ETV Bharat / state

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପରାମର୍ଶ, 'ଫରେନ୍ସିକ ଲାବ୍ରୋଟୋରୀର ଭିତ୍ତିଭୂମୀ ଉପରେ ଧ୍ୟାନ ଦିଅନ୍ତୁ' - High Court Order to Odisha Govt - HIGH COURT ORDER TO ODISHA GOVT

High Court Order to Odisha Govt: ଫରେନ୍ସିକ ଲାବ୍ରୋଟୋରୀର ଭିତ୍ତିଭୂମୀ ଉପରେ ଧ୍ୟାନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

High Court Order to Odisha Govt
High Court Order to Odisha Govt
author img

By ETV Bharat Odisha Team

Published : Apr 19, 2024, 1:56 PM IST

କଟକ: ଯେତେବେଳେ କୌଣସି ଅପରାଧିକ ମାମଲାର ତଦନ୍ତ କରାଯାଇଥାଏ, ସେତେବେଳେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ନମୁନା ଓ ବିଭିନ୍ନ ସାମଗ୍ରୀ ଗୁଡିକ ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯାଇଥାଏ । କିନ୍ତୁ ରିପୋର୍ଟ ଆସିବା ପରେ ଅଦାଲତରେ ଚାର୍ଜସିଟ ସହିତ ଏହି ରିପୋର୍ଟ ଦାଖଲ କରାଯାଉ ନାହିଁ । ଏହାସହ ଚାର୍ଜଫ୍ରେମ ସମୟରେ ବି ଏହି ରିପୋର୍ଟ ଅଦାଲତରେ ଦାଖଲ କରାଯାଉ ନାହିଁ । ରିପୋର୍ଟ ବିଳମ୍ବରେ ଆସିବା କାରଣରୁ ଅଦାଲତରେ ଦାଖଲ କରାଯାଇପାରୁ ନଥିବା କୁହାଯାଉଛି । ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି କୋର୍ଟ । ଆଇନଗତ ଦିଗରୁ ଫରେନ୍ସିକ ଲାବ୍ରୋଟୋରୀ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ କର୍ମଚାରୀ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି । ଏନେଇ ରାଜ୍ୟ ସରକାର ସଚେତନ ହେବା ଉଚିତ ବୋଲି କୋର୍ଟ କହିଛନ୍ତି ।

ଏନେଇ ହାଇକୋର୍ଟ କହିଛନ୍ତି, ଫରେନ୍ସିକ ଲାବ୍ରୋଟୋରୀ ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ସରଞ୍ଜାମ ସହିତ କର୍ମଚାରୀଙ୍କ ପାଇଁ ପଦକ୍ଷେପ ନେବା ଉଚିତ । ସେହିପରି ଏଥିରେ ଅବହେଳା କରିବା ଦ୍ୱାରା ଶତାଧିକ ଅଭିଯୁକ୍ତ ଓ ପୀଡ଼ିତଙ୍କ ଅଧିକାର ଓ ସ୍ବାଧୀନତା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଅପରାଧିକ ମାମଲାର ରେକର୍ଡରେ ସିଇ ରିପୋର୍ଟ ଉପଲବ୍ଧ ନଥିବା ପ୍ରସଙ୍ଗରେ ଟ୍ରାଏଲ ଅଦାଲତ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ ପବ୍ଲିକ ପ୍ରସିକ୍ୟୁଟର କରି ନଥିବା ଘଟଣାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଯଦି ଚାର୍ଜସିଟ ସହିତ ସିଇ ରିପୋର୍ଟ ଦାଖଲ ହୋଇ ନଥିବ, ତେବେ ଏହାକୁ ସଠିକ ସମୟରେ ଉପଲବ୍ଧ କରାଇ ରେକର୍ଡରେ ଅନ୍ତର୍ଭୁକ୍ତ ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସବୁ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ପବ୍ଲିକ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକ ଆଦେଶନାମା ଜାରି କରିବେ ବୋଲି ହାଇକୋର୍ଟ କହିଛନ୍ତି । ସିଇ ରିପୋର୍ଟ ଏକ ଅପରିହାର୍ଯ୍ୟ ନଥିପତ୍ର ଓ ଏକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଅଟେ । ତେବେ ଏହାକୁ ସଠିକ ସମୟରେ ଉପସ୍ଥାପନ କରିବା ଓ ଆଇନ ଅନୁସାରେ ପ୍ରମାଣିତ କରିବା ପ୍ରସିକ୍ୟୁସନର ଦାୟିତ୍ବ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଂଯୁକ୍ତା ମହଲଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ପୋଲିସର ନିଷ୍କ୍ରିୟତାକୁ ନେଇ ହୋଇଥିଲା ମାମଲା - Sanjukta Mahala Petition Dismissed

ମାମଲାର କମିଟମେଣ୍ଟ ବେଳେ ସିଇ ରିପୋର୍ଟର କପି ପୋଲିସ ପେପର ସହିତ ଅଭିଯୁକ୍ତକୁ ପ୍ରଦାନ କରିବା ମାଜିଷ୍ଟ୍ରେଟଙ୍କ ମଧ୍ୟ ଦାୟିତ୍ବ ରହିଥିବା କୋର୍ଟ କହିଛନ୍ତି । ଯଦି ସିଇ ରିପୋର୍ଟ ଚାର୍ଜସିଟ ସହିତ ଦାଖଲ ହୋଇ ନଥିବ ଓ କମିଟମେଣ୍ଟ ପୂର୍ବରୁ ଅଭିଯୁକ୍ତକୁ ଏହାର କପି ପ୍ରଦାନ କରାଯାଇ ନଥିବ ତେବେ ଚାର୍ଜଫ୍ରେମ ପୂର୍ବରୁ ଏପରି ରିପୋର୍ଟ ଉପଲବ୍ଧ ପ୍ରସଙ୍ଗ ସୁନିଶ୍ଚିତ କରିବା ଓ କପି ଅଭିଯୁକ୍ତକୁ ପ୍ରଦାନ କରିବା ପ୍ରସିକ୍ୟୁସନ ଓ ଟ୍ରାଏଲ ଅଦାଲତଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଫୌଜଦାରୀ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଫରେନ୍ସିକ ବିଜ୍ଞାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ତଦନ୍ତକାରୀ ଅଧିକାରୀଙ୍କୁ ବିଜ୍ଞାନ ଆଧାରିତ ସୂଚନା ଦେଇଥାଏ। କିନ୍ତୁ ପୋଲିସ ଅଧିକାରୀ ଓ ପ୍ରସିକ୍ୟୁଟର ଲାବେରେଟୋରିରୁ ରିପୋର୍ଟ ସଠିକ ସମୟରେ ଆଣିବାରେ ବିଫଳ ହେଉଛନ୍ତି । ସିଇ ରିପୋର୍ଟ ନ ମିଳିବା ବା ବିଳମ୍ବରେ ମିଳିବା ଯୋଗୁଁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଗୁରୁତର ଅଭିଯୋଗକୁ ନେଇ ଟ୍ରାଏଲରେ ସମ୍ମୁଖୀନ ହେଉଥିବା ଅଭିଯୁକ୍ତ ଓ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ପୀଡ଼ିତଙ୍କ ଜୀବନ ସହିତ ଖେଳିବା ପାଇଁ କାହାର ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗବନ୍ଧୁ ଭୋଇଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.