ETV Bharat / state

ସୂର୍ଯ୍ୟଘଡ଼ିରେ ପଡ଼ୁନି ସୂର୍ଯ୍ୟାଲୋକ: ଯୋଜନା ବିଭାଗ ବୁଡାଇଦେବ ଐତିହ୍ୟ କୀର୍ତ୍ତିରାଜି ! - ସୂର୍ଯ୍ୟଘଡ଼ିରେ ପଡ଼ୁନି ସୂର୍ଯ୍ୟାଲୋକ

Historical Sundial in Neglected Condition: 1887 ମସିହାରେ ଇଂରେଜ ଶାସନ କାଳରେ ମହାରାଣୀ ଭିକ୍ଟୋରିଆଙ୍କ ଶାସନର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରାଇବା ପାଇଁ କେନ୍ଦ୍ରାପଡ଼ାରେ ନିର୍ମାଣ କରାଯାଇଥିଲା ସୂର୍ଯ୍ୟଘଡ଼ି । ହେଲେ ପ୍ରଶାସନ ଓ ଜିଲ୍ଲା ଯୋଜନା ବିଭାଗର ଅଦୂରଦର୍ଶିତା ପାଇଁ ଏବେ ଏହି କୀର୍ତ୍ତିରାଜି ସମାପ୍ତ ହେବାକୁ ବସିଛି । ଅଧିକ ପଢ଼ନ୍ତୁ

ସୂର୍ଯ୍ୟ ଘଡ଼ିରେ ପଡ଼ୁନି ସୂର୍ଯ୍ୟାଲୋକ
ସୂର୍ଯ୍ୟ ଘଡ଼ିରେ ପଡ଼ୁନି ସୂର୍ଯ୍ୟାଲୋକ
author img

By ETV Bharat Odisha Team

Published : Feb 7, 2024, 7:06 PM IST

ସୂର୍ଯ୍ୟ ଘଡ଼ିରେ ପଡ଼ୁନି ସୂର୍ଯ୍ୟାଲୋକ

କେନ୍ଦ୍ରାପଡ଼ା: ଶହ ଶହ ବର୍ଷର ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ଏସବୁ ଯୋଜନା କେତେ ସଫଳ ହେଉଛି, ତାହା ଆପଣ କେନ୍ଦ୍ରାପଡ଼ାର ସୂର୍ଯ୍ୟ କିରଣ ପାଉନଥିବା ଐତିହାସିକ ସୂର୍ଯ୍ୟଘଡ଼ିର ଅବସ୍ଥା ଦେଖିଲେ ଜାଣିପାରିବେ । ଜଳ ବିନା ମାଛ ଯାହା, ସୂର୍ଯ୍ୟ କିରଣ ବିନା ସୂର୍ଯ୍ୟଘଡ଼ି ଠିକ ସେମିତି । ଜିଲ୍ଲାର ବିଭିନ୍ନ ବିଭାଗ ପାଇଁ ଯୋଜନା ପ୍ରଣୟନ କରୁଥିବା ସଂସ୍ଥା ଯେତେବେଳେ ନିଜେ ଅଣ ଯୋଜନା ଭାବରେ ଐତିହ୍ୟ କୀର୍ତ୍ତିରାଜିକୁ ବୁଡାଇବାକୁ ବସିଛି, ସେତେବେଳେ ଅନ୍ୟ କଥା କହିବା ବାସ୍ତବତାକୁ ଅଙ୍ଗୁଳି ନିର୍ଦ୍ଦେଶ ମାତ୍ର ।

ଉଜୁଡ଼ିଯିବ କୀର୍ତ୍ତିରାଜି !: 1887 ମସିହାରେ ଇଂରେଜ ଶାସନ କାଳରେ ବ୍ରିଟିଶ ସାମ୍ରାଜ୍ଞି ମହାରାଣୀ ଭିକ୍ଟୋରିଆଙ୍କ ଶାସନର ୫୦ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରାଇବା ପାଇଁ ଓଡ଼ିଶାର ୫ଟି ସ୍ଥାନରେ ସ୍ଥାପନ କରାଯାଇଥିଲା ସୂର୍ଯ୍ୟଘଡି । ଭୁବନେଶ୍ବରର ମୁକ୍ତେଶ୍ଵର ମନ୍ଦିର, କଟକର ରେଭେନ୍ସା ମହାବିଦ୍ୟାଳୟ ପରିସର, ନୟାଗଡ଼ର ଖଣ୍ଡପଡ଼ା ଓ କୋଣାର୍କ ସମେତ ଓଡ଼ିଶାର ସର୍ବ ପୁରାତନ ପୌରପାଳିକା ଅଧିନସ୍ଥ କେନ୍ଦ୍ରାପଡ଼ା ପୁରୁଣା କଚେରୀ ନିକଟରେ ଲୋକମାନଙ୍କୁ ସମୟ ଜଣାଇବା ଉଦ୍ଦେଶ୍ୟରେ ସୂର୍ଯ୍ୟଘଡି ସ୍ଥାପନ କରାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନର ଅଦୂରଦର୍ଶିତା ପାଇଁ ଏବେ ଏହି କୀର୍ତ୍ତିରାଜି ସମାପ୍ତ ହେବାକୁ ବସିଛି । ସୂର୍ଯ୍ୟଘଡି ଏକ ଐତିହାସିକ ବସ୍ତୁ ଓ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ ନିର୍ଭୁଲ ସମୟ ଜଣାଇଥାଏ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର କେଇ ହାତ ଦୂରରେ ଅବହେଳିତ ଓ ବିଦେଶୀ ମଦ ବୋତଲର ପରିସରରେ ଅଣନିଶ୍ବାସୀ ହେଉଛି ଏହି ସୂର୍ଯ୍ୟଘଡି । ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘଦିନ ଧରି ପଡିରହିଥିବା ଏହି ସୂର୍ଯ୍ୟଘଡି ପାଇଁ ୨୦୨୦ ମସିହାରେ ତତ୍କାଳୀନ ଜିଲ୍ଲାପାଳ ପଦକ୍ଷେପ ନେଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ଯଥା ପୂର୍ବଂ ତଥା ପରଂ ।

ସୂର୍ଯ୍ୟଙ୍କ କିରଣ ପାଉନି ସୂର୍ଯ୍ୟଘଡ଼ି: ଜିଲ୍ଲା ପ୍ରଶାସନର ହେୟଜ୍ଞାନତା ହେଉ ଅବା ହେଉ ପୌରପରିଷଦର ଉଦାସୀନତା, ଶହ ଶହ ବର୍ଷର ପ୍ରାଚୀନ କୀର୍ତ୍ତି କିଭଳି ଦୟନୀୟ ତାହା ଆପଣଙ୍କୁ ଏହି ସୂର୍ଯ୍ୟ ଘଡ଼ିର ଦୃଶ୍ୟ ବୟାନ କରିବ । ଜିଲ୍ଲାର ସମସ୍ତ ଯୋଜନା ପ୍ରସ୍ତୁତ କରୁଥିବା କାର୍ଯ୍ୟାଳୟ ଯୋଗୁଁ ଆଜି ସୂର୍ଯ୍ୟଙ୍କ କିରଣ ପାଉନାହିଁ ସୂର୍ଯ୍ୟଘଡି । ତେବେ ଜିଲ୍ଲାର ବିକାଶ ଓ ପ୍ରଗତି ପାଇଁ କାର୍ଯ୍ୟ କରୁଥିବା ଜିଲ୍ଲା ଯୋଜନା ବିଭାଗର ଦୁଇ ମହଲା ବିଶିଷ୍ଟ କୋଠାଘର ପୂର୍ବରୁ ସୂର୍ଯ୍ୟଘଡି ପାଇଁ ବଇରୀ ସାଜିଥିଲା । ଏବେ ନିର୍ମାଣାଧୀନ ଆଉ ଏକ ମହଲା ସୂର୍ଯ୍ୟଘଡିକୁ ସମ୍ପୂର୍ଣ୍ଣ ଲୁଚାଇ ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଲୋକର ପର୍ବରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

'ଐତିହ୍ୟ କୀର୍ତ୍ତିରାଜିର ଦୟନୀୟ ଅବସ୍ଥା ଭବିଷ୍ୟତ ପାଇଁ ଦୁଃସ୍ବପ୍ନ': ଏହି ଐତିହାସିକ ସୂର୍ଯ୍ୟଘଡ଼ିର ରକ୍ଷଣାବେକ୍ଷଣ ଓ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏଠାକାର ଅବସ୍ଥା କହିଲେ ନସରେ । ଅନ୍ୟପଟେ ଜିଲ୍ଲାର କିଛି ବୁଦ୍ଧିଜୀବୀ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ସୂର୍ଯ୍ୟଘଡିର ପୁନଃରୁଦ୍ଧାର ପାଇଁ ୧୯୯୬ ମସିହାରେ ତତ୍କାଳୀନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାପରେ ଜିଲ୍ଲାପାଳ ସଙ୍ଗେସଙ୍ଗେ ଏହି ଐତିହ କୀର୍ତ୍ତିରାଜିକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେଇଥିଲେ । ଏବେ କିନ୍ତୁ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଭଳି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯୋଗୁଁ ଘଡି ଆବଶ୍ୟକ ମୌଳିକ ସୁବିଧା ପାଇପାରୁନାହିଁ । ଯାହାକି ଭବିଷ୍ୟତ ପାଇଁ ଏକ ଦୁଃସ୍ବପ୍ନ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

'ପୌରପାଳିକାକୁ ଅବଗତ କରାଯାଇଛି': ଅନ୍ୟପଟେ ଏହି ସୂର୍ଯ୍ୟଘଡିର ପୁନଃଉଦ୍ଧାର ନେଇ ସ୍ଥାନୀୟ କାଉନସିଲରଙ୍କୁ ପଚାରିବାରୁ ସେ କହିଛନ୍ତି, "ଏହା କେନ୍ଦ୍ରପଡ଼ାର ଏକ ସ୍ବତନ୍ତ୍ର ପରିଚୟ । ଏହାର ପୁନଃଉଦ୍ଧାର ପାଇଁ କାଉନସିଲ୍‌ ମିଟିଂରେ ପ୍ରସ୍ତାବ ପାରିତ ହୋଇ ବ୍ୟୟ ବରାଦ ହୋଇଛି । ବାସ୍ତବରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଯୋଗୁଁ ଏହି ଐତିହାସିକ ସୂର୍ଯ୍ୟଘଡି ଲୁଚି ଯାଉଛି ।" ଏନେଇ ପୌରପାଳିକାକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ଏଭଳି ଐତିହ କୀର୍ତ୍ତିସମ୍ପନ୍ନ ସ୍ଥାନ, ବସ୍ତି, ମଠ, ମନ୍ଦିର ଇତ୍ୟାଦିକୁ ପୁନଃଉଦ୍ଧାର ପାଇଁ ପ୍ରୟାସ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲଟିର ଏଭଳି କାରନାମା ଯୋଗୁଁ ଏଗୁଡ଼ିକୁ ଉଦ୍ଧାର କରିବା ନିଷ୍ଫଳ ହେଉଥିବା ମତପ୍ରକାଶ ପାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.