ETV Bharat / state

ଶ୍ରାବଣ ପ୍ରଥମ ସୋମବାର: ଶୈବପୀଠରେ ପ୍ରବଳ ଭିଡ, ୭୨ ବର୍ଷ ପରେ ପଡିଛି ଦୁର୍ଲଭ ସଂଯୋଗ, ଭୋଳା ବାବା ପୂରା କରିବେ ସବୁ ମନୋସ୍କାମନା ! - Sawan month start

author img

By ETV Bharat Odisha Team

Published : Jul 22, 2024, 7:38 AM IST

Updated : Jul 22, 2024, 8:02 AM IST

Sawan Monday: ଆଜିଠୁ ଆରମ୍ଭ ହୋଇଛି ଭଗବାନ ଶିବଙ୍କର ପ୍ରିୟ ଶ୍ରାବଣ ମାସ । ଚଳଚଳଞ୍ଚ ହୋଇଉଠିଛି ଶୈବପୀଠ । ହର ହର ମହାଦେବ, ବୋଲବମ, ଶିବ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ହଜାର ହଜାର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ ଜମାଇଛନ୍ତି । କୁହାଯାଏ ନିଷ୍ଠାର ସହ ଶ୍ରାବଣ ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ପାଳନ କଲେ ସମସ୍ତ ମାନସିକ ପୂରଣ ହୁଏ । ୭୨ ବର୍ଷ ପରେ ଚଳିତ ବର୍ଷ ଶ୍ରାବଣ ମାସରେ ଏକ ଦୁର୍ଲଭ ସଂଯୋଗ ପଡିଛି । ଜାଣନ୍ତୁ ସେହି ଅପୂର୍ବ ସଂଯୋଗ କଣ ?

Sawan Monday
Sawan Monday (ETV Bharat Odisha)

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ମାନସିକଧାରୀ କାଉଡିଆମାନେ ପାଣି ଉଠାଇ ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଜଳାଭିଷେକ କରୁଛନ୍ତି । ଏହି ମାସ ଭଗବାନ ଶିବଙ୍କର ପ୍ରିୟମାସ ବୋଲି କୁହାଯାଏ । ଏହି ମାସରେ ଶିବଙ୍କ ଉଦ୍ଦେଶ୍ୟରେ ବ୍ରତ ରଖି ଜଳାଭିଷେକ କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଚଳିତ ବର୍ଷ ଶ୍ରାବଣ ମାସରେ ଦୁର୍ଲଭ ସଂଯୋଗ ଦେଖାଯାଇଛି । ପ୍ରଥମ ଦିନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ଶେଷ ଦିନ ମଧ୍ୟ ସୋମବାରରେ ଶେଷ ହେଉଛି ।

ଏହାମଧ୍ୟ ପଢନ୍ତୁ.. ଜୁଲାଇ ୨୨ ସୋମବାର ରାଶିଫଳ: ଶ୍ରାବଣ ମାସର ପ୍ରଥମ ଦିନରେ ହେବ ମହାଦେବଙ୍କ ବର୍ଷିବ କୃପା, ଏହି ରାଶିଙ୍କ ଚମକିବ ଭାଗ୍ୟ - DAILY ODIA HOROSCOPE OF 22 JULY

ହର ହର ମହାଦେବ, ବୋଲବମ ନାରାରେ କମ୍ପୁଛି ଶୈବ ମନ୍ଦିର । ଶ୍ରାବଣର ପ୍ରଥମ ଦିନର ଭକ୍ତମାନେ ଶିବମନ୍ଦିରରେ ଭିଡ ଜମାଇଛନ୍ତି । ମାନସିକଧାରୀ କାଉଡିଆମାନେ ଶିବଶକ୍ତି ଉଦ୍ଦେଶ୍ୟରେ ଜଳାଭିଷେକ କରିବା ପାଇଁ ଶିବାଳୟରେ ଲମ୍ବା ଲାଇନ ଲଗାଇଛନ୍ତି । ସେ କୋପେ ବର ନଚେତ ତପେ ବର । ମହାଦେବଙ୍କ ଉଦ୍ଦେଶ୍ୟରେ ସମସ୍ତ ଭକ୍ତଙ୍କ ମୁହଁରେ ଏହି କଥା ଶୁଣିବାକୁ ମିଳେ । ସେ କୋପରେ ବର ଦିଅନ୍ତି ନଚେତ ତପ କରି ମଧ୍ୟ ମହାଦେବଙ୍କ ମନ ଜିଣିହୁଏ । ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନେ ଅତି ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ଶ୍ରାବଣ ମାସ ପାଳନ କରିଥାନ୍ତି । ଅଧିକାଂଶ ମହିଳା ଏବଂ ପୁରୁଷ ଏହି ମାସରେ ପଡୁଥିବା ସମସ୍ତ ସୋମବାରରେ ଭଗବାନ ମହାଦେବଙ୍କୁ ପୂଜା କରିବା ସହ ଉପବାସ ରଖିଥାଆନ୍ତି । ସୋମବାର ଉପବାସ ସମୟରେ ଲୋକମାନେ କେବଳ ଥରେ ଖାଦ୍ୟ ଖାଆନ୍ତି । ତାହା ମଧ୍ୟ ଶୁଦ୍ଧ ଶାକାହାରୀ ଖାଦ୍ୟ ହୋଇଥାଏ । କେବଳ ଏତିକି ନୁହେଁ, ଏହି ମାସରେ ଲୋକମାନେ ସାତ୍ତ୍ବିକ ଖାଦ୍ୟ ଖାଆନ୍ତି ।

ଏହାମଧ୍ୟ ପଢନ୍ତୁ.. କାଲି ଶ୍ରାବଣ ପ୍ରଥମ ସୋମବାର, ବୋଲବମ ଧ୍ବନିରେ କମ୍ପିଲା ସିଲଭରସିଟି - Sawan First Monday

ଚଳିତ ବର୍ଷ ଶ୍ରାବଣ ମାସରେ ଏକ ଦୁର୍ଲଭ ସଂଯୋଗ ପଡୁଛି । ଶ୍ରାବଣ ମାସ ଜୁଲାଇ ୨୨ ଅର୍ଥାତ ସୋମବାର ଆରମ୍ଭ ହେଉଥିବା ବେଳେ ଅଗଷ୍ଟ୧୯ ଅର୍ଥାତ ସେହି ସୋମବାରରେ ଶେଷ ହେଉଛି । ଦୀର୍ଘ ୭୨ ବର୍ଷ ପରେ ଏଭଳି ଅପୂର୍ବ ସଂଯୋଗ ପଡୁଛି । ଏହି ଦୁର୍ଲଭ ସଂଯୋଗ ୭୨ ବର୍ଷ ପୂର୍ବେ ୨୭ ଜୁଲାଇ ୧୯୫୩ ମସିହାରେ ପଡିଥିଲା । ଅନ୍ୟପଟେ ଶିବମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ବିଭିନ୍ନ ପ୍ରମୁଖ ଶିବ ମନ୍ଦିରଗୁଡିକରେ ଶାନ୍ତିଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ ମୁତୟନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 22, 2024, 8:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.