ETV Bharat / state

ଦାଉ ସାଧୁଛି ଖରା; ଅସ୍ତବ୍ୟସ୍ତ ଜନଜୀବନ, ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟବିଭାଗ - HeatWave In Malkangiri

author img

By ETV Bharat Odisha Team

Published : Jun 1, 2024, 3:54 PM IST

Heatwave In Malkangiri: ତତଲା କଢେଇରେ ସିିଝୁଛି ମାଲକାନଗିରି । ଗୁଳୁଗୁଳି ସହ ଅସହ୍ଯ ଗରମ ଅନୁଭୂତ ହେଉଛି । ସେପଟେ ସୁନ୍ଦରଗଡ଼ ଏବଂ ରାଉରକେଲାରେ ତାତି ମୁଣ୍ଡ ନେଉଥିବା ବେଳେ ମାଲାକାନଗିରିରେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଏଡିଏମଓ । ଅଧିକ ପଢନ୍ତୁ

ଦାଉ ସାଧୁଛି ଖରା; ଅସ୍ତବ୍ୟସ୍ତ ଜନଜୀବନ, ଅଂଶୁଗାତ ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟବିଭାଗ
ଦାଉ ସାଧୁଛି ଖରା; ଅସ୍ତବ୍ୟସ୍ତ ଜନଜୀବନ, ଅଂଶୁଗାତ ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱାସ୍ଥ୍ୟବିଭାଗ (ETV Bharat Odisha)

ମାଲକାନଗିରି: ତତଲା କଢେଇରେ ସିଝୁଛି ମାଲାକାନଗିରି ଜିଲ୍ଲା । ଜିଲ୍ଲାରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅସହ୍ୟ ଗରମରେ ସନ୍ତୁଳି ଗଲେଣି ଲୋକେ । ସକାଳ ୫ଟାରୁ ହିଁ ଗରମ ପବନ ବହୁଥିବା ବେଳେ ଦିନ ୮ଟା ବେଳକୁ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡୁଛି । ଗତ ଚାରି ଦିନ ହେଲା ଗରମ ଲୋକଙ୍କୁ ଦାଉ ସାଧୁଛି । ଏପରି ପରିସ୍ଥିତିରେ ଅଂଶୁଘାତର ଭୟ ଲୋକଙ୍କୁ ଘାରିଥିବା ବେଳେ ମାଲକାନଗିରିରେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଏଡିଏମଓ ବ୍ରଜବନ୍ଧୁ ଦାସ ।

ସୂଚନା ଅନୁସାରେ, ଗତ ଏକ ସପ୍ତାହର ରିପୋର୍ଟ ଯଦି ଦେଖିବା ଜିଲ୍ଲାରେ ପାରଦ ୪୦ ଡିଗ୍ରୀରୁ ତଳକୁ ଖସି ନାହିଁ । ଗତକାଲି ୪୪ ଡିଗ୍ରୀ ପାରଦ ରହିଥିବା ବେଳେ ଆଜି ଏହା ବୃଦ୍ଧି ପାଇଛି । ପ୍ରବଳ ଗରମ ସହ ଗୁଳୁଗୁଳିରେ ଅସହ୍ୟ ହେଲାଣି ଜନଜୀବନ । ଏପରି ପରିସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଦେହରେ ଓଦା କପଡା ପକାଇବା ସହ ଘରୁ ପଦାକୁ ବାହାରୁନଥିବା ଦେଖିବାକୁ ମିଳିଛି ।

ଗରମକୁ ଆଖି ଆଗରେ ରଖି ବଜାରରେ କିନ୍ତୁ ଥଣ୍ଡା ପାନୀୟ, ପଇଡ, ମିଶ୍ରିପାଣିର ବେପାର ଜମୁଛି । ବିଶେଷକରି ଗରିବ ଲୋକେ ଏହି ଗରମରେ ସନ୍ତୁଳି ଯାଉଛନ୍ତି । ଦିନ ତମାମ ଗଛମୂଳେ ଆଶ୍ରୟ ନେଉଥିବା ଲକ୍ଷ୍ୟ କରାଯାଇଛି । ପ୍ରବଳ ତାତିକୁ ନେଇ ଲୋକେ ଚିନ୍ତାରେ ରହୁଥିବା ବେଳେ କୌଣସି ଆବଶ୍ୟକୀୟ କାମ ନହେଲେ ଲୋକେ ଘରୁ ପଦାକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍ ଦୁର୍ଯ୍ୟୋଧନ ପାତ୍ର ଏବଂ ଏଡିଏମଓ । ଯଦି ଘରୁ ପଦାକୁ ବାହାରନ୍ତି ତେବେ ଛତା ଏବଂ ବୋତଲ ପାଣି ଧରି ବାହାରକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।

ଏହି ଗରମ ଆହୁରି କିଛି ଦିନ ରହିବ ବୋଲି ଏସଆରସି ତରଫରୁ ଘୋଷଣା ହେବା ପରେ ଲୋକେ ଚିନ୍ତାରେ ପଡିଛନ୍ତି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଘରୁ ପଦାକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଜିଲ୍ଲାରେ କିନ୍ତୁ କୌଣସି ଲୋକ ଅଂଶୁଘାତରେ ମୃତ୍ୟୁ ବରଣ କରିନଥିବା ରିପୋର୍ଟ ରହିଛି । ମେଡିକାଲରେ ଅଂଶୁଘାତ କକ୍ଷର ବ୍ୟବସ୍ଥା କରାଯାଇ ଡାକ୍ତର ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଏଡିଏମଓ ।

ଏହା ମଧ୍ୟ ପଢନ୍ତୁ: ସୁନ୍ଦରଗଡ଼ରେ ମୁଣ୍ଡ ନେଉଛି ଅସହ୍ୟ ତାତି ! ରାଉରକେଲାରେ ସ୍ଥିତି ସାଙ୍ଘାତିକ

ମାଲକାନଗିରି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.