ETV Bharat / state

ଗଡଗଡିଆରେ ଘାଟରେ ଭାସିଗଲେ କାଉଡିଆ, ଅଧାରେ ରହିଗଲା ମହାଦେବଙ୍କୁ ଜଳ ଲାଗି; କାର ଦୁର୍ଘଟଣାରେ 2 ବୋଲବମ୍ ଭକ୍ତଙ୍କ ମୃତ୍ୟୁ - Kaudia drowns at Gadagadia Ghat

author img

By ETV Bharat Odisha Team

Published : Jul 29, 2024, 8:44 AM IST

Updated : Jul 29, 2024, 1:24 PM IST

Kaudia drowns at cuttack Gadagadia Ghat: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଅଘଟଣ । କଟକ ଗଡଗଡିଆ ଘାଟରେ ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡିଆ । ଜଣେ ଉଦ୍ଧାର, ଜଣେ ନିଖୋଜ । ଖୋଜାଖୋଜି ଜାରି । ସେପଟେ କଟକ ନିଶ୍ଚିତକୋଇଲିରେ କାର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

Kaudia drowns at cuttack Gadagadia Ghat
Kaudia drowns at cuttack Gadagadia Ghat (ETV Bharat Odisha)

କଟକ: ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଅଘଟଣ । ବୋଲ ବମ୍ ଯାତ୍ରା ପାଇଁ ଆସିବା ହେଲା କାଳ । ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡିଆ । କଟକ ଗଡଗଡିଆ ଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହାନଦୀରୁ ବୋଲବମ ପାଇଁ ପାଣି ଉଠାଉଥିବା ବେଳେ ହଠାତ ପାଣି ବୁଡି ଯାଇଥିଲେ ୨ ସାଙ୍ଗ । ତେବେ କୌଶଳକ୍ରମେ ଜଣେ ସାଙ୍ଗକୁ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ଜଣେ ଗତ ରାତିରୁ ନିଖୋଜ ରହିଛନ୍ତି । ଅନ୍ୟପଟେ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିତକୋଇଲିରେ କାର୍ ଦୁର୍ଘଟଣାରେ ୨ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ମହାଦେବଙ୍କ ନିକଟରେ ଜଳ ଲାଗି କରିବା ପାଇଁ ଗତକାଲି (ରବିବାର) କଟକ ଗଡଗଡିଆ ଘାଟରେ କାଉଡିଆମାନେ ଜଳ ଉଠାଉଥିବା ସମୟରେ ପଟିଆ ଅଞ୍ଚଳର ଦୁଇ ସାଙ୍ଗ ଭାସିଯାଇଥିଲେ । ସୌଭାଗ୍ୟବଶତଃ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ଏବେସୁଦ୍ଧା ମହାନଦୀରେ ଭାସିଯାଇ ନିଖୋଜ ରହିଛନ୍ତି । ଗତକାଲିଠୁ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ କୌଣସି ଖୋଜଖବର ମିଳିପାରିନାହିଁ । ନିଖୋଜ ଯୁବକ ହେଲେ ପଟିଆ ଅଞ୍ଚଳର ସୌମ୍ୟ ରଞ୍ଜନ ପାତ୍ର ।

ଏହାମଧ୍ୟ ପଢନ୍ତୁ... ଶ୍ରାବଣ ଦ୍ୱତୀୟ ସୋମବାର, ବାବା ଏକାଦଶ ରୁଦ୍ରଙ୍କ ପୀଠରେ କାଉଡିଆଙ୍କ ଭିଡ - Sawan 2024

ଅନ୍ୟପଟେ କଟକ ଜିଲ୍ଲା ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲଅଫିସ ଛକରେ ଏକ ଭୟଙ୍କର କାର ଦୁର୍ଘଟଣା ୨ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଜିଗୀନପୁର ବସୁପଦା ଗ୍ରାମର ପାଖାପାଖି 37ଜଣ କାଉଡିଆ ପାଣି ଉଠାଇ ନିଜ ଗ୍ରାମର ସିଦ୍ଧେଶ୍ୱର ମହାଦେବ ପାଖରେ ଜଳ ଲାଗି କରିବା ପାଇଁ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡା ହୋଇଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ କାର ଆସି ପିଟି ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ଏସସିବି ହସ୍ପିଟାଲ ନେବା ସମୟରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏଭଳି ଦିନରେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଟକ

Last Updated : Jul 29, 2024, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.