବିଶେଷଜ୍ଞ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲିପଡିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି । ଯେଉଁ ଡାକ୍ତରମାନେ ମଧ୍ୟ ଅଛନ୍ତି ସେଥି ମଧ୍ୟରୁ ଅନେକ ଡାକ୍ତର ଅଧିକାଂଶ ଦିନ ଏଠାରେ ରହୁନାହାନ୍ତି ଏବଂ ବେସରକାରୀ ମେଡିକାଲରେ ରୋଗୀସେବାକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଛି ।

ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ:
ଜିଲ୍ଲାରେ ଡାକ୍ତର ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କ ଅଭାବ ଯୋଗୁଁ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲାରେ ଶିଶୁରୋଗ, ଆନେସ୍ଥେସିଆ ଓ ଇଏନଟି ଭଳି ଡାକ୍ତର ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା କଥାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ବୀକାର କରିଛନ୍ତି । ଏଠାରେ ଥିବା ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା ପାରୁ ପର୍ଯ୍ୟନ୍ତ କରୁଛନ୍ତି କିନ୍ତୁ ଗୁରୁତର ସ୍ଥିତିରେ ରୋଗୀଙ୍କୁ ବାହାରକୁ ପଠାଇବାକୁ ବାଧ୍ୟ ହେଉଥିବା ସେ କହିଛନ୍ତି । ତେବେ ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନାର ଯେତିକି ଆବଶ୍ୟକ ତା’ଠାରୁ ଅଧିକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଆବଶ୍ୟକ । ତେଣୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଖାଲିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ପଦବୀ ତୁରନ୍ତ ପୁରଣ କରିବା ଜରୁରୀ ହୋଇପଡିଛି ।
ଏହା ମଧ୍ୟ ପଢ଼ନ୍ତୁ...ଜଗତସିଂହପୁରରେ କୋମାରେ ସ୍ୱାସ୍ଥ୍ୟସେବା ! ୯ହଜାର ଲୋକଙ୍କୁ ଜଣେ ଡାକ୍ତର, ନାହାଁନ୍ତି CDMO - doctors shortage in Jagatsinghpur

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.