ETV Bharat / state

ସବୁଠି ଜମୁଛି ସେଲିବ୍ରେସନ, ଅବିର ଲଗାଇ ଧୁମଧାମରେ ହୋଲି ଖେଳୁଛନ୍ତି ଲୋକେ - Holi 2024 - HOLI 2024

Holi Celebration: ହୋଲିର ରଙ୍ଗରେ ରଙ୍ଗୀନ ହେଲେ ଜିଲ୍ଲାବାସୀ । ପିଲାଠାରୁ ବୟସ୍କ ଯାଏ ସଭିଏଁ ହୋଲି ଖେଳର ମଜା ଉଠାଇଛନ୍ତି । ରଙ୍ଗର ଏହି ପର୍ବକୁ ସବୁ ମହଲରେ ପାଳନ କରାଯାଇଛି । ଅଧିକ ପଢନ୍ତୁ

Holi Celebration
Holi Celebration
author img

By ETV Bharat Odisha Team

Published : Mar 26, 2024, 1:29 PM IST

Updated : Mar 26, 2024, 1:56 PM IST

Holi Celebration

ଭବାନୀପାଟଣା/ବୌଦ୍ଧ : ଆଜି ରଙ୍ଗର ପର୍ବ ହୋଲି । ଗାଁ ଠାରୁ ସହର ସବୁଆଡେ ଖୁସିର ମାହୋଲ । ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ସମସ୍ତେ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ହୋଲିରେ ଜମୁଛି ଗୀତନାଚର ଆସର । ସେହିପରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ହୋଲି ଖେଳ ଜମୁଥିବା ଦେଖିବାକୁ ମିଳିଛି । କେଉଁଠି ନାଚଗୀତର ଆସର ତ ପୁଣି କେଉଁଠି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବଣ୍ଟା ଚାଲିଛି । ପୂର୍ବ ରାଗ ରୁଷା ମାନ ଅଭିମାନ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଭାଇଚାରାର ବାର୍ତ୍ତା ବାଣ୍ଟୁଛନ୍ତି ଜିଲ୍ଲାବାସୀ ।

ହୋଲି ରଙ୍ଗରେ ରଙ୍ଗୀନ ହୋଇଛନ୍ତି ନେତାଠୁ ଜନତା । ପିଲାଠାରୁ ବୟସ୍କ ଯାଏ ସଭିଏଁ ହୋଲି ଖେଳର ମଜା ଉଠାଇଛନ୍ତି । ରଙ୍ଗର ଏହି ପର୍ବକୁ ସବୁ ମହଲରେ ପାଳନ କରାଯାଉଛି । ଗତକାଲି(ସୋମବାର) ଭବାନୀପାଟଣା ସହରର ବିଭିନ୍ନ ମନ୍ଦିରମାନଙ୍କ ପକ୍ଷରୁ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅବିର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ପିଲାଠୁ ବୁଢ଼ା ।

ସେହିପରି ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ହୋଲି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି । ଜିଲ୍ଲା ସଦର ମହକୁମା ବାପୁଜୀ ନଗରଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ସହିତ ନାଚଗୀତର ଆୟୋଜନ କରାଯାଇଥିଲା । ସେହିପରି ପୋଡାପୋଡା ଠାରେ ମହିଳାମାନେ ଏକତ୍ରିତ ହୋଇ ଘରକୁ ଘର ବୁଲି ହୋଲି ଉତ୍ସବ ପାଳନ କରିଥିଲେ । ହୋଲି ପାଇଁ ଆଜି ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଏସପିଙ୍କ ବାସଭବନରେ ସ୍ବତନ୍ତ୍ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଫଗୁ ରଙ୍ଗରେ ରଙ୍ଗୀନ ବାଲେଶ୍ୱର, ହର୍ବାଲ ହୋଲି ଖେଳିଲେ ଯୁବକ

ଏଥିରେ ଖୋଦ ଏସପି ତାଙ୍କ ପତ୍ନୀଙ୍କ ସହ ଯୋଗଦେଇ ମିଷ୍ଟାନ୍ନ ବଣ୍ଟନ ସହିତ ନାଚଗୀତରେ ସାମିଲ ହୋଇଥିଲେ । ଏହାଛଡା ଜିଲ୍ଲାରେ ହୋଲି ପାଇଁ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ସକାଶେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରଯାଇଥିଲା । ସଦର ମହକୁମା ସମେତ ଜିଲ୍ଲାର ପ୍ରମୁଖ ତଥା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ରଙ୍ଗର ପର୍ବ ହୋଲି ଉତ୍ସବ ପାଇଁ ବ୍ୟକ୍ତିବିଶେଷଙ୍କ ଠାରୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୌଦ୍ଧ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ସହିତ ପଣା ବଣ୍ଟନ କରାଯାଇଥିଲା ।

ଇଟିଭି ଭାରତ, କଳାହାଣ୍ଡି/ ବୌଦ୍ଧ

Last Updated : Mar 26, 2024, 1:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.