ETV Bharat / state

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କୁ ଜବାବ ତଲବ କଲେ ହାଇକୋର୍ଟ - Anand Tappo Death Case

Anand Tappo Death Case: ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚ ଏଡିଜି ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ମାମଲା ହୋଇଥିଲା । ଯାହାର ଶୁଣାଣି କରି ଅରୁଣ ବୋଥ୍ରାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

Anand Tappo Death Case
Anand Tappo Death Case
author img

By ETV Bharat Odisha Team

Published : Mar 20, 2024, 10:03 PM IST

କଟକ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା। ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ଦାଏର ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି। ଆଜି (ବୁଧବାର) ଏହି ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଜବାବ ଦାଖଲ ପାଇଁ ଦୁଇ ଦିନର ସମୟ ନେଇଛନ୍ତି ରାଜ୍ୟ ସରକାର। ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କୋର୍ଟଙ୍କ ନିର୍ଦ୍ଦେଶକୁ ୬ ମାସ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଆକ୍ସନ ନେଇନଥିଲା କ୍ରାଇମବ୍ରାଞ୍ଚ। ଯାହାଫଳରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ନେଇ ଅଭିୟୋଗ ଆଣିଥିଲେ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଦନା ଟପ୍ପୋ।

ଆନନ୍ଦ ଟପ୍ପୋ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁନର୍ବାର ତଦନ୍ତ କରିବ ବୋଲି ହାଇକୋର୍ଟ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ। ଅଭିଯୁକ୍ତ ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ଵାରା ଏହା ତଦନ୍ତ କରାଯିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଥିଲେ। ତଦନ୍ତ ସମୟରେ ଯେଉଁ ସବୁ ନଥିପତ୍ର, ରେକର୍ଡ, କେସ ଡ଼ାଏରୀ ଆଦି ସଂଗ୍ରହ କରାଯାଇଥିଲା ତାହା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ଯାହାକି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। କାରଣ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟରେ ବେକରେ ଶାଢୀ ଦେଇ ଆନନ୍ଦ ଟପ୍ପୋ ଜୀବନ ହାରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତଦେହର ବେକରେ ୨ଟି ଦାଗ ରହିଥିଲା। ମୃତ୍ୟୁର କିଛି ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ଜୀବନ ହାରିବା ଭଳି କୌଣସି କାରଣ ନଥିଲା। ଆନନ୍ଦଙ୍କ ମୃତ ଶରୀର‌ର ବେକ ଓ ଅନ୍ୟ ସ୍ଥାନରେ ଥିବା ଦାଗରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ...Anand Toppo Murder Case: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାୟ ମିଳିବା ନେଇ ଆଶାବାଦୀ ଆନନ୍ଦଙ୍କ ବାପା

କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବସିଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବାବେଳେ ଅପମୃତ୍ୟୁ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ସବ୍-ଇନ୍ସପେକ୍ଟର ପାହ୍ୟା‌ର ଅଧିକାରୀ ହୋଇଥିବାରୁ ତଦନ୍ତ ଆଗଉନଥିବା ଅଭିଯୋଗ ହୋଇଥିଲା । ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇନଥିବାବେଳେ ପରିବାର ସଦସ୍ୟଙ୍କ ଅଭିଯୋଗକୁ ପୋଲିସ ତଦନ୍ତ ପରିସରଭୁକ୍ତ କରିନଥିବା ଦର୍ଶାଯାଇଥିଲା। ଇନଫୋସିଟି ପୋଲିସ ଦ୍ଵାରା ଦାଖଲ କରାଯାଇଥିବା ଚାର୍ଜସିଟରେ ସନ୍ତୁଷ୍ଟ ନଥିଲେ ମୃତ ଆନନ୍ଦଙ୍କ ବାପା। ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହକି ତାରକା ତଥା ଡିଏସପି ବିରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ ଆନନ୍ଦଙ୍କ ପରିବାରଲୋକେ। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଘଟଣାରେ ପୋଲିସର ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ ପୂର୍ବରୁ କ୍ଷୁବ୍ଧ ହୋଇଥିଲେ। ପୋଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ ବୋଲି କୋର୍ଟ କହିଥିଲେ। ଏପରି କାର୍ଯ୍ୟକୁ ଦୃଢ ନିନ୍ଦା କରାଯିବା ଉଚିତ ବୋଲି ହାଇକୋର୍ଟ କହିଥିଲେ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.