ETV Bharat / state

ଘାଟି ନୁହେଁ ତ ମରଣଯନ୍ତା ! ପୁଣି ଜୀବନ ନେଲା ଦୁଆରଶୁଣି - Mayurbhanj news

Bangiriposi Accident: ପୁଣି ଦୁଆରଶୁଣି ଘାଟିରେ ଘଟିଲା ଅଘଟଣ । ଓଲଟିଲା ପିଆଜ ବୋଝେଇ ଟ୍ରକ । ଚାଲିଗଲା ଟ୍ରକ ହେଲପରଙ୍କ ଜୀବନ । ଅଧିକ ପଢ଼ନ୍ତୁ

ପୁଣି ଜୀବନ ନେଲା ଦୁଆରଶୁଣି ଘାଟି
ପୁଣି ଜୀବନ ନେଲା ଦୁଆରଶୁଣି ଘାଟି
author img

By ETV Bharat Odisha Team

Published : Jan 29, 2024, 7:14 AM IST

ପୁଣି ଜୀବନ ନେଲା ଦୁଆରଶୁଣି ଘାଟି

ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ଦୁଆରଶୁଣି ଘାଟି ! ନିକଟରେ ଦୁଆରଶୁଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି 6 ଜଣଙ୍କ ଜୀବନ ଯାଇଥିଲା । ଘଟଣାକୁ ସପ୍ତାହେ ନପୁରୁଣୁ ପୁଣି ଘାଟିରେ ଯାଇଛି ଜୀବନ । ଗତକାଲି(ରବିବାର) ଦୁଆରଶୁଣି ଘାଟିରେ ପିଆଜ ବୋଝେଇ ଟ୍ରକ ଓଲଟି ହେଲପରଙ୍କ ଜୀବନ ଯାଇଛି । ସେପଟେ ଗୁରୁତର ଅବସ୍ଥାରେ ଡ୍ରାଇଭର ଜୀବନ ମରଣ ସହିତ କରୁଛି ସଂଘର୍ଷ ।

ପିଆଜ ବୋଝେଇ ଟ୍ରକ ଓଲଟି ପଡିବାରୁ ଟ୍ରକ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ହେଲପର । ଡ୍ରାଇଭର ଜଣକ ଗୁରୁତର ଅବସ୍ଥାରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତି ସାଲିମ ଉଦିମ ଉଲ୍ଲା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟିରେ ଗତକାଲି ଅପରାହ୍ନରେ ଏକ ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ରାଜ୍ୟର ନାସିକ ଅଞ୍ଚଳରୁ ପିଆଜ ଲୋଡ୍ କରି ଏକ ଟ୍ରକ କଲିକତା ଅଭିମୁଖେ ଯାଉଥିଲା । ସେହି ସମୟରେ ଦୁଆରଶୁଣି ଘାଟି ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଉଭୟ ଟ୍ରକ ଡ୍ରାଇଭର ହେଲପର ଚାପି ହୋଇ ଟ୍ରକ ମଧ୍ୟରେ ରହି ଯାଇଥିଲେ । ପରେ ପୋଲିସକୁ ଖବର ଦିଆ ଯିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା

ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ନିକଟସ୍ଥ ବାଙ୍ଗିରିପୋଷି ମେଡିକାଲକୁ ପଠାଇଥିଲେ । ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ହେଲପର‌ଙ୍କ ମୃତ୍ୟୁ ଘଟିଥିଲା । ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ରାସ୍ତା ଉପରେ ଦୁର୍ଘଟଣା ଘଟିବା ପରେ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିଲା । ପରେ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ମେଡିକାଲକୁ ପଠାଇ ଦୁର୍ଘଟଣା ଯୋଗୁଁ ହୋଇଥିବା ରାସ୍ତା ଜାମ ହଟାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ପୂର୍ବରୁ ସେହି ଦୁଆରଶୁଣି ଘାଟିରେ ରାଇରଙ୍ଗପୁରରୁ ଜଳେଶ୍ଵର ଅଭିମୁଖେ ଯାଉଥିବା ଧଉଳି ଗଣନାଟ୍ୟର ଲାଇଟ ଓ ମାଇକ ବୋଝେଇ ଟ୍ରକ ଓଲଟି ପଡିବାରୁ ୬ଜଣ ମୃତ୍ୟୁବରଣ କରିଥିଲେ । ବାରମ୍ବାର ଘାଟି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ତେବେ ଆଗକୁ ଦୁଆରଶୁଣି ଘାଟି ରାସ୍ତା ପ୍ରଶସ୍ତିକରଣ କରା ନଗଲେ ଆହୁରି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.