ETV Bharat / state

କୋଣାର୍କରେ ନାହିଁ ନଥିବା ଭିଡ଼, ଟିକେଟ ନ ମିଳିବାରୁ ମୁଖ୍ୟ ଫାଟକରେ ତାଲା - ସୂର୍ଯ୍ୟ ମନ୍ଦିର

Uncontrolled jam at Konark Sun Temple: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ । ଟିକେଟ କାଉଣ୍ଟରରେ ଟିକେଟ ନମିଳିବାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇଲେ ମନ୍ଦିର କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ

କୋଣାର୍କରେ ନାହିଁ ନଥିବା ଭିଡ଼
କୋଣାର୍କରେ ନାହିଁ ନଥିବା ଭିଡ଼
author img

By ETV Bharat Odisha Team

Published : Feb 25, 2024, 11:00 PM IST

କୋଣାର୍କରେ ନାହିଁ ନଥିବା ଭିଡ଼

ନିମାପଡ଼ା: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ । ଟିକେଟ କାଉଣ୍ଟରରେ ଟିକେଟ ନମିଳିବାରୁ ମନ୍ଦିର ମୁଖ୍ୟ ଫାଟକରେ ତାଲା ପକାଇଲେ ମନ୍ଦିର କର୍ତ୍ତୃପକ୍ଷ । ଆଜି (ରବିବାର) ଛୁଟିଦିନ ହୋଇଥିବା କାରଣରୁ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ ଲାଗିରହିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅବହେଳା କାରଣରୁ ଟିକେଟ ସମୟରେ ମିଳିନଥିଲା । ଯାହା ଫଳରେ ଭିଡ଼ ଅଧିକରୁ ଅଧିକ ଜମା ହୋଇଥିବା ଅଭିଯୋଗ କରାଯାଇଛି ।

ଅତ୍ୟଧିକ ଭିଡ଼ କାରଣରୁ ପର୍ଯ୍ୟଟକ ମାନେ ପାଟିତୁଣ୍ଡ କରିବା ସହିତ ପାଚେରୀ ଡେଇଁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଆରମ୍ଭ କରିଥିଲେ । ସୂର୍ଯ୍ୟ ମନ୍ଦିରର ଦାୟିତ୍ଵରେ ଥିବା ସ୍ଥାନୀୟ ଅଧିକାରୀ ମନ୍ଦିରର ମୁଖ୍ୟ ଗେଟେକୁ ତାଲା ପକାଇ ଦେଇଥିଲେ । ଫଳରେ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଗେଟ୍ ସମ୍ମୁଖରେ ରୁଣ୍ଡ ହୋଇ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ସେପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହଜାର ହଜାର ପର୍ଯ୍ୟଟକମାନେ ଟିକେଟ ପାଇଁ ଲମ୍ବା ଧାଡିରେ ଅପେକ୍ଷା କରିଥିଲେ । ଗୋଟିଏ ଟିକେଟ କାଉଣ୍ଟର ଥିବାବେଳେ ଭିଡ଼ କାରଣରୁ ସେଠାରେ ଥିବା ବୃଦ୍ଧ, ମହିଳା ଏବଂ ଛୋଟ ଛୁଆ ମଧ୍ୟ ସେହି ଧାଡିରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଏଏସଆଇ ମନମୁଖି କାର୍ଯ୍ୟକୁ ନିନ୍ଦା କରିବା ସହିତ ଏଭଳି ବ୍ୟବସ୍ଥାକୁ ନେଇ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ କ୍ଷବ ପ୍ରକାଶ କରିଛନ୍ତି । ଅନ୍ୟପଟେ ଜରୁରୀ କାଳିନରେ ଅନ୍ୟ ଏକ ଟିକେଟ କାଉଣ୍ଟର କରିବା ସହ ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି କରାଯିବା ପାଇଁ ପର୍ଯ୍ୟଟକମାନେ ଦାବି କରିଛନ୍ତି । ଅନ୍ୟପଟରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ହେବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସେହିପରି ମାଘ ସପ୍ତମୀ ଦିନ ଭୋର ସମୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସ୍ନାନ ପରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଙ୍କୁ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟରେ ଅତ୍ୟଧିକ ଭିଡ଼ କାରଣରୁ ରାସ୍ତାର ଦୁଇ ପାର୍ଶ୍ବରେ ଯାନବାହନ ରହି ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଥିଲା ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.