ETV Bharat / state

ବସିଲା ଉଚ୍ଚସ୍ତରୀୟ ବୈଠକ, ବାଲେଶ୍ବରରେ ଚାରି ଘଣ୍ଟା ପାଇଁ କୋହଳ ହେବ କର୍ଫ୍ୟୁ - Balasore Curfew Update

author img

By ETV Bharat Odisha Team

Published : Jun 19, 2024, 10:45 PM IST

Balasore Curfew Update : ବାଲେଶ୍ବରରେ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା ବୈଠକ ହୋଇଥିଲେ । ବୈଠକରେ ନିଷ୍ପତ୍ତି କ୍ରମେ, ଆସନ୍ତାକାଲି ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ଅଧିକ ପଢ଼ନ୍ତୁ,

Balasore Curfew Update
Balasore Curfew Update (ETV Bharat Odisha)

ବାଲେଶ୍ୱର: ସହରରେ ହୋଇଥିବା ଗୋଷ୍ଠୀ ବିବାଦ କେମିତି ପ୍ରଶମିତ ହେବ ସେନେଇ ସବୁ ଦିଗରୁ ପ୍ରଚେଷ୍ଟା ଜାରି ରହିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସମସ୍ତେ ଏ ଦିଗରେ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏବେବି ବାଲେଶ୍ୱର ପୌରାଞ୍ଚଳରେ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଆଗାମୀ କାର୍ଯ୍ୟପନ୍ଥା ଏବଂ ଶାନ୍ତି ଫେରାଇ ଆଣିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଏଡିଜି ସଞ୍ଜୟ କୁମାର, ଜିଲ୍ଲାପାଳ ଆଶିଷ ଠାକରେ, ଆଡ଼ିସନାଲ ଆଇଜି ବି ଯୁଗଳ କିଶୋର, ଏସପି ହେଡକ୍ବାର୍ଟର ବାଟୁଲା ଗଙ୍ଗାଧର, ଆଇଜି ଦୀପକ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଛନ୍ତି। ଏହାସହ କର୍ଫ୍ୟୁ ସମୟରେ କଣ କଣ ନିଷ୍ପତ୍ତି ନିଆଯାଇଛି ସେ ବିଷୟରେ ଆଲୋଚନା ହୋଇଛି।

ସୂଚନା ମୁତାବକ, ଆସନ୍ତା କାଲି ସକାଳ 7 ଟା ଠାରୁ 11 ଯାଏ କର୍ଫ୍ୟୁ କୋହଳ କରାଯିବ। ଯେଉଁଥିରେ ସାଧାରଣ ଲୋକମାନେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ପୁଣି 24 ଘଣ୍ଟା ପରେ ସ୍ଥିତି ଉପରେ ଅନୁଧ୍ୟାନ କରି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଏହାସହ ସ୍କୁଲ କଲେଜ କର୍ଫ୍ୟୁ ସମ୍ପୂର୍ଣ୍ଣ କୋହଳ ନହେବାଯାଏ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଇଣ୍ଟରନେଟ ଦୁଇଦିନ ବନ୍ଦ ରହିଥିବା ବେଳେ ଆସନ୍ତା କାଲି ଠାରୁ କେବଳ ଲିଜ ଲାଇନ ଚାଲୁ କରିବା ପାଇଁ ଗୃହ ବିଭାଗକୁ ଲିଖିତ ଭାବେ ଜଣାଯାଇଛି। ସେହିପରି ସହରରେ ଶାନ୍ତି ବଜାୟ ରଖିବା ପାଇଁ ସମୁଦାୟ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିବା ବେଳେ ଗୋଟେ କମ୍ପାନୀ BSF ପହଞ୍ଚି ସାରିଛି । ଆସନ୍ତା କାଲି ଆହୁରି ପାଞ୍ଚଟି କମ୍ପାନୀ ଆସିବା ନେଇ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ। 10ରୁ ଅଧିକ ମାମଲା ରୁଜୁ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ.. ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ପୂରା ସହରରେ କର୍ଫ୍ୟୁ ବଳବତ୍ତର, ପରିସ୍ଥିତି ନିୟନ୍ତ୍ରଣରେ, ସନ୍ଧ୍ୟାରେ ବସିପାରେ ବୈଠକ - Curfew in Balasore

ଅନ୍ୟପଟେ 35 ଜଣ ଗୋଷ୍ଠୀ ବିବାଦ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଏହାସହ ଆହୁରି କିଛି ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି। କର୍ଫ୍ୟୁ ଉଲ୍ଲଙ୍ଘନ ଅଭିଯୋଗରେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଏବେ ସୁଦ୍ଧା ଅଟକ ରହିଥିବା କିଛି ଲୋକଙ୍କୁ ତଦନ୍ତ ପରେ ଛାଡି ଦିଆଯାଇଛି। ଏମିତି କିଛି ଲୋକଙ୍କ ସମ୍ପୃକ୍ତି ନଥିବା ଯୋଗୁଁ ସେମାନଙ୍କୁ ମଧ୍ୟ ତଦନ୍ତ ପରେ ଛାଡି ଦିଆଯାଇଛି। ଯେଉଁମାନେ ଏମିତି ଘଟଣାରେ ବାସ୍ତବରେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି। ବିଭିନ୍ନ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟାପକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରାଯାଇ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.